ରାଷ୍ଟ୍ରପତିଙ୍କ ବିଷୟରେ ଏମିତି କହିଲେ ତାଙ୍କ ଶିକ୍ଷକ,ଥରକେ ସେ ଚଟ୍କି…
ମୟୂରଭଞ୍ଜ,୬ା୧୨: ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ନିଜ ଜନ୍ମମାଟିର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ସେମାନେ ନିଜ ଗାଁର ଝିଅ ତଥା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଘର ଆଗରେ ଝୋଟି ଚିତା ପକାଇଛନ୍ତି ।ରାଷ୍ଟ୍ରପତି ରାଇରଙ୍ଗପୁର ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ପହଞ୍ଚି ତାଙ୍କ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ […] The post ରାଷ୍ଟ୍ରପତିଙ୍କ ବିଷୟରେ ଏମିତି କହିଲେ ତାଙ୍କ ଶିକ୍ଷକ,ଥରକେ ସେ ଚଟ୍କି… appeared first on Dharitri Odia News.
ମୟୂରଭଞ୍ଜ,୬ା୧୨: ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ନିଜ ଜନ୍ମମାଟିର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ସେମାନେ ନିଜ ଗାଁର ଝିଅ ତଥା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଘର ଆଗରେ ଝୋଟି ଚିତା ପକାଇଛନ୍ତି ।ରାଷ୍ଟ୍ରପତି ରାଇରଙ୍ଗପୁର ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ପହଞ୍ଚି ତାଙ୍କ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି।
ଏହା ସହ ତାଙ୍କ ଶିକ୍ଷକ କହିଛନ୍ତି, ଛୋଟ ବେଳୁ ସେ ଭଲ ପଢ଼ୁଥିଲେ । ଏତେ ପିଲାଙ୍କ ଭିତରୁ ସେ ରାଷ୍ଟ୍ରପତି ହେଲେ କେବଳ ନିଜସ୍ବ ବୁଦ୍ଧି ବଳରେ। ସବୁ ପିଲାଙ୍କ ମଧ୍ୟରୁ ତାଙ୍କ ସ୍ମରଣଶକ୍ତି ଅଧିକ। ଗୋଟିଏ କଥା କହିଲେ ସେ ତାହାକୁ ଚଟ୍କି ମନେ ରଖିଦେଉଥିଲେ। ଆମେ ଶ୍ରେଣୀରେ ଥିବା ସମସ୍ତ ପିଲାଙ୍କୁ ଏକା ପାଠ ପଢ଼ାଉଙ୍ଥିଲୁ ସେ କିନ୍ତୁ ରାଷ୍ଟ୍ରପତି ହେଲ। ଏହା ତାଙ୍କ ନିଜସ୍ବ ବୁଦ୍ଧି ବଳରେ। ସେ ଗରୁଙ୍କ ସମ୍ମାନ ଙ୍କରନ୍ତି। ସେ ପିଲାମାନଙ୍କୁ ଭଲ ପାଠ ପଢ଼ିବାକୁ କହିଥିବା ବେଳେ, ଅଭିଭାବକ ମାନଙ୍କୁ ମଧ୍ୟ ପିଲାଙ୍କୁ ବାଧା ନ ଦେବା ପାଇଁ କହିଛନ୍ତି। ଯେଉଁ ପିଲା ଯାହା ପଢ଼ିବାକୁ ଚାହୁଁଛି ତାଙ୍କୁ ସେଇଆ ପଢ଼ାନ୍ତୁ ବୋଲି କହିଛନ୍ତି।
The post ରାଷ୍ଟ୍ରପତିଙ୍କ ବିଷୟରେ ଏମିତି କହିଲେ ତାଙ୍କ ଶିକ୍ଷକ,ଥରକେ ସେ ଚଟ୍କି… appeared first on Dharitri Odia News.