ଆମେରିକା ଆକ୍ରମଣକୁ ନିନ୍ଦା କଲେ ରୁଷିଆ, ଚାଇନା
ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବା ବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାର ଗୁରୁତର ଉଲ୍ଲଂଘନ ବୋଲି କହିଛି। ସେହିପରି ଚାଇନା ମଧ୍ୟ ଆମେରିକାର ଏୟାରଷ୍ଟ୍ରାଇକ୍କୁ ଦୃଢ଼ ନିନ୍ଦା କରିବା ସହ ଏହା ଜାତିସଂଘ ଚାର୍ଟରର ଉଲ୍ଲଂଘନ ଓ ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ାଇଥିବା କହିଛି। ଯୁଦ୍ଧରେ ସାମିଲ ଥିବା ଇସ୍ରାଏଲ୍ ଏବଂ ଅନ୍ୟ ପକ୍ଷମାନେ […] The post ଆମେରିକା ଆକ୍ରମଣକୁ ନିନ୍ଦା କଲେ ରୁଷିଆ, ଚାଇନା appeared first on Dharitri Odia News.
ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବା ବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାର ଗୁରୁତର ଉଲ୍ଲଂଘନ ବୋଲି କହିଛି। ସେହିପରି ଚାଇନା ମଧ୍ୟ ଆମେରିକାର ଏୟାରଷ୍ଟ୍ରାଇକ୍କୁ ଦୃଢ଼ ନିନ୍ଦା କରିବା ସହ ଏହା ଜାତିସଂଘ ଚାର୍ଟରର ଉଲ୍ଲଂଘନ ଓ ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ାଇଥିବା କହିଛି।
ଯୁଦ୍ଧରେ ସାମିଲ ଥିବା ଇସ୍ରାଏଲ୍ ଏବଂ ଅନ୍ୟ ପକ୍ଷମାନେ ଆଲୋଚନା ଜରିଆରେ ଯଥାଶୀଘ୍ର ସମ୍ଭବ ଯୁଦ୍ଧବିରତି ରାଜିନାମାରେ ପହଞ୍ଚିବା ଏବଂ ନାଗରିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବେଜିଂ ଆହ୍ବାନ ଦେଇଛି।
ଇରାନର ଆଣବିକ କାର୍ଯ୍ୟକ୍ରମକୁ ଧ୍ୱଂସ କରିବା ପାଇଁ ଆମେରିକା ରବିବାର ଏହାର ଫର୍ଦୋ, ଇସ୍ଫାହାନ ଏବଂ ନତାଞ୍ଜ ନ୍ୟୁକ୍ଲିୟର ଫାସିଲିଟି ଉପରେ ଜୋର୍ଦାର ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଇରାନର ନ୍ୟୁକ୍ଲିୟର ଫାସିଲିଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରିଥିଲେ।
The post ଆମେରିକା ଆକ୍ରମଣକୁ ନିନ୍ଦା କଲେ ରୁଷିଆ, ଚାଇନା appeared first on Dharitri Odia News.