ଖ୍ରୀଷ୍ଟମାସରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ରେଟ୍ କେତେ
ନୂଆଦିଲ୍ଲୀ: ବଡ଼ଦିନ ଅର୍ଥାତ ଖ୍ରୀଷ୍ଟମାସ ପୂର୍ବରୁ ମଙ୍ଗଳବାର ଦିନ ସୁନା ଆହୁରି ଶସ୍ତା ହୋଇଯାଇଛି। ଜାତୀୟ ରାଜଧାନୀରେ ସୁନାର ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୮ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ଗତ ବ୍ୟବସାୟ ଅଧିବେଶନରେ ୧୦ ଗ୍ରାମ ପିଛା ସୁନା ୭୮ ହଜାର ୭୦୦ ଟଙ୍କା ଥିଲା। ପିଟିଆଇ ଖବର ମୁତାବକ, ୯୯.୫ ପ୍ରତିଶତ ସୁଦ୍ଧତା ସୁନାର ମୂଲ୍ୟ ମଙ୍ଗଳବାର ଦିନ ୧୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ […]

ନୂଆଦିଲ୍ଲୀ: ବଡ଼ଦିନ ଅର୍ଥାତ ଖ୍ରୀଷ୍ଟମାସ ପୂର୍ବରୁ ମଙ୍ଗଳବାର ଦିନ ସୁନା ଆହୁରି ଶସ୍ତା ହୋଇଯାଇଛି। ଜାତୀୟ ରାଜଧାନୀରେ ସୁନାର ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୮ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ଗତ ବ୍ୟବସାୟ ଅଧିବେଶନରେ ୧୦ ଗ୍ରାମ ପିଛା ସୁନା ୭୮ ହଜାର ୭୦୦ ଟଙ୍କା ଥିଲା। ପିଟିଆଇ ଖବର ମୁତାବକ, ୯୯.୫ ପ୍ରତିଶତ ସୁଦ୍ଧତା ସୁନାର ମୂଲ୍ୟ ମଙ୍ଗଳବାର ଦିନ ୧୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୮ ହଜାର ୨୦୦ ଟଙ୍କାରେ ପହଞ୍ଚିଛି।
ଖବର ମୁତାବକ, ବିଶ୍ୱ ସ୍ତରରେ କମେକ୍ସ ସୁନା ଫ୍ୟୁଚର ବଜାରରେ୨,୬୨୮.୩୦ ଡଲାର ପ୍ରତି ଅନ୍ସ ପିଛା ବିକ୍ରି ହେଉଥିଲା। ଜେଏମ ଫାଇନାନସିଆଲ ସର୍ଭିସେଜ ଲିମିଟେଡର ଇବିଜି-କମୋଡିଟୀ ଆଣ୍ଡ କରେନ୍ସି ରିସର୍ଚ୍ଚର ଉପାଧ୍ୟକ୍ଷ ପ୍ରଣବ ମେର କହିଛନ୍ତି ଯେ, ଛୁଟିଗୁଡିକର କମ ଅଧିବେଶନରେ ସୁନାର ମୂଲ୍ୟରେ ସ୍ଥିରତା ରହିଛି ଏବଂ ମୂଲ୍ୟ ଗତ ସପ୍ତାହର ହ୍ରାସ ପରେ ଉନ୍ନତି ଦେଖିବାକୁ ମିଳିଛି, ହେଲେ ବିଦେଶୀ ବଜାରରେ ମଜବୁତ ଡଲାରର ମୂଲ୍ୟ ଯୋଗୁଁ ଚାପ ଦେଖିବାକୁ ମିଳିଛି।