ଫେବୃଆରୀ ୧୫ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ମାସ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଫେବୃଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୪ ତାରିଖରେ ଶେଷ ହେବ। ଫେବୃଆରୀ ୧୫ରେ ଦଶମ ଶ୍ରେଣୀର ଇଂରାଜୀ ବିଷୟର ପରୀକ୍ଷା ହେବ। ସେହିପରି ୨୦ରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ରେ ସାମାଜିକ ବିଜ୍ଞାନ, ୨୮ରେ ହିନ୍ଦି ପରୀକ୍ଷା ହେବ। ଏହାପରେ ମାର୍ଚ୍ଚ ମାସ ୧୦ରେ ଗଣିତ, ୧୭ରେ ଓଡ଼ିଆ, ୧୮ରେ କମ୍ପ୍ୟୁଟର ପରୀକ୍ଷା ହେବା ନେଇ […]

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ମାସ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଫେବୃଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୪ ତାରିଖରେ ଶେଷ ହେବ। ଫେବୃଆରୀ ୧୫ରେ ଦଶମ ଶ୍ରେଣୀର ଇଂରାଜୀ ବିଷୟର ପରୀକ୍ଷା ହେବ। ସେହିପରି ୨୦ରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ରେ ସାମାଜିକ ବିଜ୍ଞାନ, ୨୮ରେ ହିନ୍ଦି ପରୀକ୍ଷା ହେବ। ଏହାପରେ ମାର୍ଚ୍ଚ ମାସ ୧୦ରେ ଗଣିତ, ୧୭ରେ ଓଡ଼ିଆ, ୧୮ରେ କମ୍ପ୍ୟୁଟର ପରୀକ୍ଷା ହେବା ନେଇ ଶିଡ୍ୟୁଲ ଜାରି କରାଯାଇଛି।
ଅନ୍ୟପଟେ ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ସିଏଚଏସସି ଯୁକ୍ତ ୨ ପରୀକ୍ଷା। ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଚଳିତ ବର୍ଷ ପାଖାପାଖି ୩ ଲକ୍ଷ ୯୧୮୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୨୨ ଦିନ ଧରି ଚାଲିବ ପରୀକ୍ଷା।