ଜନ୍ମଦିନରେ ଭାଙ୍ଗିଗଲା ମୀରାବାଇ ଚାନୁଙ୍କ ସ୍ବପ୍ନ

ପ୍ୟାରିସ,୮ା୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ନିରାଶାର ସମ୍ମୁଖୀନ ହେବାକୁ ପଡିଛି। ଟୋକିଓ ଗେମ୍ସରେ ରୌପ୍ୟ ବିଜୟିନୀ ଭାରତୀୟ ଭାରୋତ୍ତୋଳିକା ମୀରାବାଇ ସାଇଖୋମ ଚାନୁ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ ପଦକ ଜିତି ମିରାବାଇ ଚାନୁ ତାଙ୍କ ଜନ୍ମଦିନକୁ ସୱତନ୍ତ୍ର କରିବାକୁ ଚାହୁଁଥିଲେ। କିନ୍ତୁ ଏହା ହୋଇପାରିଲା ନାହିଁ। ମୀରାବାଇ ଚାନୁ ୮ ଅଗଷ୍ଟ ୧୯୯୪ରେ ମଣିପୁରର କାକଚିଂ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଚାନୁ ସ୍ନାଚରେ ୮୮ ଓ କ୍ଲିନ […] The post ଜନ୍ମଦିନରେ ଭାଙ୍ଗିଗଲା ମୀରାବାଇ ଚାନୁଙ୍କ ସ୍ବପ୍ନ appeared first on Dharitri Odia News.

ଜନ୍ମଦିନରେ ଭାଙ୍ଗିଗଲା ମୀରାବାଇ ଚାନୁଙ୍କ ସ୍ବପ୍ନ

ପ୍ୟାରିସ,୮ା୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ନିରାଶାର ସମ୍ମୁଖୀନ ହେବାକୁ ପଡିଛି। ଟୋକିଓ ଗେମ୍ସରେ ରୌପ୍ୟ ବିଜୟିନୀ ଭାରତୀୟ ଭାରୋତ୍ତୋଳିକା ମୀରାବାଇ ସାଇଖୋମ ଚାନୁ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ ପଦକ ଜିତି ମିରାବାଇ ଚାନୁ ତାଙ୍କ ଜନ୍ମଦିନକୁ ସୱତନ୍ତ୍ର କରିବାକୁ ଚାହୁଁଥିଲେ। କିନ୍ତୁ ଏହା ହୋଇପାରିଲା ନାହିଁ। ମୀରାବାଇ ଚାନୁ ୮ ଅଗଷ୍ଟ ୧୯୯୪ରେ ମଣିପୁରର କାକଚିଂ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
ଚାନୁ ସ୍ନାଚରେ ୮୮ ଓ କ୍ଲିନ ଆଣ୍ଡ ଜର୍କରେ ୧୧୧ କେଜି ଭାରୋତ୍ତଳନ କରି ମୋଟ ୧୯୯ ସ୍କୋର ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଡିଫେଣ୍ଡିଂ ଚାମ୍ପିୟନ ଚାଇନାର ହୋଉ ଝିଉଇ ଅଲିମ୍ପିକ୍ସ ରେକର୍ଡ ୨୦୬ କେଜି(୮୯+୧୧୭) ଭାରୋତ୍ତୋଳନ ପ୍ରଥମ ସ୍ଥାନରେ ରହିଥିଲେ। ରୋମାନିଆର କାମ୍ବେଲ ମିହେଲା ଭାଲେଣ୍ଟିନା ୨୦୫ କେଜି(୯୩+୧୧୨) ଭାରୋତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟ ପକ୍ଷରେ ଥାଇଲାଣ୍ଡର ଖାମ୍ବୋ ସୁରଦଚନା ୨୦୦ କେଜି(୮୮+୧୧୨) ଭାରୋତ୍ତୋଳନ କରି ବ୍ରୋଞ୍ଜରେ ସନ୍ତୁଷ୍ଟ ରହିଥିଲେ।
ମୀରାବାଇ ସ୍ନାଚ୍‌ରେ ପ୍ରଥମ ପ୍ରୟାସରେ ୮୫ କେଜି ଭାର ଉଠାଇଥିଲେ। ଦ୍ୱିତୀୟ ପ୍ରୟାସଟି ଫାଉଲ ହୋଇଥିବା ବେଳେ ଅନ୍ତିମ ସ୍ନାଚରେ ସେ ୮୮ କେଜି ଉଠାଇଥିଲେ। ଚାଇନାର ହୋଉ ଝିଉଇ ସ୍ନାଚରେ ୮୯ କେଜି ଓ ରୋମାନିଆର ଭାଲେଣ୍ଟିନା ୯୩ କେଜି ଭାରୋତ୍ତୋଳନ କରିଥିଲେ। କ୍ଲିନ ଆଣ୍ଡ ଜର୍କରେ କିନ୍ତୁ ଚାନୁଙ୍କ ପ୍ରଦର୍ଶନ ଆଖିଦୃଶିଆ ରହି ନ ଥିଲା। ପ୍ରଥମ ପ୍ରୟାସରେ ୧୧୧ କେଜି ଉଠାଇବା ପ୍ରୟାସରେ ଫାଉଲ କରିଥିଲେ। ଦ୍ୱିତୀୟ ପ୍ରୟାସରେ ସମାନ ୧୧୧ କେଜି ଉଠାଇବା ସହ ଅନ୍ତିମ ପ୍ରୟାସରେ ୧୧୪ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ଏହା ଫାଉଲ ହେବା କାରଣରୁ ମାତ୍ର ୧ ପଏଣ୍ଟ ପଛରେ ରହି ପଦକ ହରାଇଥିଲେ ଚାନୁ। ଅନ୍ତିମ କ୍ଷଣ ଯାଏ ରୋମାନିଆ ପ୍ରତିଯୋଗୀ ଆଗୁଆ ରହିଥିଲେ। ତେବେ ଚାଇନା ପ୍ରତିଯୋଗୀ ନିଜ ଅନ୍ତିମ କ୍ଲିନ ଆଣ୍ଡ ଜର୍କରେ ୧୧୭ କେଜିର ଭାରୋତ୍ତୋଳନ କରିବା ସହ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। କ୍ଲିନ ଆଣ୍ଡ ଜର୍କରେ ଏହା ଅଲିମ୍ପିକ୍ସ ରେକର୍ଡ ଅଟେ।

The post ଜନ୍ମଦିନରେ ଭାଙ୍ଗିଗଲା ମୀରାବାଇ ଚାନୁଙ୍କ ସ୍ବପ୍ନ appeared first on Dharitri Odia News.