ଓଜନ ବଢ଼ିବାରୁ ମଉଳିଲା ସ୍ୱପ୍ନ; ୧୦୦ ଗ୍ରାମ୍ ପାଇଁ ଅଲମ୍ପିକରୁ ଆଉଟ୍, ଭିନେଶଙ୍କ ପରି ଦିନେ ଫସିଥିଲେ ମେରିକମ୍

ନୂଆଦିଲ୍ଲୀ 09/08 :ଭାରତୀୟ ତାରକା ରେସଲର ଭିନେଶ ଫୋଗାଟ।  ପ୍ୟାରିସ ଅଲିମ୍ପିକ୍ସରେ ହୋଇଛନ୍ତି  ଅଯୋଗ୍ୟ ଘୋଷଣା । ମାତ୍ର ୧୦୦ ଗ୍ରାମ ଓଜନ ବଢ଼ିଯିବାରୁ ତାଙ୍କୁ ଅଲିମ୍ପିକ୍ସରୁ ବାହାର କରିଦିଆଯାଇଛି । ତେବେ ସେ ପ୍ରଥମ ଭାରତୀୟ ମହିଳା ରେସଲର ଯିଏକି ଫାଇାନଲରେ କରିଥିଲେ ପ୍ରବେଶ । ଆଶା ଥିଲା ଭିନେଶ ଫୋଗାଟ ଅତିକମ୍‌ରେ ସିଲଭର ମେଡାଲ ଜିତିଯିବେ । କିନ୍ତୁ ତାଙ୍କର ଓଜନ ୫୦ କେଜି ୧୦୦ ଗ୍ରାମ ହୋଇଯିବାରୁ ତାଙ୍କୁ ଅଲିମ୍ପିକ୍ସରୁ ଆଉଟ୍‌ ହେବାକୁ ପଡ଼ିଛି । ଏଥିପାଇଁ ଭିନେଶ ଫୋଗାଟ ଯେତିକି ଦୁଃଖି ତାଠୁ ଅଧିକ ଭାବବିହ୍ବଳ ଦେଶବାସୀ । ୨୯ ବର୍ଷୀୟା ଭିନେଶ ଫୋଗାଟ୍‌ । ରାତିସାରା ଶରୀରର ଓଜନ କମ୍‌ କରିବା ପାଇଁ କରିଥିଲେ କସରତ । ଉଜାଗର ରହି ସାଇକ୍ଲିଂ ଓ ଜଗିଂ କରିଥିଲେ । ନା କିଛି ଖାଇଥିଲେ ନା ପିଇଥିଲେ, ତାଙ୍କର ଗୋଟିଏ ଲକ୍ଷ ଥିଲା ଶରୀରର ଓଜନ ୫୦ କିଲୋ ଭିତରେ ରହିବା ଦରକାର । ସକାଳ ପର୍ଯ୍ୟନ୍ତ ଶରୀରରେ ଖୁବ୍ ଯନ୍ତ୍ରଣା ହେଉତିଲା। ମାପିବା ପରେ ତାଙ୍କ ଶରୀରର ଓଜନ ମଧ୍ୟ ୧୯୦୦ ଗ୍ରାମ କମ୍‌ ହୋଇଥିଲା । କିନ୍ତୁ ମାତ୍ର ନିର୍ଦ୍ଧାରିତ ଓଜନରରୁ ମାତ୍ର ୧୦୦ ଗ୍ରାମ ଅଧିକ ହେବାରୁ ଭିନେଶ ଫୋଗାଟଙ୍କୁ ପ୍ୟାରିସ୍‌ ଅଲିମ୍ପିକ୍ସରୁ ବାହାର ହେବାକୁ ପଡ଼ିଛି । ଫୋଗାଟ ଅଲିମ୍ପିକ୍ସରୁ ଆଉଟ ହୋଇଯିବା ପରେ ଏବେ ପୂର୍ବତନ ଭାରତୀୟ ତାରକା ମହିଳା ବକ୍ସର ମେରି କମଙ୍କ କାହାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।   ଯିଏକ

ଓଜନ ବଢ଼ିବାରୁ ମଉଳିଲା ସ୍ୱପ୍ନ; ୧୦୦ ଗ୍ରାମ୍ ପାଇଁ ଅଲମ୍ପିକରୁ ଆଉଟ୍, ଭିନେଶଙ୍କ ପରି  ଦିନେ ଫସିଥିଲେ ମେରିକମ୍

ନୂଆଦିଲ୍ଲୀ 09/08 :ଭାରତୀୟ ତାରକା ରେସଲର ଭିନେଶ ଫୋଗାଟ।  ପ୍ୟାରିସ ଅଲିମ୍ପିକ୍ସରେ ହୋଇଛନ୍ତି  ଅଯୋଗ୍ୟ ଘୋଷଣା । ମାତ୍ର ୧୦୦ ଗ୍ରାମ ଓଜନ ବଢ଼ିଯିବାରୁ ତାଙ୍କୁ ଅଲିମ୍ପିକ୍ସରୁ ବାହାର କରିଦିଆଯାଇଛି । ତେବେ ସେ ପ୍ରଥମ ଭାରତୀୟ ମହିଳା ରେସଲର ଯିଏକି ଫାଇାନଲରେ କରିଥିଲେ ପ୍ରବେଶ । ଆଶା ଥିଲା ଭିନେଶ ଫୋଗାଟ ଅତିକମ୍‌ରେ ସିଲଭର ମେଡାଲ ଜିତିଯିବେ । କିନ୍ତୁ ତାଙ୍କର ଓଜନ ୫୦ କେଜି ୧୦୦ ଗ୍ରାମ ହୋଇଯିବାରୁ ତାଙ୍କୁ ଅଲିମ୍ପିକ୍ସରୁ ଆଉଟ୍‌ ହେବାକୁ ପଡ଼ିଛି । ଏଥିପାଇଁ ଭିନେଶ ଫୋଗାଟ ଯେତିକି ଦୁଃଖି ତାଠୁ ଅଧିକ ଭାବବିହ୍ବଳ ଦେଶବାସୀ । 

୨୯ ବର୍ଷୀୟା ଭିନେଶ ଫୋଗାଟ୍‌ । ରାତିସାରା ଶରୀରର ଓଜନ କମ୍‌ କରିବା ପାଇଁ କରିଥିଲେ କସରତ । ଉଜାଗର ରହି ସାଇକ୍ଲିଂ ଓ ଜଗିଂ କରିଥିଲେ । ନା କିଛି ଖାଇଥିଲେ ନା ପିଇଥିଲେ, ତାଙ୍କର ଗୋଟିଏ ଲକ୍ଷ ଥିଲା ଶରୀରର ଓଜନ ୫୦ କିଲୋ ଭିତରେ ରହିବା ଦରକାର । ସକାଳ ପର୍ଯ୍ୟନ୍ତ ଶରୀରରେ ଖୁବ୍ ଯନ୍ତ୍ରଣା ହେଉତିଲା। ମାପିବା ପରେ ତାଙ୍କ ଶରୀରର ଓଜନ ମଧ୍ୟ ୧୯୦୦ ଗ୍ରାମ କମ୍‌ ହୋଇଥିଲା । କିନ୍ତୁ ମାତ୍ର ନିର୍ଦ୍ଧାରିତ ଓଜନରରୁ ମାତ୍ର ୧୦୦ ଗ୍ରାମ ଅଧିକ ହେବାରୁ ଭିନେଶ ଫୋଗାଟଙ୍କୁ ପ୍ୟାରିସ୍‌ ଅଲିମ୍ପିକ୍ସରୁ ବାହାର ହେବାକୁ ପଡ଼ିଛି । 

ଫୋଗାଟ ଅଲିମ୍ପିକ୍ସରୁ ଆଉଟ ହୋଇଯିବା ପରେ ଏବେ ପୂର୍ବତନ ଭାରତୀୟ ତାରକା ମହିଳା ବକ୍ସର ମେରି କମଙ୍କ କାହାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।   ଯିଏକି ଏଭଳି ସ୍ଥିତିରେ ୪ ଘଣ୍ଟା ଭିତରରେ ଦୁଇ କିଲୋ ଓଜନ କମାଇଥିଲେ । ୧୫ ଡିସେମ୍ବର ୨୦୧୮ରେ ପୋଲାଣ୍ଡରେ ଆୟୋଜିତ ସାଲେସିଆନ୍‌ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ମେରି କମ୍‌ ଅଂଶଗ୍ରହଣ କରିବାର ଥିଲା । ୪ ଥର ବିଶ୍ବ ଚାମ୍ପିୟନ ମେରି କମ୍‌ଙ୍କୁ ୪୮ କିଲୋ ବର୍ଗରେ ବକ୍ସିଂ କରିବାର ଥିଲା । କିନ୍ତୁ ମୁକାବିଲା ଆରମ୍ଭ ହେବା ପୂର୍ବରୁ ମେରିକମ୍‌ଙ୍କ ଶରୀରର ଓଜନ ୫୦ କିଲୋଗ୍ରାମ ଥିବା ନେଇ ଜଣାପଡ଼ିଥିଲା । ଏପରି ଲାଗୁଥିଲା ଯେମିତି ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦିଆଯିବ । କିନ୍ତୁ ଏମିତି କିଛି ହେଲା ନାହିଁ । କାରଣ ମାତ୍ର ୪ଘଣ୍ଟାରେ ମେରିକମ ୨ କେଜି ଓଜନ କମାଇ ଦେଇଥିଲେ । ଗୋଟିଏ ଘଣ୍ଟା କେବଳ ସ୍କିପିଂ କରିଥିଲେ ମେରିକମ ।

 ଏନେଇ ମେରିକମ କହିଥିଲେ ଯେ, ‘ପୋଲାଣ୍ଡରେ ଆମର ଫ୍ଲାଇଟ୍‌ ଭୋର ପ୍ରାୟ ସାଢ଼େ ୩ରେ ଲ୍ୟାଣ୍ଡ୍ କରିଥିଲା । ସେତେବେଳକୁ ମୋ ଶରୀରର ଓଜନ ୨ କେଜିରୁ ଅଧିକ ଥିଲା । ସକାଳ ସାଢ଼େ ୭ରେ ଓଜନ ହେବାର ଥିଲା । ତେଣୁ ମୋ ପାଖରେ ୪ ଘଣ୍ଟା ସମୟ ଥିଲା । ସ୍ଥିତି ଏମିତି ଥିଲା ଯେ, ଯଦି ଓଜନ କମ୍‌ କରିବି ତେବେ ଟୁର୍ଣ୍ଣାମେଣ୍ଟ ଖେଳିବେ ନଚେତ ମୋତେ ଫେରିଯିବାକୁ ପଡ଼ିବ ।’ ଓଜନ କମାଇବାକୁ ନେଇ ମେରିକମ କହିଥିଲେ, ସେ ଗୋଟିଏ ଘଣ୍ଟା ସ୍କିପିଂ କରିଥିଲେ । ସେହି ମୁକାବିଲାରେ କେବଳ ଓଜନ କମାଇ ନଥିଲେ ମେରିକମ୍‌ ବରଂ କଜାକିସ୍ତାନର ଏଇଜେରିମଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ ।

Also Read-  ଉଦଯାପନୀ ସମାରୋହରେ ମନୁ ଭାକରଙ୍କ ସହ ପିଆର ଶ୍ରୀଜେଶ ହେବେ ଭାରତର ଧ୍ୱଜାଧାରୀ 

କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସରେ ଏମିତି କରିପାରିଲେନି ଭିନେଶ ଫୋଗାଟ। ରାତିସାରା ଚେଷ୍ଟା କରିବା ପରେ ବି ଭିନେଶ ଫୋଗାଟଙ୍କ ଓଜନ  5 କେଜିରୁ 100 ଗ୍ରାମ୍ ଅଧିକ ହୋଇଥିଲା। ଯଦିଓ ଏହି  ଲଢେଇ ପ୍ରଥମ ଦିନ ହୋଇଥାନ୍ତା ତାହେଲେ ହୁଏତ କିଛି ହୋଇ ପାରିଥାନ୍ତା।   କାହିଁକିନା କେଉଁ ବି ଖେଳାଳୀକୁ ପ୍ରଥମ ଦିନ ଓଜନ କମାଇବାକୁ 30 ମିନିଟ୍ ସମୟ ମିଳିଥାଏ। କିନ୍ତୁ ଦ୍ୱୀତିୟ ଦିନରେ ଏଥିପାଇଁ ଦିଆଯାଇଥାଏ ମାତ୍ର 15 ମିନିଟ୍।

ଭିନେଶଙ୍କର ବି ଏହା ଦ୍ୱିତୀୟ ଦିନ ଥିଲା।  ଆଉ ତାଙ୍କ ଓଜନ 100ଗ୍ରାମ୍ ବଢ଼ିଥିବା ଯୋଗୁ ତାଙ୍କୁ ଖେଳରୁ କରାଯାଇଥିଲା ଡିସକ୍ୱାଲିଫାଏ। ଏହି ଖବର ପରେ ଭାଙ୍ଗି ପଡ଼ିଥିଲେ ଭିନେଶ। ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଅଲିମ୍ପକିକ୍ସ ବାହାରି ଯିବା ପରେ ଭିନେଶ ଯେଉଁ ସାହାସ ଦେଖାଇଥିଲେ। ତାହା ନିଶ୍ଚିଚ ଭାବେ ଏକ ମିଶାଲ୍।