ପାକିସ୍ତାନର ଆକ୍ରମଣ ପୂର୍ବରୁ ବ୍ରହ୍ମୋସ୍ର ବର୍ଷା କରିଥିଲା ଭାରତ: ମାନିଲେ ଶେହେବାଜ ସରିଫ
ଇସଲାମାବାଦ: ପ୍ରଥମ ଥର ଅନ୍ତର୍ଜାତୀୟ ଖୋଲା ମଞ୍ଚରେ ଭାରତର ପରାକ୍ରମ ସ୍ୱୀକାର କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ। ମେ ୯-୧୦ ମଧ୍ୟରାତ୍ରିରେ ଯେତେବେଳେ ଭାରତ ରାୱଲପିଣ୍ଡିର ବିମାନବନ୍ଦର ସମେତ ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ କରିବା ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ର ମାଡ଼ କଲା ସେତେବେଳେ ପାକିସ୍ତାନର ସେନା ଆଚମ୍ଭିତ ହୋଇଯାଇଥିଲା ବୋଲି ଶେହେବଜ କହିଛନ୍ତି। ପାକିସ୍ତାନ ସମର୍ଥକ ଦେଶ ଆଜରବାଇଜାନରେ ଲାଚିନ୍ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସରିଫ କହିଛନ୍ତି ଯେ ଅସୀମ ମୁନିରଙ୍କ ନେତୃତ୍ୱରେ ପାକିସ୍ତାନ ସେନା ମେ ୧୦ ସକାଳ ପ୍ରାର୍ଥନା ପରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ହେଲେ ସକାଳ ହେବା ପୂର୍ବରୁ ଦୂରଗାମୀ ସୁପରସୋନିକ୍ ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ୍ ପାକିସ୍ତାନର ବିଭିନ୍ନ ପ୍ରଦେଶରେ ମାଡ଼ ହୋଇଥିଲା। ସକାଳେ ହୋଇଥିବା ଆକ୍ରମଣ ବିଷୟରେ ତାଙ୍କୁ ମୁନିର ସୂଚନା ଦେଇଥିଲେ ବୋଲି ସରିଫ କହିଛନ୍ତି। ପଢ଼ନ୍ତୁ- ଆମେରିକା ସହ ଆଲୋଚନା ବେଳେ ଟାରିଫ କଥା ଉଠିନି: ସିଜ୍ଫାୟାର ନେଇ ଟ୍ରମ୍ପ ଟିମ୍ଙ୍କ ନୂଆ ଦାବିରେ ଭାରତର ସ୍ପଷ୍ଟୀକରଣସରିଫ କହିଛନ୍ତି “୯-୧୦ ମେ ରାତିରେ, ଆମେ ଭାରତୀୟ ଆକ୍ରମଣର ଜବାବ ମାପିଚୁପି ଦେବାକୁ ନିଷ୍ପତ୍ତି ନେଇଥିଲୁ। ଭାରତକୁ ଶିକ୍ଷା ଦେବା ପାଇଁ ଆମର ସଶସ୍ତ୍ର ବାହିନୀ ଫଜର ନମାଜ ପରେ ସକାଳ ୪.୩୦ ରେ ଆଟାକ୍ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ସମୟ ପୂର୍ବରୁ ହିଁ ଭ
ଇସଲାମାବାଦ: ପ୍ରଥମ ଥର ଅନ୍ତର୍ଜାତୀୟ ଖୋଲା ମଞ୍ଚରେ ଭାରତର ପରାକ୍ରମ ସ୍ୱୀକାର କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ। ମେ ୯-୧୦ ମଧ୍ୟରାତ୍ରିରେ ଯେତେବେଳେ ଭାରତ ରାୱଲପିଣ୍ଡିର ବିମାନବନ୍ଦର ସମେତ ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ କରିବା ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ର ମାଡ଼ କଲା ସେତେବେଳେ ପାକିସ୍ତାନର ସେନା ଆଚମ୍ଭିତ ହୋଇଯାଇଥିଲା ବୋଲି ଶେହେବଜ କହିଛନ୍ତି।
ପାକିସ୍ତାନ ସମର୍ଥକ ଦେଶ ଆଜରବାଇଜାନରେ ଲାଚିନ୍ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସରିଫ କହିଛନ୍ତି ଯେ ଅସୀମ ମୁନିରଙ୍କ ନେତୃତ୍ୱରେ ପାକିସ୍ତାନ ସେନା ମେ ୧୦ ସକାଳ ପ୍ରାର୍ଥନା ପରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ହେଲେ ସକାଳ ହେବା ପୂର୍ବରୁ ଦୂରଗାମୀ ସୁପରସୋନିକ୍ ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ୍ ପାକିସ୍ତାନର ବିଭିନ୍ନ ପ୍ରଦେଶରେ ମାଡ଼ ହୋଇଥିଲା। ସକାଳେ ହୋଇଥିବା ଆକ୍ରମଣ ବିଷୟରେ ତାଙ୍କୁ ମୁନିର ସୂଚନା ଦେଇଥିଲେ ବୋଲି ସରିଫ କହିଛନ୍ତି।
ପଢ଼ନ୍ତୁ- ଆମେରିକା ସହ ଆଲୋଚନା ବେଳେ ଟାରିଫ କଥା ଉଠିନି: ସିଜ୍ଫାୟାର ନେଇ ଟ୍ରମ୍ପ ଟିମ୍ଙ୍କ ନୂଆ ଦାବିରେ ଭାରତର ସ୍ପଷ୍ଟୀକରଣ
ସରିଫ କହିଛନ୍ତି “୯-୧୦ ମେ ରାତିରେ, ଆମେ ଭାରତୀୟ ଆକ୍ରମଣର ଜବାବ ମାପିଚୁପି ଦେବାକୁ ନିଷ୍ପତ୍ତି ନେଇଥିଲୁ। ଭାରତକୁ ଶିକ୍ଷା ଦେବା ପାଇଁ ଆମର ସଶସ୍ତ୍ର ବାହିନୀ ଫଜର ନମାଜ ପରେ ସକାଳ ୪.୩୦ ରେ ଆଟାକ୍ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ସମୟ ପୂର୍ବରୁ ହିଁ ଭାରତ ପୁଣି ଥରେ ବ୍ରହ୍ମୋସ ବ୍ୟବହାର କରି ରାୱଲପିଣ୍ଡି ବିମାନବନ୍ଦର ସମେତ ପାକିସ୍ତାନର ବିଭିନ୍ନ ପ୍ରଦେଶକୁ ଟାର୍ଗେଟ କରି ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା।”

ପଶ୍ଚିମ ସୀମାରେ ଥିବା ଜନବସତି ଅଞ୍ଚଳ ଉପରେ ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ଭାରତ ପାକିସ୍ତାନ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ପାକିସ୍ତାନର ୧୧ଟି ସାମରିକ ସ୍ଥାନ ମଧ୍ୟରେ ରାୱଲପିଣ୍ଡିର ନୁର ଖାନ ବାୟୁସେନା ଘାଟିକୁ ଟାର୍ଗେଟ୍ କରାଯାଇଥିଲା ଏହି ଏୟାରବେସ୍ଟି ରାୱଲପିଣ୍ଡିରେ ଥିବା ପାକିସ୍ତାନ ସେନା ମୁଖ୍ୟାଳୟଠାରୁ ଅଳ୍ପ ଦୂରରେ ରହିଛି। ଏୟାରବେସରେ ଲକହିଡ୍ ସି-୧୩୦ ହରକ୍ୟୁଲେସ୍ ଏବଂ ଇଲିୟୁସିନ୍ ଇଲ୍-୭୮ ରିଫ୍ୟୁଏଲର୍ ଭଳି ଯୁଦ୍ଧ ବିମାନ ରହିଥିଲେ। ତେବେ ସାଟେଲାଇଟ୍ ଚିତ୍ର ବିଶ୍ଳେଷଣରୁ ଯାହା ଜଣାପଡ଼ିଛି, ଭାରତ ଆକ୍ରମଣରେ ଅତି କମରେ ୨ ସାମରିକ ପରିବହନ ଯାନ କ୍ଷତିଗ୍ରସ୍ତ ହୋଇଛି।
ନୁର ଖାନଙ୍କ ଏୟାର ବେସ୍ ବ୍ୟତୀତ ରାଫିକି, ମୁରିଦ, ରହୀମ ୟାର ଖାନ, ସୁକ୍କୁର ଏବଂ ଚୁନିୟାନରେ ପାକିସ୍ତାନୀ ସାମରିକ ବେସକୁ ଆକ୍ରମଣ କରିଥିଲା ଭାରତ। ଆକ୍ରମଣରେ ସ୍କାର୍ଡୁ, ଭୋଲାରୀ, ଯାକୋବାବାଦ ଏବଂ ସରଗୋଡାସ୍ଥିତ ଏୟାର ବେସରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ରିପୋର୍ଟ ଅନୁସାରେ, ଭାରତ ପାକିସ୍ତାନ ଏୟାରବେସ ଉପରେ ସଠିକ୍ ଆକ୍ରମଣ ପାଇଁ Su-30MKI ଜେଟ୍ରୁ ପ୍ରାୟ ୧୫ଟି ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା।