ଦୁଇରୁ ଅଧିକ ସନ୍ତାନ ଥିଲେ, ଏବେ ଅଯୋଗ୍ୟ ଘୋଷିତ ହେଲେ ସରପଞ୍ଚ
ଭଦ୍ରକ ୨୯/୦୩: ଦୁଇରୁ ଅଧିକ ସନ୍ତାନ ଥାଇ ସରପଞ୍ଚ ନିର୍ବାଚିତ ହୋଇଥିଲେ । କିନ୍ତୁ ଏବେ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ପୁନଃ ନିର୍ବାଚନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ପଞ୍ଚାୟତର ସରପଞ୍ଚ ମମତା ଆଚାର୍ଯ୍ୟଙ୍କୁ ଅଯୋଗ୍ୟ ଘୋଷଣା କଲେ ଧାମନଗର ଦେୱାନୀ ଅଦାଲତ (କନିଷ୍ଠ)। ନିର୍ବାଚନକୁ ମଧ୍ୟ ଅସିଦ୍ଧ ଘୋଷଣା କରିଛନ୍ତି ଦେୱାନୀ ଅଦାଲତର । ଏହାସହ କରଦା ପଞ୍ଚାୟତରେ ତୁରନ୍ତ ସରପଞ୍ଚ ପଦବୀର ନିର୍ବାଚନ କରିବା ଲାଗି ପଦକ୍ଷେପ ନେବାକୁ ଭଦ୍ରକ ଜିଲ୍ଲାପାଳ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଧାମନଗର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରପଞ୍ଚ ମମତା ଆଚାର୍ଯ୍ୟଙ୍କର ୨ ରୁ ଅଧିକ ସନ୍ତାନ ଥିବାରୁ ତାଙ୍କ ପ୍ରାର୍ଥୀତ୍ବକୁ ନେଇ ପ୍ରତିପକ୍ଷ ତଥା ୨୦୨୨ ପଞ୍ଚାୟତ ନିର୍ବାଚନରେ କରଦାର ପରାଜିତ ପ୍ରାର୍ଥିନୀ ବିନୋଦିନି ପୋଥାଳ ଆପତ୍ତି ଉଠାଇଥିଲେ । ତେବେ ସେତେବେଳେ ଧାମନଗର ବିଡିଓ ଏହାକୁ ଗ୍ରହଣ କରିନଥିଲେ। ରାଜନୈତିକ ପ୍ରଭାବ ଯୋଗୁଁ ଏଥିରୁ ରକ୍ଷା ପାଇ ମମତା ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ଏହାପରେ ବିନୋଦିନୀ ଧାମନଗର ଅଦାଲତରେ ନିର୍ବାଚନୀ ମାମଲା ଦାୟର କରିଥିଲେ। ଶୁଣାଣିବେଳେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ । ଉପଯୁକ୍ତ ପ୍ରମାଣକୁ ଅନୁଧ୍ୟାନ କରି ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ-୧୯୬୪ର ଧାରା ୩୯ରେ ଦିଆଯାଇଥିବା କ୍ଷମତା ବଳରେ ଧାମନଗର ଦେୱାନୀ
ଭଦ୍ରକ ୨୯/୦୩: ଦୁଇରୁ ଅଧିକ ସନ୍ତାନ ଥାଇ ସରପଞ୍ଚ ନିର୍ବାଚିତ ହୋଇଥିଲେ । କିନ୍ତୁ ଏବେ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ପୁନଃ ନିର୍ବାଚନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ପଞ୍ଚାୟତର ସରପଞ୍ଚ ମମତା ଆଚାର୍ଯ୍ୟଙ୍କୁ ଅଯୋଗ୍ୟ ଘୋଷଣା କଲେ ଧାମନଗର ଦେୱାନୀ ଅଦାଲତ (କନିଷ୍ଠ)।
ନିର୍ବାଚନକୁ ମଧ୍ୟ ଅସିଦ୍ଧ ଘୋଷଣା କରିଛନ୍ତି ଦେୱାନୀ ଅଦାଲତର । ଏହାସହ କରଦା ପଞ୍ଚାୟତରେ ତୁରନ୍ତ ସରପଞ୍ଚ ପଦବୀର ନିର୍ବାଚନ କରିବା ଲାଗି ପଦକ୍ଷେପ ନେବାକୁ ଭଦ୍ରକ ଜିଲ୍ଲାପାଳ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଧାମନଗର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରପଞ୍ଚ ମମତା ଆଚାର୍ଯ୍ୟଙ୍କର ୨ ରୁ ଅଧିକ ସନ୍ତାନ ଥିବାରୁ ତାଙ୍କ ପ୍ରାର୍ଥୀତ୍ବକୁ ନେଇ ପ୍ରତିପକ୍ଷ ତଥା ୨୦୨୨ ପଞ୍ଚାୟତ ନିର୍ବାଚନରେ କରଦାର ପରାଜିତ ପ୍ରାର୍ଥିନୀ ବିନୋଦିନି ପୋଥାଳ ଆପତ୍ତି ଉଠାଇଥିଲେ ।
ତେବେ ସେତେବେଳେ ଧାମନଗର ବିଡିଓ ଏହାକୁ ଗ୍ରହଣ କରିନଥିଲେ। ରାଜନୈତିକ ପ୍ରଭାବ ଯୋଗୁଁ ଏଥିରୁ ରକ୍ଷା ପାଇ ମମତା ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ଏହାପରେ ବିନୋଦିନୀ ଧାମନଗର ଅଦାଲତରେ ନିର୍ବାଚନୀ ମାମଲା ଦାୟର କରିଥିଲେ। ଶୁଣାଣିବେଳେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ ।
ଉପଯୁକ୍ତ ପ୍ରମାଣକୁ ଅନୁଧ୍ୟାନ କରି ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ-୧୯୬୪ର ଧାରା ୩୯ରେ ଦିଆଯାଇଥିବା କ୍ଷମତା ବଳରେ ଧାମନଗର ଦେୱାନୀ ଅଦାଲତର ଜଜ୍ (କନିଷ୍ଠ) ସମାନ ଆଇନର ଧାରା ୨୫(1)(v)ରେ ଥିବା ବ୍ୟବସ୍ଥା ଅନୁଯାୟୀ ମମତାଙ୍କୁ ସରପଞ୍ଚ ପଦରୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଏହାସହ ୨୦୨୨ ପଞ୍ଚାୟତ ନିର୍ବାଚନକୁ କରଦା ପଞ୍ଚାୟତ ପାଇଁ ଅସିଦ୍ଧ ଘୋଷଣା କରିଛନ୍ତି। ତେବେ ମାନ୍ୟବର କୋର୍ଟ ଙ୍କ ନିର୍ଦ୍ଦେଶ ପରେ ସରପଞ୍ଚ ମମତା ଆଚାର୍ଯ୍ୟ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।