ଆପ୍‌ର ପୂର୍ବତନ କମ୍ୟୁନିକେଶନ୍‌ ହେଡ୍‌ଙ୍କୁ ଜାମିନ

ନୂଆଦିଲ୍ଲୀ, ୩।୯ (ପି.ଟି.): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବ୍ୟବସାୟୀ ତଥା ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପୂର୍ବତନ କମ୍ୟୁନିକେଶନ୍‌ ହେଡ୍‌ ବିଜୟ ନାୟରଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ସମୟ ଧରି ଜେଲରେ ରହିବା ଏବଂ ଟ୍ରାଏଲରେ ବିଳମ୍ଭ ଘଟିବା ଯୋଗୁ ତାଙ୍କୁ ଜଷ୍ଟିସ୍‌ ହୃଷିକେଶ ରଏ ଏବଂ ଜଷ୍ଟିସ୍‌ ଏସ୍‌.ଭି.ଏନ୍‌. ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ପ୍ରଦାନ କରିଛନ୍ତି। ସେ ଗତ ପ୍ରାୟ ୨୩ ମାସ ଧରି ଜେଲ୍‌ରେ ଥିଲେ। ବିଜୟ ବରିଷ୍ଠ […] The post ଆପ୍‌ର ପୂର୍ବତନ କମ୍ୟୁନିକେଶନ୍‌ ହେଡ୍‌ଙ୍କୁ ଜାମିନ appeared first on Dharitri Odia News.

ଆପ୍‌ର ପୂର୍ବତନ କମ୍ୟୁନିକେଶନ୍‌ ହେଡ୍‌ଙ୍କୁ ଜାମିନ

ନୂଆଦିଲ୍ଲୀ, ୩।୯ (ପି.ଟି.): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବ୍ୟବସାୟୀ ତଥା ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପୂର୍ବତନ କମ୍ୟୁନିକେଶନ୍‌ ହେଡ୍‌ ବିଜୟ ନାୟରଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ସମୟ ଧରି ଜେଲରେ ରହିବା ଏବଂ ଟ୍ରାଏଲରେ ବିଳମ୍ଭ ଘଟିବା ଯୋଗୁ ତାଙ୍କୁ ଜଷ୍ଟିସ୍‌ ହୃଷିକେଶ ରଏ ଏବଂ ଜଷ୍ଟିସ୍‌ ଏସ୍‌.ଭି.ଏନ୍‌. ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ପ୍ରଦାନ କରିଛନ୍ତି। ସେ ଗତ ପ୍ରାୟ ୨୩ ମାସ ଧରି ଜେଲ୍‌ରେ ଥିଲେ। ବିଜୟ ବରିଷ୍ଠ ଆପ୍‌ ନେତା ମନୀଷ ସିସୋଡିଆଙ୍କ ଅତି ଘନିଷ୍ଠ ହୋଇଥିବା ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରେ(ସିବିଆଇ) ସର୍ବୋଚ୍ଚ ଅଦାଲତଙ୍କ ସମ୍ମୁଖରେ ବୟାନ ଦେଇଥିଲା।

The post ଆପ୍‌ର ପୂର୍ବତନ କମ୍ୟୁନିକେଶନ୍‌ ହେଡ୍‌ଙ୍କୁ ଜାମିନ appeared first on Dharitri Odia News.