ଗରିବ କଲ୍ୟାଣ ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଦେଲେ ବିଜୟ ଶ୍ରେୟ

ଭୁବନେଶ୍ବର ୩୦/୬: ଖୁବ ଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଗଣତି ହେବ । ଯଦି କିଛି ଗଡବଡ ହୋଇଥାଏ ଦୋଷୀକୁ ଦଣ୍ଡବିଧାନ କରାଯିବ । ପାତାଳରେ ଥିଲେ ବି ଖୋଜିକି ଦଣ୍ଡ ଦିଆଯିବ । ବିଜେପିର ରାଜ୍ୟସ୍ତରୀୟ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଆମକୁ ଐତିହାସିକ ବିଜୟ ମିଳିଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି । ଏକ ନୂଆ ଓଡ଼ିଶା ଗଠନର ଦାୟିତ୍ୱ ଆମମାନଙ୍କୁ ମିଳିଛି। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଓଡିଶାରେ ବିଜେପିର ବିଜୟ ପାଇଁ ଓଡିଶାବାସୀ ଏବଂ ନେତୃବନ୍ଦଙ୍କ ପରିଶ୍ରମକୁ ଶ୍ରେୟ ଦେଉଛି ।ଏହାପରେ ଜଣେ ସାଧାରଣ କର୍ମୀଠାରୁ ଆରମ୍ଭ କରି ଆଜି ଦିନରେ ମୁଖ୍ୟମନ୍ତ୍ରୀ ଯାଏଁ ନିଜର ସଂଘର୍ଷ କାହାଣୀକୁ ଜନତାଙ୍କ ଆଗରେ ପ୍ରକାଶ କରିଛନ୍ତି ମୋହନ ମାଝୀ । ବିକଶିତ ଓଡିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି ତାକୁ ଓଡିଶାର ବିଜେପି ଉପରେ ନ୍ୟସ୍ତ ହୋଇଛି । ଏହାକୁ ପୂରଣ କରିବାକୁ ରାଜ୍ୟ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ସାଧାରଣ ଲୋକଙ୍କ ମତ

ଗରିବ କଲ୍ୟାଣ ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଦେଲେ ବିଜୟ ଶ୍ରେୟ

ଭୁବନେଶ୍ବର ୩୦/୬: ଖୁବ ଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଗଣତି ହେବ । ଯଦି କିଛି ଗଡବଡ ହୋଇଥାଏ ଦୋଷୀକୁ ଦଣ୍ଡବିଧାନ କରାଯିବ । ପାତାଳରେ ଥିଲେ ବି ଖୋଜିକି ଦଣ୍ଡ ଦିଆଯିବ । ବିଜେପିର ରାଜ୍ୟସ୍ତରୀୟ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଆମକୁ ଐତିହାସିକ ବିଜୟ ମିଳିଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି । ଏକ ନୂଆ ଓଡ଼ିଶା ଗଠନର ଦାୟିତ୍ୱ ଆମମାନଙ୍କୁ ମିଳିଛି। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଓଡିଶାରେ ବିଜେପିର ବିଜୟ ପାଇଁ ଓଡିଶାବାସୀ ଏବଂ ନେତୃବନ୍ଦଙ୍କ ପରିଶ୍ରମକୁ ଶ୍ରେୟ ଦେଉଛି ।

ଏହାପରେ ଜଣେ ସାଧାରଣ କର୍ମୀଠାରୁ ଆରମ୍ଭ କରି ଆଜି ଦିନରେ ମୁଖ୍ୟମନ୍ତ୍ରୀ ଯାଏଁ ନିଜର ସଂଘର୍ଷ କାହାଣୀକୁ ଜନତାଙ୍କ ଆଗରେ ପ୍ରକାଶ କରିଛନ୍ତି ମୋହନ ମାଝୀ । ବିକଶିତ ଓଡିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି ତାକୁ ଓଡିଶାର ବିଜେପି ଉପରେ ନ୍ୟସ୍ତ ହୋଇଛି । ଏହାକୁ ପୂରଣ କରିବାକୁ ରାଜ୍ୟ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ସାଧାରଣ ଲୋକଙ୍କ ମତକୁ ନେଇ ପ୍ରସ୍ତୁତ ହେବ ବଜେଟ୍‌ । ଏଥିପାଇଁ ସ୍ବତନ୍ତ୍ର ୱେବସାଇଟ ଖୋଲିବେ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସି ସାଧାରଣ ଲୋକ ଅଭିଯୋଗ କରିପାରିବେ ।