ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ହାତରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ସିଜିନର ତୃତୀୟ ପରାଜୟରେ ନିରାଶ ହୋଇଥିବା ପାଣ୍ଡ୍ୟା ମ୍ୟାଚ ପରେ ଭାବପ୍ରବଣ ଦେଖାଯାଇଥିଲା। ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଏଥିରେ ସେ ମୁହଁ ତଳକୁ କରି ନିରାଶ ହୋଇ ଠିଆ ହୋଇଥିବା ନଜର ଆସିଛନ୍ତି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟ ପାଇଁ ୨୦୪ ରନ୍‌ର ଟାର୍ଗେଟ ଦେଇଥିଲା। ମିଚେଲ […] The post ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କାହିଁକି appeared first on Dharitri Odia News.

ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ହାତରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ସିଜିନର ତୃତୀୟ ପରାଜୟରେ ନିରାଶ ହୋଇଥିବା ପାଣ୍ଡ୍ୟା ମ୍ୟାଚ ପରେ ଭାବପ୍ରବଣ ଦେଖାଯାଇଥିଲା। ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଏଥିରେ ସେ ମୁହଁ ତଳକୁ କରି ନିରାଶ ହୋଇ ଠିଆ ହୋଇଥିବା ନଜର ଆସିଛନ୍ତି।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟ ପାଇଁ ୨୦୪ ରନ୍‌ର ଟାର୍ଗେଟ ଦେଇଥିଲା। ମିଚେଲ ମାର୍ଶ (୬୦) ଏବଂ ଏଡେନ ମାକ୍ରାମ (୫୩) ଭଲ ଯୋଗଦାନ ଦେଇଥିଲେ। ପାଣ୍ଡ୍ୟା ବୋଲିଂରେ ଇତିହାସ ସୃଷ୍ଟି କରିଥିଲେ। ସେ IPLରେ ୫ ଉଇକେଟ ନେଇଥିବା ପ୍ରଥମ ଅଧିନାୟକ ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂରେ ଭଲ ଆରମ୍ଭ କରି ନ ଥିଲା। କାରଣ ସେମାନେ ୧୭ ରନରେ ଉଭୟ ଓପନର (ୱିଲ ଜ୍ୟାକ୍ସ, ରିଆନ ରିକେଲଟନ)ଙ୍କୁ ହରାଇଥିଲେ। ନମନ ଧୀର (୨୪ ବଲ ରୁ ୪୬ ରନ) ଏବଂ ସୂର୍ଯ୍ୟକୁମାର ଯାଦବ ଇନିଂସକୁ ସ୍ଥିର କରି ମ୍ୟାଚ୍‌କୁ ମୁମ୍ବାଇ ପକ୍ଷକୁ ଆଣିଥିଲେ। ସୂର୍ଯ୍ୟକୁମାର ୪୩ ବଲ୍‌ରେ ୬୭ ରନ କରିଥିଲେ।

ଇମ୍ପାକ୍ଟ ପ୍ଲେୟାର ଭାବରେ ଆସିଥିବା ତିଲକ ବର୍ମା ୨୫ ରନ କରିଥିଲେ କିନ୍ତୁ ଏଥିପାଇଁ ସେ ୨୩ବଲ ଖେଳିଥିଲେ, ସେ ବଡ଼ ସଟ ମାରିବାରେ ବିଫଳ ହୋଇଥିଲେ। ଏହା ପରେ, ସେ ୧୯ତମ ଓଭରରେ ରିଟାୟାର୍ଡ ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲ୍‌ରେ ଅପରାଜିତ ୨୮ ରନ କରିଥିଲେ ମଧ୍ୟ ବିଜୟ ହାସଲ କରିପାରି ନଥିଲେ। ଏହି ପରାଜୟରେ ନିରାଶ ହୋଇ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ ପରେ ଭାବପ୍ରବଣ ଦେଖାଯାଇଥିଲେ। ତାଙ୍କର ଏକ ଫଟୋ ଭାଇରାଲ ହେଉଛି, ଏଥିରେ ସେ ମୁହଁ ତଳକୁ କରି ହତାଶ ହୋଇ ଠିଆ ହୋଇଛନ୍ତି।

 

The post ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କାହିଁକି appeared first on Dharitri Odia News.