ଖୁସି ଖବର ଦେଲେ ରିଚା ଚଢା
ମୁମ୍ବାଇ: ଅନେକ ବଲିଉଡ ସେଲବ୍ରିଟି ଦମ୍ପତି ୨୦୨୪ରେ ମାତାପିତା ହେବାକୁ ଯାଉଛନ୍ତି। ୟାମି ଗୌତମଙ୍କ ପରେ ବର୍ତ୍ତମାନ ରିଚା ଚଢା ଏବଂ ଅଲି ଫଜଲ ମଧ୍ୟ ଘୋଷଣା କରିଛନ୍ତି ଯେ ସେମାନଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ହଁ, ଦମ୍ପତି ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି। ପ୍ରକୃତରେ ଅଭିନେତ୍ରୀ ଗର୍ଭବତୀ ଅଟନ୍ତି। ଆଜି ଅଲି ଫଜଲ ଏବଂ ରିଚା ସୋସିଆଲ ମିଡିଆରେ ମିଳିତ ପୋଷ୍ଟ କରି ପ୍ରଶଂସକଙ୍କ ସହ ଏହି ଖୁସି ଖବରକୁ ଅନନ୍ୟ ଉପାୟରେ ଶେୟାର କରିଛନ୍ତି। […] The post ଖୁସି ଖବର ଦେଲେ ରିଚା ଚଢା appeared first on Dharitri Odia News.
ମୁମ୍ବାଇ: ଅନେକ ବଲିଉଡ ସେଲବ୍ରିଟି ଦମ୍ପତି ୨୦୨୪ରେ ମାତାପିତା ହେବାକୁ ଯାଉଛନ୍ତି। ୟାମି ଗୌତମଙ୍କ ପରେ ବର୍ତ୍ତମାନ ରିଚା ଚଢା ଏବଂ ଅଲି ଫଜଲ ମଧ୍ୟ ଘୋଷଣା କରିଛନ୍ତି ଯେ ସେମାନଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ହଁ, ଦମ୍ପତି ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି। ପ୍ରକୃତରେ ଅଭିନେତ୍ରୀ ଗର୍ଭବତୀ ଅଟନ୍ତି। ଆଜି ଅଲି ଫଜଲ ଏବଂ ରିଚା ସୋସିଆଲ ମିଡିଆରେ ମିଳିତ ପୋଷ୍ଟ କରି ପ୍ରଶଂସକଙ୍କ ସହ ଏହି ଖୁସି ଖବରକୁ ଅନନ୍ୟ ଉପାୟରେ ଶେୟାର କରିଛନ୍ତି।
ସୋସିଆଲ ମିଡିଆରେ ରିଚା ଏବଂ ଅଲି ମାତାପିତା ହେବା ଘୋଷଣା କରିଥିଲେ।
ଶୁକ୍ରବାର ରିଚା ଏବଂ ତାଙ୍କ ସ୍ବାମୀ ଅଲି ଫଜଲ ନିଜ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ମିଳିତ ପୋଷ୍ଟ ଦେଇଛନ୍ତି ଏବଂ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି ଯେ ସେମାନେ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ଏକ ଅନନ୍ୟ ସମୀକରଣ 1 + 1 = 3 ଲେଖାଯାଇଛି। ଦ୍ୱିତୀୟ ଫଟୋରେ, ଦମ୍ପତି ପରସ୍ପରର ଆଖିରେ ହଜିଯାଇଥିବା ଦେଖାଯାଏ। ଫଟୋରେ ଅଲି ରଙ୍ଗୀନ ସାର୍ଟ ଏବଂ ଧଳା ଓଭରକୋଟ ପିନ୍ଧିଥିବା ବେଳେ ରିଚା ଫୁଲ ସ୍ଲିଭ ସହିତ କଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଫଟୋ ତଳେ ଏକ ଗର୍ଭବତୀ ମହିଳାଙ୍କ ଇମୋଜି ମଧ୍ୟ ଅଛ।
ଏହି ପୋଷ୍ଟ ସହିତ ଥିବା କ୍ୟାପସନରେ ଲେଖା ଅଛି, ଏକ ଛୋଟ ହୃଦସ୍ପନ୍ଦନ ହେଉଛି ଆମ ଦୁନିଆର ସବୁଠାରୁ ଉଚ୍ଚ ସ୍ବର।
The post ଖୁସି ଖବର ଦେଲେ ରିଚା ଚଢା appeared first on Dharitri Odia News.