ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍ଫେର୍, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ
ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍ଫେର୍ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କରି ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟନ୍ତ କୁମାର ସାହୁ। ପ୍ରାପ୍ତ ସୂଚନାନୁଯାୟୀ, ଜୟନ୍ତ ତ୍ରିବେଣୀ କମ୍ପାନୀରେ ୨୦୨୦-୨୦୨୩ରେ କାର୍ଯ୍ୟରତ ଥିଲାବେଳେ କମ୍ପାନୀର ନିୟୋଜିତ ଭାରୀଯାନଗୁଡ଼ିକର ଫାସ୍ ଟ୍ୟାଗ ରିଚାର୍ଜ ଦାୟିତ୍ୱରେ ଥିଲେ। ଗତ ନଭେମ୍ବରରେ ଜୟନ୍ତ ଚାକିରିରୁ ଇସ୍ତଫା ଦେଇଥିବା ବେଳେ […] The post ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍ଫେର୍, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ appeared first on Dharitri Odia News.
ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍ଫେର୍ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କରି ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟନ୍ତ କୁମାର ସାହୁ।
ପ୍ରାପ୍ତ ସୂଚନାନୁଯାୟୀ, ଜୟନ୍ତ ତ୍ରିବେଣୀ କମ୍ପାନୀରେ ୨୦୨୦-୨୦୨୩ରେ କାର୍ଯ୍ୟରତ ଥିଲାବେଳେ କମ୍ପାନୀର ନିୟୋଜିତ ଭାରୀଯାନଗୁଡ଼ିକର ଫାସ୍ ଟ୍ୟାଗ ରିଚାର୍ଜ ଦାୟିତ୍ୱରେ ଥିଲେ। ଗତ ନଭେମ୍ବରରେ ଜୟନ୍ତ ଚାକିରିରୁ ଇସ୍ତଫା ଦେଇଥିବା ବେଳେ କମ୍ପାନୀ ତାଙ୍କ ନାମରେ ୧୨ ଲକ୍ଷ ଟଙ୍କା ହେର୍ଫେର୍ କରିଥିବା ନେଇ ରୁଗୁଡ଼ି ଥାନାରେ ଗତ ମାର୍ଚ୍ଚ ମାସରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ରୁଗୁଡ଼ି ପୋଲିସ କେସ୍ ନଂ ୫୩/୨୦୨୪ରେ ଏକ ମାମଲା ରୁଜୁ କରି ଜୟନ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା କଳାବୁଦା ଗ୍ରାମରୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ତରଣୀ ସେନ ବାଗ୍ ସୂଚନା ଦେଇଛନ୍ତି।
The post ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍ଫେର୍, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ appeared first on Dharitri Odia News.