Illegal Cough Syrup Seized: ମେଡିସିନ୍ ଫାର୍ମ ଉପରେ ରାତି ଅଧିଆ ଚଢ଼ାଉ; ଜବତ ହେଲା ପୁଳା ପୁଳା ବେଆଇନ୍ କଫ ସିରପ୍
କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି ।
Illegal Cough Syrup Seizedବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନା ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ଫାର୍ମରୁ ୩୨ ପ୍ରକାରର ବେଆଇନ୍ ଔଷଧ ସହ ବିପୁଳ ପରିମାଣର କଫ୍ ସିରପ ଜବତ୍ ହୋଇଛି। ଲାଇସେନ୍ସ ପ୍ରାପ୍ତ ମେଡ଼ିସିନ୍ ଫାର୍ମକୁ ସିଲ୍ କରିଦିଆଯାଇଛି। ବେଆଇନ୍ ଔଷଧ ସାମଗ୍ରୀ ଓ କଫ୍ ସିରପ ବିକ୍ରି ଅଭିଯୋଗ ପାଇ ଅବକାରୀ ବିଭାଗ ପକ୍ଷରୁ ପୂର୍ବରୁ ଖୋଳତାଡ ଚାଲିଥିଲା।