ଡିସେମ୍ବର ୩୦ ସୁଦ୍ଧା ଯେମିତି ହେଲେ ମେଡିକାଲ୍ ସିଟ୍ ଭରାଯାଉ, ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ଡାକ୍ତରଙ୍କ ଘୋର ଅଭାବକୁ ଦୃଷ୍ଟିରେ ରଖି  ସୁପ୍ରିମକୋର୍ଟ ମେଡିକାଲ୍ କାଉନସେଲିଂ କମିଟି(ଏମସିସି)କୁ  ଶୀଘ୍ର ମେଡିକାଲ୍ ସିଟ୍ ଭରିବାକୁ ଆଦେଶ ଦେଇଛନ୍ତି। ଏହି ଆଦେଶ ଲକ୍ଷ୍ନୌ ମେଡିକାଲ୍ କଲେଜ୍ ବନାମ ଉତ୍ତର ପ୍ରଦେଶ ରାଜ୍ୟ କେସ୍‌ରେ ଦିଆଯାଇଛି। ଏଥିସହ କୋର୍ଟ କାଉସେଲିଂ ରାଉଣ୍ଡ ଆୟୋଜିତ କରି ସିଟ୍ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଜଷ୍ଟିସ ବିଆର ଗବଇ ଓ  ଜଷ୍ଟିସ କେବି ବିଶ୍ଵନାଥନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ,  ସୁପ୍ରିମକୋର୍ଟ କହିଛନ୍ତି, ଦେଶରେ ଡାକ୍ତରଙ୍କ ଘୋର ଅଭାବକୁ ଦେଖି ଏହା ସୁନିଶ୍ଚିତ କରି ମେଡିକାଲ୍ ସିଟ୍ ଯେମିତି ବ୍ୟର୍ଥ ନ ଯିବ ସେ ଦିଗ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଏଥିପାଇଁ ବଳକା ଥିବା ସିଟ୍‌ରେ ନାମ ଲେଖା ପାଇଁ ଏକ ସ୍ଵତନ୍ତ୍ର କାଉନସେଲିଂ ରାଉଣ୍ଡ ଆୟୋଜିତ କରି ଡିସେମ୍ବର ୩୦ ତାରିଖ ଭିତରେ ପୂରା ପ୍ରକ୍ରିୟା ସାରିବାକୁ ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। Also read: ଭୁଲ୍‌ରେ ହୁଣ୍ଡିରେ ଖସିପଡ଼ିଲା ଆଇଫୋନ୍: ମନ୍ଦିର ସମ୍ପତ୍ତି କହି ଫେରାଇବାକୁ ମନା କଲେ କର୍ତ୍ତୃପକ୍ଷସୁପ୍ରିମକୋର୍ଟ ଏହା ମଧ୍ୟ ଆଦେଶ ଦେଇଛନ୍ତି ଯେ, କୌଣସି କଲେଜ୍‌ ଛାତ୍ର-ଛାତ୍ରୀଙ୍କୁ ସିଧାସଳଖ ପ୍ରବେଶ ଦେଇ ପାରିବେ ନାହିଁ। ସବୁ ଆଡମିଶନ ରାଜ୍ୟ ପ୍ରବେଶ ପ୍ରାଧିକରଣ ଜରିଆରେ କରାଯିବ। କୋର୍ଟ ଏହ

ଡିସେମ୍ବର ୩୦ ସୁଦ୍ଧା ଯେମିତି ହେଲେ ମେଡିକାଲ୍ ସିଟ୍ ଭରାଯାଉ, ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ଡାକ୍ତରଙ୍କ ଘୋର ଅଭାବକୁ ଦୃଷ୍ଟିରେ ରଖି  ସୁପ୍ରିମକୋର୍ଟ ମେଡିକାଲ୍ କାଉନସେଲିଂ କମିଟି(ଏମସିସି)କୁ  ଶୀଘ୍ର ମେଡିକାଲ୍ ସିଟ୍ ଭରିବାକୁ ଆଦେଶ ଦେଇଛନ୍ତି। ଏହି ଆଦେଶ ଲକ୍ଷ୍ନୌ ମେଡିକାଲ୍ କଲେଜ୍ ବନାମ ଉତ୍ତର ପ୍ରଦେଶ ରାଜ୍ୟ କେସ୍‌ରେ ଦିଆଯାଇଛି। ଏଥିସହ କୋର୍ଟ କାଉସେଲିଂ ରାଉଣ୍ଡ ଆୟୋଜିତ କରି ସିଟ୍ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଜଷ୍ଟିସ ବିଆର ଗବଇ ଓ  ଜଷ୍ଟିସ କେବି ବିଶ୍ଵନାଥନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।

ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ,  ସୁପ୍ରିମକୋର୍ଟ କହିଛନ୍ତି, ଦେଶରେ ଡାକ୍ତରଙ୍କ ଘୋର ଅଭାବକୁ ଦେଖି ଏହା ସୁନିଶ୍ଚିତ କରି ମେଡିକାଲ୍ ସିଟ୍ ଯେମିତି ବ୍ୟର୍ଥ ନ ଯିବ ସେ ଦିଗ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଏଥିପାଇଁ ବଳକା ଥିବା ସିଟ୍‌ରେ ନାମ ଲେଖା ପାଇଁ ଏକ ସ୍ଵତନ୍ତ୍ର କାଉନସେଲିଂ ରାଉଣ୍ଡ ଆୟୋଜିତ କରି ଡିସେମ୍ବର ୩୦ ତାରିଖ ଭିତରେ ପୂରା ପ୍ରକ୍ରିୟା ସାରିବାକୁ ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

Also read: ଭୁଲ୍‌ରେ ହୁଣ୍ଡିରେ ଖସିପଡ଼ିଲା ଆଇଫୋନ୍: ମନ୍ଦିର ସମ୍ପତ୍ତି କହି ଫେରାଇବାକୁ ମନା କଲେ କର୍ତ୍ତୃପକ୍ଷ

ସୁପ୍ରିମକୋର୍ଟ ଏହା ମଧ୍ୟ ଆଦେଶ ଦେଇଛନ୍ତି ଯେ, କୌଣସି କଲେଜ୍‌ ଛାତ୍ର-ଛାତ୍ରୀଙ୍କୁ ସିଧାସଳଖ ପ୍ରବେଶ ଦେଇ ପାରିବେ ନାହିଁ। ସବୁ ଆଡମିଶନ ରାଜ୍ୟ ପ୍ରବେଶ ପ୍ରାଧିକରଣ ଜରିଆରେ କରାଯିବ। କୋର୍ଟ ଏହା ସ୍ପଷ୍ଟ ଭାବେ  କହିଛନ୍ତି, ସ୍ଵତନ୍ତ୍ର କାଉନସେଲିଂ ରାଉଣ୍ଡ ପୂର୍ବରୁ  ହୋଇଥିବା ନାମ ଲେଖାକୁ ଏହା କୌଣସି ଭାବେ ପ୍ରଭାବିତ କରିବ ନାହିଁ। କେବଳ ଓ୍ଵେଟଲିଷ୍ଟରେ ଥିବା ଆଶାୟୀଙ୍କ  କାଉନସେଲିଂ କରାଯାଇ ନାମ ଲେଖା ପାଇଁ ଅନୁମତି ଦିଆଯିବ। 

ଏହା ବ୍ୟତୀତ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏନଆରଆଇ ସିଟ୍‌ଗୁଡିକୁ ସାଧାରଣ ଶ୍ରେଣୀରେ ପରିବର୍ତ୍ତନ କରାଯାଇ ରାଜ୍ୟ ପ୍ରବେଶ ପ୍ରାଧିକରନ ଜରିଆରେ ଭରାଯାଉ। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ମେଡିକାଲ୍ ପାଠ୍ୟକ୍ରମ ପାଇଁ ନାମ ଲେଖାଇ ପାରି ନ ଥିବା ଛାତ୍ର-ଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ଆଣିଛି।