ଗଡୁଛି ମୁଣ୍ଡ ଉପରେ ମୁଣ୍ଡ : ସପ୍ତାହକରେ ୨ ହତ୍ୟା
ପୁରୁଷୋତ୍ତମପୁର,୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଥିବା ବେଳେ ମୁଣ୍ଡ ପରେ ମୁଣ୍ଡ ଗଡ଼ି ଚାଲିଛି। ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚଙ୍କ ଦେଢ଼ଶୁରଙ୍କୁ ହତ୍ୟା କରାଯିବାର ସପ୍ତାହେ ନ ପୂରୁଣୁ ପୁଣି ଶୁକ୍ରବାର ରାତିରେ ପାଣ୍ଡିଆ ଗ୍ରାମରେ ଘରେ ପଶି ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ପାଣ୍ଡିଆ ଗ୍ରାମ ପନ୍ଦରା ସାହିର ମୁନା ଓରଫ ମୁରଲୀ ବାଡ଼ତ୍ୟା […] The post ଗଡୁଛି ମୁଣ୍ଡ ଉପରେ ମୁଣ୍ଡ : ସପ୍ତାହକରେ ୨ ହତ୍ୟା appeared first on Dharitri Odia News.
ପୁରୁଷୋତ୍ତମପୁର,୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଥିବା ବେଳେ ମୁଣ୍ଡ ପରେ ମୁଣ୍ଡ ଗଡ଼ି ଚାଲିଛି। ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚଙ୍କ ଦେଢ଼ଶୁରଙ୍କୁ ହତ୍ୟା କରାଯିବାର ସପ୍ତାହେ ନ ପୂରୁଣୁ ପୁଣି ଶୁକ୍ରବାର ରାତିରେ ପାଣ୍ଡିଆ ଗ୍ରାମରେ ଘରେ ପଶି ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ପାଣ୍ଡିଆ ଗ୍ରାମ ପନ୍ଦରା ସାହିର ମୁନା ଓରଫ ମୁରଲୀ ବାଡ଼ତ୍ୟା (୨୫)।
ରାତିରେ ମୁରଲୀ ଏବଂ ତାଙ୍କ ବାପା ବାବୁଲା ବାଡ଼ତ୍ୟା ସବୁଦିନ ଭଳି ଖାଇ ଘରେ ଶୋଇଥିଲେ। ଗରମ ହେବାରୁ ବାବୁଲା ଘର ବାରଣ୍ଡାରେ ଶୋଇଥିବା ବେଳେ ମୁରଲୀ କବାଟ ଖୋଲାରଖି ଶୋଇଥିଲେ। ସେତିକିବେଳେ କେହି ଜଣେ ଘରେ ପଶି ମୁରଲୀଙ୍କ ମୁଣ୍ଡକୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାବୁଲାଙ୍କ ନିଦ ଭାଙ୍ଗିବା ପରେ ସେ ପାଣି ପିଇବା ଲାଗି ଘର ଭିତରକୁ ଯିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ପଡିଥିବା ଦେଖି ସାହିପଡିଶା ଲୋକଙ୍କୁ ଡାକିଥିଲେ। ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ, ଆଇଆଇସି ବିପିନ ବିହାରୀ ହୋତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପକ୍ଷେ ପୁରୁଷୋତ୍ତମପୁର ପୋଲିସ ହିଞ୍ଜିଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ମୃତଦେହ ଜବତ କରିଛି।
ମୁରଲୀଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ପାଣ୍ଡିଆ ଗ୍ରାମରେ ଦଣ୍ଡନାଚ ହେଉଥିଲା। ପୁରୁଷୋତ୍ତମପୁରର କିଛି ଯୁବକ ନାଚ ଦେଖିବାକୁ ଯାଇ ସେଠାରେ ବିଶୃଙ୍ଖଳା କରିଥିଲେ। ଫଳରେ ଏହାକୁ ବାରଣ କରିବାକୁ ନେଇ ପାଣ୍ଡିଆ ଗ୍ରାମର କିଛି ଲୋକଙ୍କ ସହ ପୁରୁଷୋତ୍ତମପୁରର କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପ୍ରତିଶୋଧ ପରାୟଣ ହୋଇ ପୁରୁଷୋତ୍ତମପୁର ଯୁବକମାନେ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି। ପୋଲିସ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ।
The post ଗଡୁଛି ମୁଣ୍ଡ ଉପରେ ମୁଣ୍ଡ : ସପ୍ତାହକରେ ୨ ହତ୍ୟା appeared first on Dharitri Odia News.