ମୁମ୍ଵାଇରେ ଆଲିଶାନ ଫ୍ଲାଟ୍ କିଣିଲେ ଆଥିଆ-କେ.ଏଲ ରାହୁଲ, ଘରର ଦାମ୍ ୨୦ କୋଟି
ମୁମ୍ଵାଇ ୧୮।୦୭: ଭାରତୀୟ ଦଳର ଷ୍ଟାର କ୍ରିକେଟର କେ.ଏଲ୍ ରାହୁଲ। ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀଙ୍କ ସହ ମିଶି ଏକ ନୂତନ ଘର କିଣିଛନ୍ତି। ଦୁହେଁ ମୁମ୍ବାଇର ଏକ ପାଶ୍ ହିଲ୍ରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଯେଉଁଥିପାଇଁ ଦୁହେଁ ପ୍ରାୟ ୧.୨୦ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଥିଲେ ।ସୁନୀଲ ଶେଟ୍ଟୀଙ୍କ ଝିଅ ସାନ୍ଧୁ ପ୍ୟାଲେସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଏହି ଆପାର୍ଟମେଣ୍ଟ ନେଇଛନ୍ତି।ମିଡିଆ ରିପୋର୍ଟ ଅନୁଯାୟୀ, ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ଏହି ନୂତନ ଫ୍ଲାଟର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା। ଯାହା ୩୩୫୦ ବର୍ଗଫୁଟ ଅଟେ। ଉଭୟେ ବୃହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନରୁ ଏକ ପ୍ରମାଣପତ୍ର ମଧ୍ୟ ପାଇଛନ୍ତି। ଏହି ଫ୍ଲାଟର ପଞ୍ଜୀକରଣ ପାଇଁ ଦୁହେଁ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଯେଉଁଥିରେ କାର୍ ପାର୍କିଂ ମଧ୍ୟ ଅନ୍ତର୍ଭୁକ୍ତ । ଏହି କାରବାର ଜୁଲାଇ ୧୫ରେ ହୋଇଥିଲା ।କହିବାକୁ ଗଲେ ଅନେକ ବଲିଉଡ ସେଲିବ୍ରିଟି ସେଠାରେ ରୁହନ୍ତି । ଯେଉଁଠାରେ କେ.ଏଲ୍ ରାହୁଲ ଏବଂ ଆଥିଆ ସେମାନଙ୍କର ନୂଆ ଫ୍ଲାଟ କିଣିଛନ୍ତି । ଯେଉଁଥିରେ ଦିଲୀପ କୁମାରଙ୍କ ବଙ୍ଗଳା ଏବଂ ଅମୀର ଖାନଙ୍କ ଘର ମଧ୍ୟ ରହିଛି। ସଲମାନ ଖାନ, ଶାହାରୁଖ ଖାନ, ସୈଫ୍ ଅଲି ଖାନ, ଜାହ୍ନବୀ କପୁର ଏବଂ ତୃପ୍ତି ଡିମ୍ରି ନିକଟସ୍ଥ ବାନ୍ଦ୍ରାଠାରେ ରୁହନ୍ତି।
ମୁମ୍ଵାଇ ୧୮।୦୭: ଭାରତୀୟ ଦଳର ଷ୍ଟାର କ୍ରିକେଟର କେ.ଏଲ୍ ରାହୁଲ। ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀଙ୍କ ସହ ମିଶି ଏକ ନୂତନ ଘର କିଣିଛନ୍ତି। ଦୁହେଁ ମୁମ୍ବାଇର ଏକ ପାଶ୍ ହିଲ୍ରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଯେଉଁଥିପାଇଁ ଦୁହେଁ ପ୍ରାୟ ୧.୨୦ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଥିଲେ ।ସୁନୀଲ ଶେଟ୍ଟୀଙ୍କ ଝିଅ ସାନ୍ଧୁ ପ୍ୟାଲେସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଏହି ଆପାର୍ଟମେଣ୍ଟ ନେଇଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ଏହି ନୂତନ ଫ୍ଲାଟର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା। ଯାହା ୩୩୫୦ ବର୍ଗଫୁଟ ଅଟେ। ଉଭୟେ ବୃହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନରୁ ଏକ ପ୍ରମାଣପତ୍ର ମଧ୍ୟ ପାଇଛନ୍ତି। ଏହି ଫ୍ଲାଟର ପଞ୍ଜୀକରଣ ପାଇଁ ଦୁହେଁ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଯେଉଁଥିରେ କାର୍ ପାର୍କିଂ ମଧ୍ୟ ଅନ୍ତର୍ଭୁକ୍ତ । ଏହି କାରବାର ଜୁଲାଇ ୧୫ରେ ହୋଇଥିଲା ।

କହିବାକୁ ଗଲେ ଅନେକ ବଲିଉଡ ସେଲିବ୍ରିଟି ସେଠାରେ ରୁହନ୍ତି । ଯେଉଁଠାରେ କେ.ଏଲ୍ ରାହୁଲ ଏବଂ ଆଥିଆ ସେମାନଙ୍କର ନୂଆ ଫ୍ଲାଟ କିଣିଛନ୍ତି । ଯେଉଁଥିରେ ଦିଲୀପ କୁମାରଙ୍କ ବଙ୍ଗଳା ଏବଂ ଅମୀର ଖାନଙ୍କ ଘର ମଧ୍ୟ ରହିଛି। ସଲମାନ ଖାନ, ଶାହାରୁଖ ଖାନ, ସୈଫ୍ ଅଲି ଖାନ, ଜାହ୍ନବୀ କପୁର ଏବଂ ତୃପ୍ତି ଡିମ୍ରି ନିକଟସ୍ଥ ବାନ୍ଦ୍ରାଠାରେ ରୁହନ୍ତି।