ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବ ଓରାଭେଲ ଷ୍ଟେଜ
ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଓରାଭେଲ ଷ୍ଟେଜ୍ ଏବଂ ଜି୬ ହସ୍ପିଟାଲିଟି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହା ଏକ ନଗଦ କାରବାର (ଟ୍ରାଞ୍ଜାକ୍ସନ) ମଧ୍ୟରେ ସହଭାଗିତା ହୋଇଥିଲାବେଳେ ପ୍ରାୟ ୫୨୫ ମିଲିୟନ ଡଲାର ମୂଲ୍ୟରେ ବ୍ଲାକ୍ ଷ୍ଟୋନ୍ ରିଅଲ ଇଷ୍ଟେଟଠାରୁ ଆଇକନିକ ମୋଟେଲ-୬ ଓ ଷ୍ଟୁଡିଓ-୬ ବ୍ରାଣ୍ଡ୍ର ଅଗ୍ରଣୀ ଇକୋନୋମି ଲଜିଙ୍ଗ ଫ୍ରାଞ୍ଚାଇଜର ଏବଂ ପ୍ୟାରେଣ୍ଟ କମ୍ପାନୀ ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବା ପାଇଁ କମ୍ପାନୀ ଏକ ଚୁକ୍ତିନାମା ସ୍ବାକ୍ଷର […] The post ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବ ଓରାଭେଲ ଷ୍ଟେଜ appeared first on Dharitri Odia News.
ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଓରାଭେଲ ଷ୍ଟେଜ୍ ଏବଂ ଜି୬ ହସ୍ପିଟାଲିଟି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହା ଏକ ନଗଦ କାରବାର (ଟ୍ରାଞ୍ଜାକ୍ସନ) ମଧ୍ୟରେ ସହଭାଗିତା ହୋଇଥିଲାବେଳେ ପ୍ରାୟ ୫୨୫ ମିଲିୟନ ଡଲାର ମୂଲ୍ୟରେ ବ୍ଲାକ୍ ଷ୍ଟୋନ୍ ରିଅଲ ଇଷ୍ଟେଟଠାରୁ ଆଇକନିକ ମୋଟେଲ-୬ ଓ ଷ୍ଟୁଡିଓ-୬ ବ୍ରାଣ୍ଡ୍ର ଅଗ୍ରଣୀ ଇକୋନୋମି ଲଜିଙ୍ଗ ଫ୍ରାଞ୍ଚାଇଜର ଏବଂ ପ୍ୟାରେଣ୍ଟ କମ୍ପାନୀ ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବା ପାଇଁ କମ୍ପାନୀ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି ବୋଲି ଗ୍ଲୋବାଲ ଟ୍ରାଭେଲ ଟେକ୍ନୋଲୋଜି କମ୍ପାନୀ ଓୟୋ’ର ପ୍ୟାରେଣ୍ଟ କମ୍ପାନୀ ଓରାଭେଲ ଷ୍ଟେଜ୍ ନିକଟରେ ଘୋଷଣା କରିଛି। ସେହିଭଳି ଏହି କାରବାର (ଡିଲ୍)କୁ ଓଡ଼ିଶାର ବରଗଡ଼ ଜିଲା ବାସିନ୍ଦା ଏବଂ ଓୟୋର ଗ୍ରୁପ ଜେନେରାଲ କାଉନସେଲ ରାକେଶ ପୃଷ୍ଟି ସଫଳତାର ସହ ପରିଚାଳନା ଏବଂ ଯିଏକି ଚୁକ୍ତିପୂର୍ବ ଆଲୋଚନା ଓ ଚୁକ୍ତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓୟୋର ଅନ୍ୟାନ୍ୟ ଲିଡରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହା ୟୁଏସ୍ରେ ଓୟୋର ଉପସ୍ଥିତିକୁ ଆହୁରି ସୁଦୃଢ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଓୟୋର ଗ୍ରୁପ୍ ଜେନେରାଲ କାଉନସେଲ ରାକେଶ ପୃଷ୍ଟି କହିଛନ୍ତି, ଏହା ଓୟୋ ପାଇଁ ଏକ ବଡ ସଫଳତା ହୋଇଥିଲାବେଳେ ଆମେ ଆମେରିକୀୟ ବଜାରକୁ ଆମର ନିଜସ୍ବ ଆତିଥ୍ୟ ଅନୁଭୂତି ଆଣିବା ପାଇଁ ଲକ୍ଷ୍ୟ ରଖିଛୁ। ଏପରିକି ମୋଟେଲ୬ର ଆମେରିକା ଓ କାନାଡାରେ ଭଲ ଉପସ୍ଥିତି ରହିଛି। ଏହି ସହଭାଗିତା ଭ୍ରମଣକାରୀଙ୍କ ଆବଶ୍ୟକତାକୁ ଉତ୍ତମ ଭାବେ ପୂରଣ କରିବାରେ ଆମକୁ ସାହାଯ୍ୟ କରିବ, ଯାହା ସେମାନଙ୍କୁ ଉନ୍ନତ ସୁବିଧା ଓ ସୁଲଭତା ପ୍ରଦାନ କରିବ। ସେହିଭଳି ଏହି ସହଭାଗିତା ମାଧ୍ୟମରେ ଓୟୋ ନିଜର ଟେକ୍ନୋଲୋଜି, ପରିଚାଳନାଗତ ଦକ୍ଷତା ଓ ପ୍ରିମିୟମ ଗେଷ୍ଟ ଏକ୍ସପେରିଏନ୍ସ ମଡେଲକୁ ମୋଟେଲ ୬ର ସମ୍ପତ୍ତିଗୁଡିକରେ ଏକତ୍ରିତ କରିବ।
The post ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବ ଓରାଭେଲ ଷ୍ଟେଜ appeared first on Dharitri Odia News.