ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା:ଜାଣନ୍ତୁ କାହାକୁ ମିଳିଲା ଟିକେଟ୍
କୋଲକତା,୧୪।୬: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଛି। ତୃଣମୂଳ କଂଗ୍ରେସ କୃଷ୍ଣା କଲ୍ୟାଣୀଙ୍କୁ ରାଇଗଞ୍ଜ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି। ମୁକୁଟ ମଣି ଅଧିକାରୀଙ୍କୁ ରାଣାଘାଟ-ଦକ୍ଷିଣ ଆସନରୁ, ମାଣିକତଲା ଆସନରୁ ସୁପତି ପାଣ୍ଡେ ଏବଂ ବାଗଡା ଆସନରୁ ମଧୁପର୍ନା ଠାକୁରଙ୍କୁ ଟିକେଟ ଦିଆଯାଇଛି। ଜୁନ ୧୦ରେ ଭାରତର ନିର୍ବାଚନ ଆୟୋଗ ୭ଟି ରାଜ୍ୟରେ ୧୩ଟି ବିଧାନସଭା […] The post ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା:ଜାଣନ୍ତୁ କାହାକୁ ମିଳିଲା ଟିକେଟ୍ appeared first on Dharitri Odia News.
କୋଲକତା,୧୪।୬: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଛି।
ତୃଣମୂଳ କଂଗ୍ରେସ କୃଷ୍ଣା କଲ୍ୟାଣୀଙ୍କୁ ରାଇଗଞ୍ଜ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି। ମୁକୁଟ ମଣି ଅଧିକାରୀଙ୍କୁ ରାଣାଘାଟ-ଦକ୍ଷିଣ ଆସନରୁ, ମାଣିକତଲା ଆସନରୁ ସୁପତି ପାଣ୍ଡେ ଏବଂ ବାଗଡା ଆସନରୁ ମଧୁପର୍ନା ଠାକୁରଙ୍କୁ ଟିକେଟ ଦିଆଯାଇଛି।
ଜୁନ ୧୦ରେ ଭାରତର ନିର୍ବାଚନ ଆୟୋଗ ୭ଟି ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନର କାର୍ଯ୍ୟସୂଚୀ ପ୍ରକାଶ କରିଥିଲେ। ନିର୍ବାଚନ ଆୟୋଗ ବିହାରର ଗୋଟିଏ ବିଧାନସଭା ଆସନ, ପଶ୍ଚିମବଙ୍ଗର ୪ଟି, ତାମିଲନାଡୁ, ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଗୋଟିଏ, ଉତ୍ତରପ୍ରଦେଶରେ ୨ ଏବଂ ହିମାଚଳ ପ୍ରଦେଶରେ ୩ଟି ଉପନିର୍ବାଚନ ଘୋଷଣା ହୋଇଛି।
The post ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା:ଜାଣନ୍ତୁ କାହାକୁ ମିଳିଲା ଟିକେଟ୍ appeared first on Dharitri Odia News.