ସାଇକେଲ ଧରି ଛିଡ଼ା ହୋଇଥିଲେ ବ୍ୟକ୍ତି, ଭାରସାମ୍ୟ ହରାଇ ମାଡ଼ିଗଲା ବସ୍
ବାଙ୍କୀ: ବସ୍ ସାଇଡ୍ କରିବାକୁ ଉଦ୍ୟମବେଳେ ଅଘଟଣ। ଭାରସାମ୍ୟ ହରାଇ ବ୍ୟକ୍ତିଙ୍କ ଉପରକୁ ମାଡ଼ିଗଲା ବସ୍। ଏଥିରେ ଘଟଣା ସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଙ୍କୀ ବଜାର ନିକଟରେ। ସୂଚନା ଅନୁଯାୟୀ, କଟକରୁ ବାଙ୍କୀ ଦେଇ ବରପୁଟ ଅଭିମୁଖେ ଯାଉଥିବା ଲୋକନାଥ ନାମକ ଏକ ଘରୋଇ ବସ୍ ବାଙ୍କୀ ବଜାର ନିକଟରେ ଏହି ଅଘଟଣ ଘଟାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସ୍ଟି ବଜାର ନିକଟରେ ସାଇଡ୍ କରି ଲୋକଙ୍କୁ ଓହ୍ଲାଇବାକୁ ଉଦ୍ୟମ କରୁଥଲା। ମାତ୍ର ବର୍ଷା କରଣରୁ ବସ୍ଟି ରାସ୍ତାରେ ଦବି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ଉପରକୁ ମାଡ଼ି ଯାଇଥିଲା। ହେଲେ ଏହି ସମୟରେ ସାଇକେଲ ଧରି ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚାପି ଦେଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଉଛନ୍ତି ବାଙ୍କୀ ରଣପୁର ଗ୍ରାମର ଗଣେଶ ଦଳେଇ। ସେପେଟେ ଘଟଣାକୁ ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ଘଟଣାସ୍ଥଳେ ପହଁଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଆୟତ୍ତ ହୋଇଛି। ଅବଶ୍ୟ ବସରେ ଥିବା ଯାତ୍ରୀ ସୁରକ୍ଷିତ ଅଛନ୍ତି। ସାଇକେଲ ଧରି ଛିଡ଼ା ହୋଇଥିଲେ ବ୍ୟକ୍ତି, ଭାରସାମ୍ୟ ହରାଇ ମାଡ଼ିଗଲା ବସ୍
ବାଙ୍କୀ: ବସ୍ ସାଇଡ୍ କରିବାକୁ ଉଦ୍ୟମବେଳେ ଅଘଟଣ। ଭାରସାମ୍ୟ ହରାଇ ବ୍ୟକ୍ତିଙ୍କ ଉପରକୁ ମାଡ଼ିଗଲା ବସ୍। ଏଥିରେ ଘଟଣା ସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଙ୍କୀ ବଜାର ନିକଟରେ।
ସୂଚନା ଅନୁଯାୟୀ, କଟକରୁ ବାଙ୍କୀ ଦେଇ ବରପୁଟ ଅଭିମୁଖେ ଯାଉଥିବା ଲୋକନାଥ ନାମକ ଏକ ଘରୋଇ ବସ୍ ବାଙ୍କୀ ବଜାର ନିକଟରେ ଏହି ଅଘଟଣ ଘଟାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସ୍ଟି ବଜାର ନିକଟରେ ସାଇଡ୍ କରି ଲୋକଙ୍କୁ ଓହ୍ଲାଇବାକୁ ଉଦ୍ୟମ କରୁଥଲା। ମାତ୍ର ବର୍ଷା କରଣରୁ ବସ୍ଟି ରାସ୍ତାରେ ଦବି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ଉପରକୁ ମାଡ଼ି ଯାଇଥିଲା। ହେଲେ ଏହି ସମୟରେ ସାଇକେଲ ଧରି ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚାପି ଦେଇଥିଲା।
ତାଙ୍କୁ ସଙ୍ଗେ ସଙ୍ଗେ ବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଉଛନ୍ତି ବାଙ୍କୀ ରଣପୁର ଗ୍ରାମର ଗଣେଶ ଦଳେଇ। ସେପେଟେ ଘଟଣାକୁ ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ଘଟଣାସ୍ଥଳେ ପହଁଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଆୟତ୍ତ ହୋଇଛି। ଅବଶ୍ୟ ବସରେ ଥିବା ଯାତ୍ରୀ ସୁରକ୍ଷିତ ଅଛନ୍ତି। ସାଇକେଲ ଧରି ଛିଡ଼ା ହୋଇଥିଲେ ବ୍ୟକ୍ତି, ଭାରସାମ୍ୟ ହରାଇ ମାଡ଼ିଗଲା ବସ୍