Paris Olympics 2024: ଟିମ୍‌ ଇଣ୍ତିଆକୁ ବଡ଼ ଝଟକା; ପ୍ୟାରିସ ଅଲିମ୍ପିକ୍ସରେ ଅମିତ ରୋହିଦାସ ବ୍ୟାନ୍ !

ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ହେଲେ ଅମିତ ରୋହିହାସ । ଆସନ୍ତା ଜର୍ମାନୀ ସହ ଥିବା ସେମି ଫାଇନାଲ ମ୍ୟାଚ ସେ ଖେଳିପାରିବେ ନାହିଁ ।

Paris Olympics 2024: ଟିମ୍‌ ଇଣ୍ତିଆକୁ ବଡ଼ ଝଟକା; ପ୍ୟାରିସ ଅଲିମ୍ପିକ୍ସରେ ଅମିତ ରୋହିଦାସ ବ୍ୟାନ୍ !

ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ହେଲେ ଅମିତ ରୋହିହାସ । ଆସନ୍ତା ଜର୍ମାନୀ ସହ ଥିବା ସେମି ଫାଇନାଲ ମ୍ୟାଚ ସେ ଖେଳିପାରିବେ ନାହିଁ । ଗତକାଲି ହୋଇଥିବା ବ୍ରିଟେନ ବିପକ୍ଷ ମ୍ୟାଚରେ ରେଡ୍ କାର୍ଡ ପାଇଥିବାରୁ ଅମିତ ରୋହିଦାସଙ୍କୁ ଆସନ୍ତା ମ୍ୟାଚରୁ ବ୍ୟାନ କରାଯାଇଛି । ଏହି ନିଷ୍ପତ୍ତି ପରେ ଟିମ ଇଣ୍ଡିଆକୁ ଝଟକା ଲାଗିଛି । 

ଭାରତୀୟ ହିକ ଟିମର ଡିଫେଣ୍ଡର ଆସନ୍ତା ମ୍ୟାଚରୁ ବାଦ ପଡ଼ିବା ଟିମ ପାଇଁ ଅସୁବିଧା ହୋଇପାରେ । ତେବେ ଏହି ନିଷ୍ପତ୍ତି ବିରୋଧରେ ହକି ଇଣ୍ଡିଆ ଆବେଦନ କରିଛି । FIHରେ ଏହି ବ୍ୟାନ ବିରୋଧରେ ଆବେଦନ କରାଯାଇଛି । ଅମିତ ରୋହିଦାସଙ୍କୁ ଯେଉଁ ଭଳି ଭାବେ ରେଡ୍ କାର୍ଡ ଦିଆଗଲା ସେ ନେଇ ଆପତ୍ତି ଉଠାଇଛି ହକି ଇଣ୍ଡିଆ।

ଅଧିକ ପଢନ୍ତୁ : Paris Olympic 2024: ଆଥଲେଟଙ୍କ ପଦକ ସ୍ୱପ୍ନ ଭାଙ୍ଗିଦେଲା ନିଜର ପ୍ରାଇଭେଟ୍ ପାର୍ଟ

ଅଭିଯୋଗରେ ୩ଟି କଥା ଉଠାଇଛି ହକି ଇଣ୍ଡିଆ। ମ୍ୟାଚରେ ଅମ୍ପାୟରିଂ ଏବଂ ନିଷ୍ପତ୍ତିର ଗୁଣବତ୍ତାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ହକି ଇଣ୍ଡିଆ। ଭିଡ଼ିଓ ଅମ୍ପାୟାର ଅନିରନ୍ତର ଭାବେ ରିଭ୍ୟୁ ନେଇଛନ୍ତି। ବିଶେଷ କରି ଜଣେ ଭାରତୀୟ ଖେଳାଳିଙ୍କୁ ଯେଭଳି ଭାବେ ରେଡ୍ କାର୍ଡ ଦିଆଗଲା ତାହା ଦ୍ବାରା ଭିଡିଓ ରିଭ୍ୟୁ ସିଷ୍ଟମ ଉପରେ ବିଶ୍ବାସ ହ୍ରାସ ପାଇଛି ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ସେହିପରି ସୁଟଆଉଟ୍ ସମୟରେ ହିଁ ଗୋଲ୍ ପୋଷ୍ଟ ପଛରେ ଗୋଲକିପରଙ୍କୁ କୋଚିଂ ଦିଆଯାଇଥିଲା। ସୁଟଆଉଟ୍ ସମୟରେ ହିଁ ଜଣେ ଗୋଲ୍ କିପର ଭିଡିଓ ଟାବଲେଟର ବ୍ୟବହାର କରିଥିଲେ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।