ଗଞ୍ଜାମ: ୮ ବର୍ଷରେ ଆସିଛନ୍ତି ୧.୪୦ ଲକ୍ଷ ବିଦେଶୀ ପକ୍ଷୀ
ବ୍ରହ୍ମପୁର,୪ା୧ (ସ୍ମୃତି ରଞ୍ଜନ ମହାଲିକ): ଶୀତ ଋତୁ ଆସିଲେ ଗଞ୍ଜାମକୁ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ, ଯାହାକୁ ଦେଖିବା ପାଇଁ ପ୍ରକୃତି ପ୍ରେମୀଙ୍କ ଭିଡ଼ ଲାଗେ। ବିଶେଷ କରି ସାଇବେରିଆ, ଋଷିଆ ଓ ଉତ୍ତର ଚାଇନା ଭଳି ସୁଦୂର ବିଦେଶରୁ ପକ୍ଷୀମାନେ ଗଞ୍ଜାମ ଉପକୂଳ ଅଞ୍ଚଳକୁ ଆସିଥାନ୍ତି। ଏମାନେ ମାର୍ଚ୍ଚ ମାସ ଯାଏଁ ଅତିଥି ଭାବେ ସେଠାରେ ବସବାସ କରିଥାନ୍ତି। ଶୀତ ଦିନରେ ହ୍ରଦଗୁଡିକରେ ଘାସଗୁଡିକ ଅଧିକ ଉଚ୍ଚତାରେ ବୃଦ୍ଧି ପାଇଥାଏ। ଏଥିମଧ୍ୟରେ ନଳ ଘାସ […] The post ଗଞ୍ଜାମ: ୮ ବର୍ଷରେ ଆସିଛନ୍ତି ୧.୪୦ ଲକ୍ଷ ବିଦେଶୀ ପକ୍ଷୀ appeared first on Dharitri Odia News.
ବ୍ରହ୍ମପୁର,୪ା୧ (ସ୍ମୃତି ରଞ୍ଜନ ମହାଲିକ): ଶୀତ ଋତୁ ଆସିଲେ ଗଞ୍ଜାମକୁ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ, ଯାହାକୁ ଦେଖିବା ପାଇଁ ପ୍ରକୃତି ପ୍ରେମୀଙ୍କ ଭିଡ଼ ଲାଗେ। ବିଶେଷ କରି ସାଇବେରିଆ, ଋଷିଆ ଓ ଉତ୍ତର ଚାଇନା ଭଳି ସୁଦୂର ବିଦେଶରୁ ପକ୍ଷୀମାନେ ଗଞ୍ଜାମ ଉପକୂଳ ଅଞ୍ଚଳକୁ ଆସିଥାନ୍ତି। ଏମାନେ ମାର୍ଚ୍ଚ ମାସ ଯାଏଁ ଅତିଥି ଭାବେ ସେଠାରେ ବସବାସ କରିଥାନ୍ତି। ଶୀତ ଦିନରେ ହ୍ରଦଗୁଡିକରେ ଘାସଗୁଡିକ ଅଧିକ ଉଚ୍ଚତାରେ ବୃଦ୍ଧି ପାଇଥାଏ। ଏଥିମଧ୍ୟରେ ନଳ ଘାସ ଅଧିକ। ଯେଉଁଥିରେ ପକ୍ଷୀମାନେ ନିଜର ସୁରକ୍ଷା ପାଇଁ ବସା ବାନ୍ଧିବା ସହ ଛୁଆମାନଙ୍କୁ ମଧ୍ୟ ସୁରକ୍ଷିତ ରଖିଥାନ୍ତି। ଅନ୍ୟପଟେ ବିଦେଶରେ ଶୀତ ଦିନରେ ଅଧିକ ଥଣ୍ଡା କାରଣରୁ ପକ୍ଷୀମାନେ ସେଭଳି ଖାଦ୍ୟ ପାଆନ୍ତିନି। ପ୍ରଚୁର ଖାଦ୍ୟ ମିଳୁଥିବା ଓ ଜଳବାୟୁ ସୁହାଉଥିବାରୁ ଓଡ଼ିଶାର ବିଭିନ୍ନ ଉପକୂଳ ଅଞ୍ଚଳ ସହ ଗଞ୍ଜାମକୁ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଛି। ଛୁଆ ଜନ୍ମଠାରୁ ଆରମ୍ଭ କରି ପକ୍ଷୀଗୁଡିକ ଉଡିବା ଯାଏଁ ଉକ୍ତ ଅଞ୍ଚଳ ସହାୟକ ହେଉଛି। ପରେ ସେମାନେ ସ୍ବ ସ୍ବ ଜାଗାକୁ ଫେରିଯାଇଥାନ୍ତି। ତେବେ ୩ ମାସର ଅତିଥି ରୂପେ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଆସନ୍ତା ୬ରୁ ୮ ତାରିଖ ଯାଏଁ ପକ୍ଷୀ ଗଣନା ହେବା ନେଇ ସ୍ଥିର କରାଯାଇଛି। ବନ ବିଭାଗର ରିପୋର୍ଟ ଅନୁସାରେ ବ୍ରହ୍ମପୁର ବନଖଣ୍ଡ ଅଧୀନ ବାହୁଦା, ଋଷିକୁଲ୍ୟା, ତାମ୍ପରା ଓ ଘୋଡାହାଡ ଆଦି ଅଞ୍ଚଳକୁ ଅଧିକ ବିଦେଶୀ ପକ୍ଷୀ ଆସୁଛନ୍ତି। ପ୍ରତିବର୍ଷ ଏହି ପକ୍ଷୀ ସଂଖ୍ୟା ବଢୁଥିବା ରିପୋର୍ଟରୁ ଆଭାସ ମିଳୁଛି। ବ୍ରହ୍ମପୁର ବନଖଣ୍ଡକୁ ୨୦୧୬ରୁ ୨୦୨୩ ଯାଏଁ ୮ବର୍ଷ ଭିତରେ ୧ଲକ୍ଷ ୪୦ ହଜାର ୩୯୯ ବିଦେଶୀ ପକ୍ଷୀ ଆସିଛନ୍ତି। ୨୦୧୬ରେ ୧୩୬୫୮, ୨୦୧୭ରେ ୧୩୦୫୧, ୨୦୧୮ରେ ୯୦୨୦, ୨୦୧୯ରେ ୧୧୯୧୧, ୨୦୨୦ରେ ୧୨୩୩୨, ୨୦୨୧ରେ ୨୪୨୯୮, ୨୦୨୨ରେ ୨୧୯୯୮ ଓ ୨୦୨୩ରେ ୩୪୧୩୧ ବିଦେଶୀ ପକ୍ଷୀ ଆସିଥିବା ସୂଚନା ମିଳିଛି। ଚଳିତ ଥର ଏକ ସ୍ବତନ୍ତ୍ର ଟିମ ପକ୍ଷୀ ଗଣନାରେ ସାମିଲ ହେବେ। ବିଦେଶୀ ପକ୍ଷୀଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋଖର କହିଛନ୍ତି।
The post ଗଞ୍ଜାମ: ୮ ବର୍ଷରେ ଆସିଛନ୍ତି ୧.୪୦ ଲକ୍ଷ ବିଦେଶୀ ପକ୍ଷୀ appeared first on Dharitri Odia News.