ଅନ୍ୟ ଦଳ ଛାଡ଼ି କଂଗ୍ରେସ ହାତ ଧରିଲେ ୨୫ରୁ ଊର୍ଦ୍ଧ୍ୱ ପରିବାର

ଚାନ୍ଦବାଲି,୧୪।୧(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମୌସୁଧା ପଞ୍ଚାୟତ ଗୌଡୁଣିପୋଖରୀ ଗ୍ରାମରେ ରବିବାର କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ଦଳ ଛାଡ଼ି ୨୫ରୁ ଊଦ୍ଧର୍‌ବ ପରିବାର କଂଗ୍ରେସରେ ସାମିଲ ହୋଇଛନ୍ତି। ବ୍ଲକ କଂଗ୍ରେସ କମିଟି ସଭାପତି ବୈଲୋଚନ ପଣ୍ଡାଙ୍କ ସଭାପତିତ୍ୱରେ ମିଶ୍ରଣ ପର୍ବ ହୋଇଥିଲା। ବରିଷ୍ଠ ନେତା ଅମୀୟ ମହାପାତ୍ର, ନିର୍ବାଚନମଣ୍ଡଳୀ ନେତା ଦିଗମ୍ବର ଦାସ, ଯୁବନେତା ସତ୍ୟାନନ୍ଦ ରାଉତ, ଯୁବ ସଭାପତି ଶକ୍ତି ପ୍ରତାପ ବିଶ୍ୱାଳ, ସମବାୟ ସଭାପତି ସୁଦର୍ଶନ […] The post ଅନ୍ୟ ଦଳ ଛାଡ଼ି କଂଗ୍ରେସ ହାତ ଧରିଲେ ୨୫ରୁ ଊର୍ଦ୍ଧ୍ୱ ପରିବାର appeared first on Dharitri Odia News.

ଅନ୍ୟ ଦଳ ଛାଡ଼ି କଂଗ୍ରେସ ହାତ ଧରିଲେ ୨୫ରୁ ଊର୍ଦ୍ଧ୍ୱ ପରିବାର

ଚାନ୍ଦବାଲି,୧୪।୧(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମୌସୁଧା ପଞ୍ଚାୟତ ଗୌଡୁଣିପୋଖରୀ ଗ୍ରାମରେ ରବିବାର କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ଦଳ ଛାଡ଼ି ୨୫ରୁ ଊଦ୍ଧର୍‌ବ ପରିବାର କଂଗ୍ରେସରେ ସାମିଲ ହୋଇଛନ୍ତି। ବ୍ଲକ କଂଗ୍ରେସ କମିଟି ସଭାପତି ବୈଲୋଚନ ପଣ୍ଡାଙ୍କ ସଭାପତିତ୍ୱରେ ମିଶ୍ରଣ ପର୍ବ ହୋଇଥିଲା। ବରିଷ୍ଠ ନେତା ଅମୀୟ ମହାପାତ୍ର, ନିର୍ବାଚନମଣ୍ଡଳୀ ନେତା ଦିଗମ୍ବର ଦାସ, ଯୁବନେତା ସତ୍ୟାନନ୍ଦ ରାଉତ, ଯୁବ ସଭାପତି ଶକ୍ତି ପ୍ରତାପ ବିଶ୍ୱାଳ, ସମବାୟ ସଭାପତି ସୁଦର୍ଶନ ମାହୁନ୍ତ ପ୍ରମୁଖ ଯୋଗଦେଇ ନୂତନ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କୈଳାସ ସୂତାର, ଭରତ ଜେନା, ଧନେଶ୍ୱର ଓଝା, ଜଗନ୍ନାଥ ରାଉତ, ସୁରେନ୍ଦ୍ର ଜେନା, ସୁଦର୍ଶନ ଦାଶ, ପ୍ରଫୁଲ୍ଲ ଦାଶ, ସୁକାନ୍ତ ମହାଳିକ, ସୁରେଶ ଓଝା, ଦୁଃଶାସନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରତି ପଞ୍ଚାୟରେ କଂଗ୍ରେସ କର୍ମୀ ସମ୍ମିଳନୀ କରିବା ସହ ପ୍ରତିଦିନ ମିଶ୍ରଣ ପର୍ବ କରି ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି।

The post ଅନ୍ୟ ଦଳ ଛାଡ଼ି କଂଗ୍ରେସ ହାତ ଧରିଲେ ୨୫ରୁ ଊର୍ଦ୍ଧ୍ୱ ପରିବାର appeared first on Dharitri Odia News.