BRICS: ଯୁଦ୍ଧ ନୁହେଁ, କଥାବର୍ତ୍ତା...ଦୁଇଟି ଶବ୍ଦରେ ରୁଷ ସମେତ ସାରା ବିଶ୍ୱକୁ ଶାନ୍ତି ସନ୍ଦେଶ ଦେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର କଜାନରେ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ୱୋଧନ କରିଛନ୍ତି । ସମ୍ମିଳନୀକୁ ସମ୍ୱୋଧନ କରି ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ବୈଶ୍ୱିକ ଆହ୍ୱାନ ଉପରେ ପିଏମ୍ ମୋଦୀ ଚିନ୍ତା ବ୍ୟକ୍ତ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଆଜି ଦୁନିଆ ଯୁଦ୍ଧ, ଆର୍ଥିକ ଅନିଶ୍ଚତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦ ପରି ଅନେକ ଆହ୍ୱାନ ସାମନା କରୁଛି ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଆମର ଏହି ବୈଠକ ଏପରି ସମୟରେ ହେଉଛି, ଯେତେବେଳେ ସାରା ଦୁନିଆ ଯୁଦ୍ଧ, ଆର୍ଥିକ ଅନିଶ୍ଚତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦର ସାମନା କରୁଛି । ଦୁନିଆରେ ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ବିଭାଜନର କଥା ଉଠୁଛି ଏବଂ ପ୍ରଯୁକ୍ତିର ଯୁଗରେ ସାଇବର ସୁରକ୍ଷା, ଡିପ୍ ଫେକ୍, ଗୁଜବ ପରି ନୂଆ ଆହ୍ୱାନ ମଧ୍ୟ ସାମନାରେ ରହିଛି ।'ପିଏମ୍ ମୋଦୀ ଜୋର ଦେଇ କହିଛନ୍ତି ଯେ ଏହି ସବୁ ଆହ୍ୱାନର ସାମନା କରିବା ପାଇଁ ବ୍ରିକ୍ସ ରଚନାତ୍ମକ ଭୂମିକା ଗ୍ରହଣ କରିବା ଦରକାର । ସାରା ଦୁନିଆ ବ୍ରିକ୍ସକୁ ଏକ ଜନକଲ୍ୟାଣକାରୀ ସଂଗଠନ ରୂପେ ଦେଖୁ, ବିଭାଜନକାରୀ ଶକ୍ତି ରୂପେ ନୁହେଁ । ଆମେ ଆଜି ଯେଉଁ ସ୍ଥିତିରେ ଅଛୁ, ସେଥିରେ ବ୍ରିକ୍ସଠାରୁ ଅଧିକ ଆଶା ରହିଛି । ମୋ ମତରେ ବିବିଧ ଏବଂ ସମାବେଶୀ ମଞ୍ଚ ରୂପେ ବ୍ରିକ୍ସ ସବୁ ପ୍ରସଙ୍ଗରେ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବ । ଆମର ଦୃଷ୍ଟିକୋଣ ଜନ-କୈନ୍ଦ୍ରିକ ରହିବା ଦରକ

BRICS: ଯୁଦ୍ଧ ନୁହେଁ, କଥାବର୍ତ୍ତା...ଦୁଇଟି ଶବ୍ଦରେ ରୁଷ ସମେତ ସାରା ବିଶ୍ୱକୁ ଶାନ୍ତି ସନ୍ଦେଶ ଦେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର କଜାନରେ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ୱୋଧନ କରିଛନ୍ତି । ସମ୍ମିଳନୀକୁ ସମ୍ୱୋଧନ କରି ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ବୈଶ୍ୱିକ ଆହ୍ୱାନ ଉପରେ ପିଏମ୍ ମୋଦୀ ଚିନ୍ତା ବ୍ୟକ୍ତ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଆଜି ଦୁନିଆ ଯୁଦ୍ଧ, ଆର୍ଥିକ ଅନିଶ୍ଚତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦ ପରି ଅନେକ ଆହ୍ୱାନ ସାମନା କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଆମର ଏହି ବୈଠକ ଏପରି ସମୟରେ ହେଉଛି, ଯେତେବେଳେ ସାରା ଦୁନିଆ ଯୁଦ୍ଧ, ଆର୍ଥିକ ଅନିଶ୍ଚତା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦର ସାମନା କରୁଛି । ଦୁନିଆରେ ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ବିଭାଜନର କଥା ଉଠୁଛି ଏବଂ ପ୍ରଯୁକ୍ତିର ଯୁଗରେ ସାଇବର ସୁରକ୍ଷା, ଡିପ୍ ଫେକ୍, ଗୁଜବ ପରି ନୂଆ ଆହ୍ୱାନ ମଧ୍ୟ ସାମନାରେ ରହିଛି ।'

ପିଏମ୍ ମୋଦୀ ଜୋର ଦେଇ କହିଛନ୍ତି ଯେ ଏହି ସବୁ ଆହ୍ୱାନର ସାମନା କରିବା ପାଇଁ ବ୍ରିକ୍ସ ରଚନାତ୍ମକ ଭୂମିକା ଗ୍ରହଣ କରିବା ଦରକାର । ସାରା ଦୁନିଆ ବ୍ରିକ୍ସକୁ ଏକ ଜନକଲ୍ୟାଣକାରୀ ସଂଗଠନ ରୂପେ ଦେଖୁ, ବିଭାଜନକାରୀ ଶକ୍ତି ରୂପେ ନୁହେଁ । ଆମେ ଆଜି ଯେଉଁ ସ୍ଥିତିରେ ଅଛୁ, ସେଥିରେ ବ୍ରିକ୍ସଠାରୁ ଅଧିକ ଆଶା ରହିଛି । ମୋ ମତରେ ବିବିଧ ଏବଂ ସମାବେଶୀ ମଞ୍ଚ ରୂପେ ବ୍ରିକ୍ସ ସବୁ ପ୍ରସଙ୍ଗରେ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବ । ଆମର ଦୃଷ୍ଟିକୋଣ ଜନ-କୈନ୍ଦ୍ରିକ ରହିବା ଦରକାର ।

ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ଏବଂ କୂଟନୀତିର ମହତ୍ୱ ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି, 'ବ୍ରିକ୍ସ ଦେଶ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ମିଶି କାମ କରିବା ଦରକାର । ଆମେ କଥାବର୍ତ୍ତା ଏବଂ କୂଟନୀତିର ସମର୍ଥନ କରୁଛୁ, ଯୁଦ୍ଧର ନୁହେଁ । ଯେପରି ଆମେ ସମସ୍ତେ ମିଳିମିଶି କରୋନା ପରି ମହାମାରୀକୁ ହରାଇଲୁ, ସେହିପରି ଆମେ ଆଗାମୀ ପିଢି ପାଇଁ ସୁରକ୍ଷିତ, ମଜଭୁତ ଏବଂ ସମୃଦ୍ଧ ଭବିଷ୍ୟତ ଲାଗି ନୂଆ ସୁଯୋଗ ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ସକ୍ଷମ ଅଛୁ । ସେହିପରି ସାଇବର ସୁରକ୍ଷା, ସୁରକ୍ଷିତ ଏବଂ ବିଶ୍ୱାସଯୋଗ୍ୟ ଏଆଇ ପାଇଁ ବୈଶ୍ୱିକ ନିୟମକୁ ଆମେ ସମସ୍ତେ ପାଳନ କରିବା ଦରକାର ।'

ଏହାସହ ନୂଆ ରାଷ୍ଟ୍ରଙ୍କୁ ସଂଗଠନରେ ସାମିଲ କରିବା ଉପରେ ମଧ୍ୟ ପିଏମ୍ ମୋଦୀ ମତ ରଖିଛନ୍ତି  । ପ୍ରଧାନମନ୍ତ୍ରୀ କହିଛନ୍ତି, 'ଭାରତ ନୂଆ ଦେଶଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ସବୁ ନିଷ୍ପତ୍ତି ସର୍ବସମ୍ମତିରେ ନିଆଯିବା ଏବଂ ପ୍ରତିଷ୍ଠାତା ସଦସ୍ୟଙ୍କ ବିଚାରର ସମ୍ମାନ କରାଯିବା ଦରକାର ।'