ମଦବୋଝେଇ ମିନି ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା: ଲୋକ ବୋହିନେଲେ ମଦପେଟି

ଚଣ୍ଡିଖୋଲ,୩।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ମଦ ବୋଝେଇ ମିନି ଟ୍ରକ୍‌କୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଟଣାସ୍ଥଳରେ ମଦ ବୋଝେଇ ଗାଡ଼ି ଓଲଟି ପଡ଼ିଛି। ଏହାପରେ କିଛି ଲୋକ ମଦ ପେଟି ବୋହି ନେଇ ଯାଇଥିଲେ। ବଡ଼ଚଣା ପୋଲିସ ପହଞ୍ଚି ରାସ୍ତାରେ ପଡ଼ିଥିବା ମଦ ପେଟିକୁ ଅନ୍ୟ ଗାଡ଼ିରେ ସ୍ଥାନାନ୍ତର କରିଥିଲା। ଏହି ଦୁର୍ଘଟଣାରେ କେହି ଗୁରୁତର […] The post ମଦବୋଝେଇ ମିନି ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା: ଲୋକ ବୋହିନେଲେ ମଦପେଟି appeared first on Dharitri Odia News.

ମଦବୋଝେଇ ମିନି ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା: ଲୋକ ବୋହିନେଲେ ମଦପେଟି

ଚଣ୍ଡିଖୋଲ,୩।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ମଦ ବୋଝେଇ ମିନି ଟ୍ରକ୍‌କୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଟଣାସ୍ଥଳରେ ମଦ ବୋଝେଇ ଗାଡ଼ି ଓଲଟି ପଡ଼ିଛି। ଏହାପରେ କିଛି ଲୋକ ମଦ ପେଟି ବୋହି ନେଇ ଯାଇଥିଲେ। ବଡ଼ଚଣା ପୋଲିସ ପହଞ୍ଚି ରାସ୍ତାରେ ପଡ଼ିଥିବା ମଦ ପେଟିକୁ ଅନ୍ୟ ଗାଡ଼ିରେ ସ୍ଥାନାନ୍ତର କରିଥିଲା। ଏହି ଦୁର୍ଘଟଣାରେ କେହି ଗୁରୁତର ହୋଇନାହାନ୍ତି। ମିନି ଟ୍ରକ ଡ୍ରାଇଭର ସାମାନ୍ୟ ଆହତ ହୋଇ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରି ଯାଇଛନ୍ତି। ମଦ ବୋଝେଇ ଗାଡ଼ିଟି ଖୋର୍ଦ୍ଧା ଅଞ୍ଚଳରୁ ଯାଜପୁର ଅଭିମୁଖେ ଯାଉଥିଲା। ଆମ୍ବୁଲାନ୍ସ କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ସକାଳେ ଘନକୁହୁଡ଼ି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କେତେଜଣ ସ୍ଥାନୀୟ ଲୋକେ କହୁଥିବାବେଳେ ଆମ୍ବୁଲାନ୍ସ ମିନି ଟ୍ରକ ପଛରେ ଧକ୍କା ଦେଇଥିବା ଅନ୍ୟ କେତେଜଣ ପ୍ରକାଶ କରିଛନ୍ତି।

The post ମଦବୋଝେଇ ମିନି ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା: ଲୋକ ବୋହିନେଲେ ମଦପେଟି appeared first on Dharitri Odia News.