ବାପା ମା’ଙ୍କ ଜନ୍ମ ସ୍ଥାନରେ କମାଲ୍‌ କଲେ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍‌: ମିଳିଲା ସ୍ବତନ୍ତ୍ର ମେସେଜ୍‌

ମୁମ୍ବାଇ,୪ା୧୧: ଭାରତ ବିପକ୍ଷରେ ଐତିହାସିକ କ୍ଲିନ୍‌ ସୁଇପ୍‌ ପରେ ବାପାଙ୍କ ଠାରୁ ଏକ ସ୍ବତନ୍ତ୍ର ମେସେଜ୍‌ ମିଳିଥିବା କହିଛନ୍ତି ଯୁବ ଖେଳାଳି ରାଚିନ୍‌ ରବୀନ୍ଦ୍ର। ସିରିଜ୍‌ ବିଜୟ ପରେ ‘ମୁଁ ତୁମ ପାଇଁ ଗର୍ବିତ’ ବୋଲି ବାପା ମେସେଜ୍‌ କରିଥିବା ରବୀନ୍ଦ୍ର କହିଛନ୍ତି। ନିଜ ବାପା ମା’ଙ୍କ ଜନ୍ମ ସ୍ଥାନରେ ଏକ ଟେଷ୍ଟ ସିରିଜ୍‌ ଜିତିବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ତେବେ ବାପାଙ୍କ ମେସେଜ ସବୁଠାରୁ ସ୍ବତନ୍ତ୍ର ଥିଲା। ୨୪ ବର୍ଷୀୟ ଅଲରାଉଣ୍ଡର ଜଣକ […] The post ବାପା ମା’ଙ୍କ ଜନ୍ମ ସ୍ଥାନରେ କମାଲ୍‌ କଲେ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍‌: ମିଳିଲା ସ୍ବତନ୍ତ୍ର ମେସେଜ୍‌ appeared first on Dharitri Odia News.

ବାପା ମା’ଙ୍କ ଜନ୍ମ ସ୍ଥାନରେ କମାଲ୍‌ କଲେ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍‌: ମିଳିଲା ସ୍ବତନ୍ତ୍ର ମେସେଜ୍‌

ମୁମ୍ବାଇ,୪ା୧୧: ଭାରତ ବିପକ୍ଷରେ ଐତିହାସିକ କ୍ଲିନ୍‌ ସୁଇପ୍‌ ପରେ ବାପାଙ୍କ ଠାରୁ ଏକ ସ୍ବତନ୍ତ୍ର ମେସେଜ୍‌ ମିଳିଥିବା କହିଛନ୍ତି ଯୁବ ଖେଳାଳି ରାଚିନ୍‌ ରବୀନ୍ଦ୍ର। ସିରିଜ୍‌ ବିଜୟ ପରେ ‘ମୁଁ ତୁମ ପାଇଁ ଗର୍ବିତ’ ବୋଲି ବାପା ମେସେଜ୍‌ କରିଥିବା ରବୀନ୍ଦ୍ର କହିଛନ୍ତି। ନିଜ ବାପା ମା’ଙ୍କ ଜନ୍ମ ସ୍ଥାନରେ ଏକ ଟେଷ୍ଟ ସିରିଜ୍‌ ଜିତିବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ତେବେ ବାପାଙ୍କ ମେସେଜ ସବୁଠାରୁ ସ୍ବତନ୍ତ୍ର ଥିଲା। ୨୪ ବର୍ଷୀୟ ଅଲରାଉଣ୍ଡର ଜଣକ ନ୍ୟୁଜିଲାଣ୍ଡର ଓ୍ବେଲିଂଟନ୍‌ରେ ଜନ୍ମଗ୍ରହଣ କରିଥିଲେ। ବାପା ରବି କ୍ରିଷ୍ଣମୂର୍ତ୍ତି ଓ ମା’ ଦୀପା ଉଭୟ ବେଙ୍ଗାଲୁରୁର ବାସିନ୍ଦା। ଏପରି କି ତାଙ୍କ ଜେଜେ ବାପା ଓ ଜେଜେ ମା’ ଏବେ ବି ବେଙ୍ଗାଲୁରୁରେ ବାସ କରନ୍ତି। ପିତାଙ୍କ ନିକଟରୁ ପ୍ରଶଂସା ମିଳିବା ଅତ୍ୟନ୍ତ ବିରଳ ହୋଇଥିବା ବେଳେ ଏହି ମେସେଜ୍‌ ପାଇ ସେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ରବୀନ୍ଦ୍ର। ଏପରିକି ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ରବୀନ୍ଦ୍ରଙ୍କ ପିତା ମ୍ୟାଚ୍‌ ଦେଖିବା ପାଇଁ ଉପସ୍ଥିତ ଥିଲେ। ଏହି ମ୍ୟାଚ୍‌ରେ ରବୀନ୍ଦ୍ର ଶତକ ଓ ଅପରାଜିତ ୩୯ ରନ୍‌ ସ୍କୋର କରି ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ପିତାଙ୍କ ସମ୍ମୁଖରେ ଶତକ ହାସଲ କରିବା ମଧ୍ୟ ମୋ ପାଇଁ ସ୍ବତନ୍ତ୍ର ଥିଲା ବୋଲି ସେ କହିଛନ୍ତି।

The post ବାପା ମା’ଙ୍କ ଜନ୍ମ ସ୍ଥାନରେ କମାଲ୍‌ କଲେ ଏହି ନ୍ୟୁଜିଲାଣ୍ଡ କ୍ରିକେଟର୍‌: ମିଳିଲା ସ୍ବତନ୍ତ୍ର ମେସେଜ୍‌ appeared first on Dharitri Odia News.