ବାପାଙ୍କ କରଜ ଶୁଝିବାକୁ ନାବାଳକ ପୁଅ ବନ୍ଧକ
ମହାକାଳପଡ଼ା,୩ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଣେ କାରିଗରଙ୍କ କରଜ ଶୁଝିବା ପାଇଁ ତାଙ୍କ ନାବାଳକ ପୁଅଙ୍କୁ ବନ୍ଧକ ରଖିଥିଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜନୈକ ତନ୍ତ ମିଲ୍ ମାଲିକ। ୭ ମାସ ନାବାଳକ ସେଠାରେ ରହି ଗୋତି ଖଟିବା ପରେ କୌଶଳ କ୍ରମେ ଖସି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ରାଜଗଡ଼ ଗଁାସ୍ଥିତ ନିଜ ଘରେ ପହଞ୍ଚତ୍ଥିଲେ। ପରେ ତନ୍ତ ମିଲ୍ ମାଲିକଙ୍କ ୨ ପୁଅ ରବିବାର ରାତିରେ ରାଜଗଡ଼ ଗଁାରେ ପହଞ୍ଚତ୍ ନାବାଳକଙ୍କୁ ଘରୁ ଉଠାଇ […] The post ବାପାଙ୍କ କରଜ ଶୁଝିବାକୁ ନାବାଳକ ପୁଅ ବନ୍ଧକ appeared first on Dharitri Odia News.
ମହାକାଳପଡ଼ା,୩ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଣେ କାରିଗରଙ୍କ କରଜ ଶୁଝିବା ପାଇଁ ତାଙ୍କ ନାବାଳକ ପୁଅଙ୍କୁ ବନ୍ଧକ ରଖିଥିଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜନୈକ ତନ୍ତ ମିଲ୍ ମାଲିକ। ୭ ମାସ ନାବାଳକ ସେଠାରେ ରହି ଗୋତି ଖଟିବା ପରେ କୌଶଳ କ୍ରମେ ଖସି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ରାଜଗଡ଼ ଗଁାସ୍ଥିତ ନିଜ ଘରେ ପହଞ୍ଚତ୍ଥିଲେ। ପରେ ତନ୍ତ ମିଲ୍ ମାଲିକଙ୍କ ୨ ପୁଅ ରବିବାର ରାତିରେ ରାଜଗଡ଼ ଗଁାରେ ପହଞ୍ଚତ୍ ନାବାଳକଙ୍କୁ ଘରୁ ଉଠାଇ ନେଇ ମାଡ଼ ମାରିବା ସହ ସାଙ୍ଗରେ ନେଇଯାଇଥିଲେ। ଏନେଇ ନାବାଳକଙ୍କ ମା’ ସୋମବାର ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନାବାଳକଙ୍କୁ ଉଦ୍ଧାର କରିଛି। ଏହାସହ ତନ୍ତ ମିଲ୍ ମାଲିକ ଓ ତାଙ୍କ ସ୍ତ୍ରୀ ଏବଂ ଜଣେ ପୁଅଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ତନ୍ତ ମିଲ୍ ମାଲିକଙ୍କ ଆଉ ଜଣେ ପୁଅ ଫେରାର ଅଛନ୍ତି। ଅଭିଯୋଗ ଅନୁଯାୟୀ, ରାଜଗଡ଼ ଗ୍ରାମର ଅନିଲ ମହାନ୍ତି ନିଶ୍ଚିନ୍ତକୋଇଲି କଟରପଡ଼ା ଅଞ୍ଚଳର ଅଶୋକ ମହାନ୍ତିଙ୍କ ଘରେ ଥିବା ତନ୍ତ ମିଲ୍ରେ କାରିଗର ଭାବେ ବର୍ଷେ ତଳେ କାମ କରୁଥିଲେ। ମାସକୁ ୧୨ ହଜାର ଟଙ୍କା ଦରମାରେ ଅନିଲ କାର୍ଯ୍ୟ କରୁଥିବାବେଳେ ଅଶୋକଙ୍କଠାରୁ କିଛି ଟଙ୍କା କରଜ ନେଇଥିଲେ। ଏଥିପାଇଁ ଦରମାକୁ ନେଇ ବାଦବିବାଦ ରହିଥିଲା। ତାଙ୍କୁ ରୀତିମତ ମାସକୁ ମାସ ଦରମା ଠିକ୍ରେ ମିଳୁ ନ ଥିଲା। ଘରେ ଅଭାବ ଅନଟନ ଯୋଗୁ ଅନିଲଙ୍କ ପାଖରେ ରହିଥିଲେ ତାଙ୍କ ନାବାଳକ ପୁଅ, ଯିଏ କି ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ହେଲେ ଅଶୋକ ଦରମା ନ ଦେବାରୁ ଅନିଲ ତନ୍ତ କାମ ଛାଡ଼ି ସୁରଟ ପଳାଇ ଯାଇଥିଲେ। ହେଲେ ତାଙ୍କ ପୁଅକୁ ଅଶୋକ ଛାଡ଼ି ନ ଥିଲେ। ନାବାଳକଙ୍କୁ ୭ ମାସ ଧରି ଅଶୋକ ଗାଡ଼ି ପୋଛା ମାରିବା ଓ ଅନ୍ୟ ଘର କାମରେ ନିୟୋଜିତ କରିଥିଲେ। ଭୟରେ ସେଠାରେ ରହିଥିବା ନାବାଳକ କିଛିଦିନ ତଳେ ଲୁଚିକରି ଘରକୁ ପଳାଇ ଆସିଥିଲେ। ହେଲେ ଅଶୋକଙ୍କ ୨ ପୁଅ ଚିକୁନ (୨୦) ଓ ମୋଚନ (୨୨) ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଯୋଗେ ରାଜଗଡ଼ ଗ୍ରାମରେ ପହଞ୍ଚତ୍ ଅନିଲଙ୍କ ଘର କବାଟ ବାଡ଼େଇଥିଲେ। ଅନିଲଙ୍କ ସ୍ତ୍ରୀ ସରୋଜିନୀ କବାଟ ଖୋଲିବା ପରେ ୨ ଭାଇ ନାବାଳକଙ୍କୁ ବିଛଣାରୁ ଟାଣି ଟାଣି ବାହାରକୁ ନେଇ ମାଡ଼ ମାରିବା ସହ ହତ୍ୟା ଧମକ ଦେଇ ନିଶ୍ଚିନ୍ତକୋଇଲିକୁ ନେଇଯାଇଥିଲେ। ଏ ନେଇ ନାବାଳକଙ୍କ ମା’ ସରୋଜିନୀଙ୍କ ଅଭିଯୋଗକୁ ଭିତ୍ତିକରି ମହାକାଳପଡ଼ା ଥାନା ଆଇଆଇସି ଧୀରଜ ଲେଙ୍କାଙ୍କ ନେତୃତ୍ୱରେ ଏକ ଟିମ୍ ଅଶୋକଙ୍କ ଘରୁ ନାବାଳକଙ୍କୁ ସୋମବାର ଉଦ୍ଧାର କରିଛି।
ସରୋଜିନୀଙ୍କ କହିବା କଥା, ତାଙ୍କ ସ୍ବାମୀ ଅନିଲଙ୍କୁ ତନ୍ତ ମିଲ୍ ମାଲିକ ଅଶୋକ ନିୟମିତ ଦରମା ପ୍ରଦାନ କରୁ ନ ଥିଲେ। ଅଭାବୀ ପରିବାର ହେତୁ ଅଶୋକଙ୍କଠାରୁ ତାଙ୍କ ସ୍ବାମୀ କିଛି ଟଙ୍କା ଉଦ୍ଧାର ନେଇଥିଲେ। କରଜ ଶୁଝିବାକୁ ସେ ସୁରଟକୁ କାମ କରିବାକୁ ଯାଇଛନ୍ତି। ହେଲେ କରଜ ପରିଶୋଧ ନିମନ୍ତେ ତାଙ୍କ ପୁଅଙ୍କୁ ୭ ମାସ ଧରି ଅଶୋକ ବନ୍ଧକ ରଖିଥିଲେ। ଅଶୋକ ତାଙ୍କ ଘରେ ବିଭିନ୍ନ ପ୍ରକାର କାମରେ ପୁଅକୁ ନିୟୋଜିତ କରୁଥିଲେ। ନ୍ୟାୟ ଆଶାରେ ସରୋଜିନୀ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଏ ନେଇ ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଦଫା ୩୩୧, ୧୩୭(୨), ୭୪, ୧୧୫(୨), ୧୨୭, ୧୦୯, ୩(୫)ରେ ୨୩୭/୨୪ ନମ୍ବରରେ ମାମଲା ରୁଜୁ କରିଛି। ଏ ସମ୍ପର୍କରେ ଆଇଆଇସି ଲେଙ୍କାଙ୍କୁ ପଚାରିବାରେ ଏହା ଏକ ସମ୍ବେଦନଶୀଳ ଘଟଣା। ଅଭିଯୋଗ ପରେ ନାବାଳକଙ୍କୁ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଉଦ୍ଧାର କରିଛୁ। ତନ୍ତ ମିଲ୍ ମାଲିକ ଅଶୋକ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଛୁ। ତାଙ୍କ ୨ ପୁଅଙ୍କ ନାମରେ ଅଭିଯୋଗ ରହିଛି। ସେମାନଙ୍କୁ ଥାନାକୁ ଡକରା ହୋଇଛି। ଅଶୋକଙ୍କ ପୁଅ ଚିକୁନ ଥାନାକୁ ଆସିବାରୁ ତାଙ୍କୁ ପଚରାଉଚରା କରିବାରେ ସେ ନାବାଳକଙ୍କୁ ମାଡ଼ ମାରିଥିବା ସ୍ବୀକାର କରିଛନ୍ତି। ତାଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି। ଆଉ ଜଣେ ପୁଅ ମୋଚନ ଥାନାରେ ହାଜର ହେଲା ପରେ ଅଶୋକ ଓ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ିବୁ। ନଚେତ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି ଲେଙ୍କା କହିଛନ୍ତି।
The post ବାପାଙ୍କ କରଜ ଶୁଝିବାକୁ ନାବାଳକ ପୁଅ ବନ୍ଧକ appeared first on Dharitri Odia News.