ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ…
ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍ ପଛରେ ସ୍କୁଟିଟି ପିଟି ହୋଇଯିବାରୁ ଛିଟିକି ପଡ଼ିଥିଲେ ପ୍ରେମୀଯୁଗଳ। ପ୍ରେମିକାଙ୍କ ମୁଣ୍ଡ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟରରେ ପିଟି ହୋଇଯାଇଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଦୌଡ଼ିଯାଇ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାପାର୍ଶ୍ୱରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ପ୍ରେମିକାଙ୍କୁ ମୃତ ଘୋଷଣା […] The post ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ… appeared first on Dharitri Odia News.
ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍ ପଛରେ ସ୍କୁଟିଟି ପିଟି ହୋଇଯିବାରୁ ଛିଟିକି ପଡ଼ିଥିଲେ ପ୍ରେମୀଯୁଗଳ। ପ୍ରେମିକାଙ୍କ ମୁଣ୍ଡ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟରରେ ପିଟି ହୋଇଯାଇଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଦୌଡ଼ିଯାଇ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାପାର୍ଶ୍ୱରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ପ୍ରେମିକାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରେମିକ ଜଣକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୃତ ପ୍ରେମିକା ଜଣକ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ମାଣିଦା ଗ୍ରାମର ରାମକୃଷ୍ଣ ଦାସଙ୍କ ଝିଅ ପୂଜା (୨୧)।
ସୂଚନାନୁଯାୟୀ, ବସ୍ତା ଥାନା ଅଧୀନ ଚାକୁରାଇ ଗ୍ରାମର ଚିନ୍ମୟ ଦାସ ତାଙ୍କ ପ୍ରେମିକା ପୂଜାଙ୍କ ସହିତ ଏକ ସ୍କୁଟିରେ ବସି ଚନ୍ଦନେଶ୍ୱର ମନ୍ଦିର ଆସୁଥିଲେ। ଜଳେଶ୍ୱର-ଚନ୍ଦନେଶ୍ୱର ୫ ୭ ନଂ ରାଜ୍ୟ ରାଜପଥ ଭୋଗରାଇ ଥାନାଛକ ଶ୍ରୀବତ୍ସପୁର ସ୍କୁଲଠାରେ ବିପରୀତ ଦିଗରୁ ଆସୁଥିବା ଲଷ୍ମୀନାରୟଣ ଯାତ୍ରୀବାହୀ ବସ୍ ସମ୍ମୁଖରେ ଥିବା ଏକ ପିକ୍ଅପ୍କୁ ଓଭର ଟେକ୍ କରୁଥିବାବେଳେ ବସ୍ ପଛପଟେ ସ୍କୁଟିଟି ପିଟି ହୋଇଯାଇଥିଲା। ଆହତ ହୋଇଥିବା ପ୍ରେମିକ ତଥା ଚିନ୍ମୟଙ୍କ କହିବା ଅନୁଯାୟୀ, ପୂଜାଙ୍କୁ ସେ ଚନ୍ଦନେଶ୍ୱର ମନ୍ଦିରରେ ବରଣମାଳା ଦେଇ ଜୀବନସାଥୀ କରିବାକୁ ଆସୁଥିଲେ। ହେଲେ ସବୁ ସ୍ବପ୍ନ ଚୂରମାର ହୋଇଗଲା ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଭୋଗରାଇ ପୋଲିସ ଏକ ଅପମୃତ୍ୟୁ ମାମଲା ଋ଼ଜୁ କରି ପ୍ରାଥମିକ ତଦନ୍ତ କରୁଥିବା ବେଳେ ଖବର ଲେଖା ହେଲା ବେଳକୁ ମୃତ ପୂଜାଙ୍କ ଆତ୍ମୀୟ ସ୍ବଜନ ହସ୍ପିଟାଲକୁ ଆସିନାହାନ୍ତି।
The post ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ… appeared first on Dharitri Odia News.