ରିଲ୍ କରିବା କାଳ ହେଲା, ୩୦୦ ଫୁଟ୍ ଖାଲକୁ ଖସି ପଡ଼ି ଇନ୍ଫ୍ଲୁଏନ୍ସର ଅନ୍ଭିଙ୍କ ମୃତ୍ୟୁ
ମୁମ୍ବାଇ,୧୮।୭: ରିଲ୍ କରି ହୋଇଥିଲେ ଲୋକପ୍ରିୟ। ହେଲେ ସେହି ରିଲ୍ ନିଶା ହିଁ ନେଇଗଲା ଜୀବନ। ଏଭଳି ଏକ ଘଟଣାକ୍ରମରେ ୨୭ ବର୍ଷୀୟ ଅନ୍ଭି କାମଦାରଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ମାନଗାଓରେ କୁମ୍ଭେ ଝରଣା ନିକଟରେ ୩୦୦ ଫୁଟ୍ ଖାଲକୁ ସେ ଖସି ପଡ଼ିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ମୁଲଣ୍ଡ ନିବାସୀ ଅନ୍ଭି ବର୍ଷା ଦିନେ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିଲେ। […] The post ରିଲ୍ କରିବା କାଳ ହେଲା, ୩୦୦ ଫୁଟ୍ ଖାଲକୁ ଖସି ପଡ଼ି ଇନ୍ଫ୍ଲୁଏନ୍ସର ଅନ୍ଭିଙ୍କ ମୃତ୍ୟୁ appeared first on Dharitri Odia News.
ମୁମ୍ବାଇ,୧୮।୭: ରିଲ୍ କରି ହୋଇଥିଲେ ଲୋକପ୍ରିୟ। ହେଲେ ସେହି ରିଲ୍ ନିଶା ହିଁ ନେଇଗଲା ଜୀବନ। ଏଭଳି ଏକ ଘଟଣାକ୍ରମରେ ୨୭ ବର୍ଷୀୟ ଅନ୍ଭି କାମଦାରଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ମାନଗାଓରେ କୁମ୍ଭେ ଝରଣା ନିକଟରେ ୩୦୦ ଫୁଟ୍ ଖାଲକୁ ସେ ଖସି ପଡ଼ିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି।
ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ମୁଲଣ୍ଡ ନିବାସୀ ଅନ୍ଭି ବର୍ଷା ଦିନେ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିଲେ। ପେସାରେ ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ସୋସିଆଲ ମିଡିଆରେ ରିଲ୍ସ କରି ଲୋକପ୍ରିୟ ହୋଇଥିଲେ। ଏଠାରେ ଭିଡିଓ କରିବା ସମୟରେ ସେ ହଠାତ ସେ ଖାଲକୁ ଖସି ପଡ଼ିଥିଲେ। ବନ୍ଧୁମାନେ ସେଠାରେ ଉପସ୍ଥିତ ଥିଲେ ହେଁ ତାଙ୍କୁ ରକ୍ଷା କରିବାକୁ ସୁଯୋଗ ମିଳି ନ ଥିଲା। ସେମାନଙ୍କ ଆଖି ସାମ୍ନାରେ ଅନ୍ଭିଙ୍କ ମୃତ୍ୟୁ ଘଟିଥିଲା।
ବନ୍ଧୁମାନେ ପୋଲିସକୁ ସୂଚନା ଦେବା ପରେ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା। ଏବେ ତାଙ୍କ ମୃତ୍ୟୁ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି।
The post ରିଲ୍ କରିବା କାଳ ହେଲା, ୩୦୦ ଫୁଟ୍ ଖାଲକୁ ଖସି ପଡ଼ି ଇନ୍ଫ୍ଲୁଏନ୍ସର ଅନ୍ଭିଙ୍କ ମୃତ୍ୟୁ appeared first on Dharitri Odia News.