ମାଓ ମୁକାବିଲା ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମାଓ ମୁକାବିଲା ବୈଠକରେ ଯୋଗ ଦେବାପାଇଁ ୩ ଦିନିଆ ନୁଆଦିଲଲ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଗୃହମନ୍ତ୍ରୀ ଅମିତଶାହାଙ୍କ ନେତୃତ୍ୱରେ ନୂଆ ଦିଲ୍ଲୀ ବିଜ୍ଞାନ ଭବନରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଓ ଅଧ୍ୟୁଷିତ ରାଜ୍ୟ ଗୁଡ଼ିକର ସୁରକ୍ଷା ଓ ନକ୍ସଲ ମୁକାବିଲା ନେଇ ସମୀକ୍ଷ କରାଯାଇଛି । ଦେଶରେ ମାଓ ହିଂସା କମିଥିବାବେଳେ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଗୃହ ମନ୍ତ୍ରୀ ମାଓବାଦୀଙ୍କୁ […]

ଭୁବନେଶ୍ୱର : ମାଓ ମୁକାବିଲା ବୈଠକରେ ଯୋଗ ଦେବାପାଇଁ ୩ ଦିନିଆ ନୁଆଦିଲଲ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଗୃହମନ୍ତ୍ରୀ ଅମିତଶାହାଙ୍କ ନେତୃତ୍ୱରେ ନୂଆ ଦିଲ୍ଲୀ ବିଜ୍ଞାନ ଭବନରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଓ ଅଧ୍ୟୁଷିତ ରାଜ୍ୟ ଗୁଡ଼ିକର ସୁରକ୍ଷା ଓ ନକ୍ସଲ ମୁକାବିଲା ନେଇ ସମୀକ୍ଷ କରାଯାଇଛି । ଦେଶରେ ମାଓ ହିଂସା କମିଥିବାବେଳେ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଗୃହ ମନ୍ତ୍ରୀ ମାଓବାଦୀଙ୍କୁ ଆହ୍ୱାନ କରିଛନ୍ତି ।
ବୈଠକରେ ଓଡ଼ିଶା ସମେତ ୮ନକ୍ସଲ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ଡିଜି ୱାଇ.ବି ଖୁରାନିଆ ଯୋଗ ଦେଇଛନ୍ତି।
ଏହି ବୈଠକରେ ମାଓ ପ୍ରଭାବିତ ରାଜ୍ୟ ଗୁଡିକୁ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ଜଣ କେନ୍ଦ୍ରମନ୍ତ୍ରୀ ଓ ଅତିରିକ୍ତ ଜାତୀୟ ପରାମର୍ଶ ସୁରକ୍ଷାଦାତାଙ୍କ ସହିତ କେନ୍ଦ୍ରୀୟ ସଶସ୍ତ୍ରବଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୂଳପୋଛ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ଏହାକୁ ଅଗ୍ରଗତି କରିବା ପାଇଁ ଅଣନୀତି ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ମାଓପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ସରକାର ବିଶେଷ ଭାବରେ ଆଲୋଚନା କରୁଛନ୍ତି।
ବୈଠକରେ ଯୋଗଦେଇ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନକ୍ସଲ ଅପରେଶନ ତୀବ୍ର କରିବାକୁ ୧୨ କମ୍ପାନୀ ଫୋର୍ସ ଯୋଗାଇଦେବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରେ ନକ୍ସଲ ଅପରେଶନ ଜୋରଦାର କରାଯାଇଛି। ସେଠାକାର ନକ୍ସଲଙ୍କର ଓଡ଼ିଶାରେ ଅନୁପ୍ରବେଶ ସମ୍ଭାବନା ରହିଛି। ବିଶେଷକରି ନୂଆପଡ଼ା, କନ୍ଧମାଳ,ମାଲକାନଗିରି ପ୍ରତି ଫୋକସ ରହିଛି। ୧୨ କମ୍ପାନୀ ସିଏପିଏଫ୍ ଓ ଗୋଟିଏ ହେଲିକପ୍ଟର ଓଡିଶାକୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଟାର୍ଗେଟକୁ ନେଇ ଆମେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଦିଲ୍ଲୀରେ ଗୁରୁବାର ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କୁ ଟାସ୍କ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ମୁଖ୍ୟମନ୍ତ୍ରୀ ନକ୍ସଲ ମୁକାବିଲା ନେଇ ମାସକୁ ଥରେ ସମୀକ୍ଷା କରିବେ ବୋଲି ଶାହା ନିର୍ଦ୍ଦେଶ ଦେଇଛନ୍ତି। ଜିଲାସ୍ତରରେ ଡିଜିପି ମାସକୁ ଥରେ ଯାଇ ସେଠାରେ ରାତ୍ରିଯାପନ କରିବେ। ସୁରକ୍ଷାକର୍ମୀଙ୍କ ସହ ମିଶି ଡିଜିପି ସେମାନଙ୍କ ମନୋବଳ ବଢ଼ାଇବେ ବୋଲି ଆଜି ଶାହା କହିଛନ୍ତି।