ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ପାଇଁ ସରକାରଙ୍କ ପ୍ରସ୍ତୁତି, ମାର୍ଚ୍ଚ ୮ ତାରିଖରେ ମିଳିବ ଟଙ୍କା

ଭୁବନେଶ୍ୱର,୧୬।୨: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ଯୋଜନାରେ ମହିଳା ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଲୋକସେବା ଭବନରେ ଅନୁଷ୍ଠିତ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଏବଂ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାପାଳ ଓ […] The post ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ପାଇଁ ସରକାରଙ୍କ ପ୍ରସ୍ତୁତି, ମାର୍ଚ୍ଚ ୮ ତାରିଖରେ ମିଳିବ ଟଙ୍କା appeared first on Dharitri Odia News.

ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ପାଇଁ ସରକାରଙ୍କ ପ୍ରସ୍ତୁତି, ମାର୍ଚ୍ଚ ୮ ତାରିଖରେ ମିଳିବ ଟଙ୍କା

ଭୁବନେଶ୍ୱର,୧୬।୨: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ଯୋଜନାରେ ମହିଳା ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଲୋକସେବା ଭବନରେ ଅନୁଷ୍ଠିତ ଶନିବାର ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଏବଂ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିଶନରମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ଏହି ସମୀକ୍ଷା ବୈଠକରେ ‘ସୁଭଦ୍ରା’ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ସମସ୍ତ ଜିଲାରେ କ୍ଷେତ୍ରୀୟ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଆଗାମୀ ୨୩ ଫେବୃଆରୀ ୨୦୨୫ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲା ଓ ମହାନଗର ନିଗମ ଫେବୃୟାରୀ ୧୯ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିବା କ୍ଷେତ୍ରୀୟ ତଦନ୍ତର ଅସ୍ଥାୟୀ ତାଲିକା ପ୍ରକାଶ କରିବେ ।

ଏହାସହ ନିୟମିତ ଭାବେ କ୍ଷେତ୍ରୀୟତଦନ୍ତ ସଂପର୍କିତ ଅସ୍ଥାୟୀତାଲିକାକୁ ପ୍ରକାଶକରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲାଗୁଡ଼ିକୁ କ୍ଷେତ୍ରୀୟ ଅଧିକାରୀ ତଥା କର୍ମଚାରୀମାନଙ୍କୁ ସାମିଲ କରିସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକଳାପକୁ ଅଧିକ ତ୍ୱରାନ୍ୱିତ କରି ସମସ୍ତ ସୁଭଦ୍ରା ଆବେଦନକାରୀଙ୍କୁ ସେମାନଙ୍କର ଇ-କେଓ୍ୱାଇସି ପ୍ରକ୍ରିୟା ଶେଷ କରିବା, ସେମାନଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ ( ଡିବିଟି ସକ୍ଷମ ) କରାଇବା ପାଇଁ ସଚେତନ ଓ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ୮ ତାରିଖରେ ଦ୍ଵିତୀୟ କିସ୍ତି ବଣ୍ଟନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ‘ ସୁଭଦ୍ରା’ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ମହିଳାମାନଙ୍କୁ ନିରବଚ୍ଛିନ୍ନ ଚିହ୍ନଟ କରି ସେମାନଙ୍କ ସଶକ୍ତୀକରଣ ପାଇଁ ନିରନ୍ତର ପ୍ରୟାସଜାରି ରହିଛି ।

The post ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ପାଇଁ ସରକାରଙ୍କ ପ୍ରସ୍ତୁତି, ମାର୍ଚ୍ଚ ୮ ତାରିଖରେ ମିଳିବ ଟଙ୍କା appeared first on Dharitri Odia News.