ବାରାଣସୀରେ ଜୁନ୍ ୧ରେ ହେବ ମତଦାନ, ପିଏମ୍ ମୋଦୀ ଭାଙ୍ଗିବେ ନିଜର ରେକର୍ଡ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ସରିଛି । ଚଳିତ ଥର ବି ସାତଟି ପର୍ଯ୍ୟାୟରେ ମତଦାନ କରାଯିବ । ବାରାଣସୀ ଆସନରେ ଜୁନ ୧ରେ ମତଦାନ ହେବ । ଉତ୍ତର ପ୍ରଦେଶର ବାରାଣସୀ ଆସନ ହାଇ ପ୍ରୋଫାଇଲ୍ ଅଟେ । ଗତ ଅନେକ ଦଶନ୍ଧିରୁ ଏବି ଆସନ ବିଜେପି ପାଖରେ ରହିଛି । ବାରାଣସୀକୁ ଧାର୍ମିକ ନଗରୀ କୁହାଯାଏ । ଏପରି ସ୍ଥିତିରେ ବିଜେପି ପାଇଁ ଏହି ଆସନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଗତ ଦୁଇ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଆସନରୁ ନିର୍ବାଚନ ଲଢିବେ ।ବାରାଣସୀ ଲୋକସଭା ଆସନ ଉତ୍ତର ପ୍ରଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କ୍ଷେତ୍ର ଅଟେ । କାରଣ ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦ ଅଛନ୍ତି ଏବଂ ଏହି ଆସନ ପାଇଁ ସପ୍ତମ ପର୍ଯ୍ୟାୟରେ ଜୁନ ୧ରେ ନିର୍ବାଚନ ହେବ । ଏବେ ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ହ୍ୟାଟ୍ରିକ୍ ଲଗାଇବା ପାଇଁ ପ୍ରସ୍ତୁତି କରୁଛନ୍ତି ।ପଢନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଞ୍ଚ କଲେ ନିର୍ବାଚନ କ୍ୟାମ୍ପେନ ‘ମେରା ଭାରତ ମେରା ପରିବାର’, ଦେଖନ୍ତୁ ଭିଡିଓବାରାଣସୀ ବିଜେପିର ଗଡ଼ ରହି ଆସିଛି, କିନ୍ତୁ ୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କ ପ୍ରାର୍ଥୀ ହେବା ପରେ ଏହି ନିର୍ବାଚନ କ୍ଷେତ୍ରର ଗ୍ରାଫ୍ ଅଧିକ ଉପରମୁହାଁ ହୋଇଛି । ସେହି ସମୟରେ ଏହି ଆସନରେ ନରେନ୍ଦ୍ର ମୋଦୀ ବନାମ ଅରବିନ୍ଦ କେଜ୍ରିୱା

ବାରାଣସୀରେ ଜୁନ୍ ୧ରେ ହେବ ମତଦାନ, ପିଏମ୍ ମୋଦୀ ଭାଙ୍ଗିବେ ନିଜର ରେକର୍ଡ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ସରିଛି । ଚଳିତ ଥର ବି ସାତଟି ପର୍ଯ୍ୟାୟରେ ମତଦାନ କରାଯିବ । ବାରାଣସୀ ଆସନରେ ଜୁନ ୧ରେ ମତଦାନ ହେବ । ଉତ୍ତର ପ୍ରଦେଶର ବାରାଣସୀ ଆସନ ହାଇ ପ୍ରୋଫାଇଲ୍ ଅଟେ । ଗତ ଅନେକ ଦଶନ୍ଧିରୁ ଏବି ଆସନ ବିଜେପି ପାଖରେ ରହିଛି । ବାରାଣସୀକୁ ଧାର୍ମିକ ନଗରୀ କୁହାଯାଏ । ଏପରି ସ୍ଥିତିରେ ବିଜେପି ପାଇଁ ଏହି ଆସନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଗତ ଦୁଇ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଆସନରୁ ନିର୍ବାଚନ ଲଢିବେ ।

ବାରାଣସୀ ଲୋକସଭା ଆସନ ଉତ୍ତର ପ୍ରଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କ୍ଷେତ୍ର ଅଟେ । କାରଣ ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦ ଅଛନ୍ତି ଏବଂ ଏହି ଆସନ ପାଇଁ ସପ୍ତମ ପର୍ଯ୍ୟାୟରେ ଜୁନ ୧ରେ ନିର୍ବାଚନ ହେବ । ଏବେ ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ହ୍ୟାଟ୍ରିକ୍ ଲଗାଇବା ପାଇଁ ପ୍ରସ୍ତୁତି କରୁଛନ୍ତି ।

ପଢନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଞ୍ଚ କଲେ ନିର୍ବାଚନ କ୍ୟାମ୍ପେନ ‘ମେରା ଭାରତ ମେରା ପରିବାର’, ଦେଖନ୍ତୁ ଭିଡିଓ

ବାରାଣସୀ ବିଜେପିର ଗଡ଼ ରହି ଆସିଛି, କିନ୍ତୁ ୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କ ପ୍ରାର୍ଥୀ ହେବା ପରେ ଏହି ନିର୍ବାଚନ କ୍ଷେତ୍ରର ଗ୍ରାଫ୍ ଅଧିକ ଉପରମୁହାଁ ହୋଇଛି । ସେହି ସମୟରେ ଏହି ଆସନରେ ନରେନ୍ଦ୍ର ମୋଦୀ ବନାମ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଲଢେଇ ଥିଲା । ପ୍ରଧାନମନ୍ତ୍ରୀ ଏହି ଆସନରୁ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । 

ବାରାଣସୀ ଆସନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ବିଜେପିର ବରିଷ୍ଠ ନେତା ମୁରଲି ମନୋହର ଯୋଶୀଙ୍କ କବଜା ଥିଲା । ୨୦୧୯ରେ ବିଜେପି ପାଇଁ ନିଜ ବଳରେ ପୂର୍ଣ୍ଣ ବହୁମତ ପାଇବା ରସ୍ତା ପ୍ରଶସ୍ତ କରିବା ପରେ ବାରାଣସୀ ଆସନରୁ ପୁଣି ଥରେ ନିର୍ବଚନ ଲଢିବା ପାଇଁ ଓହ୍ଲାଇଥିଲେ । ସେ ସମାଜବାଦୀ ପାର୍ଟିର ଶାଳିନୀ ଯାଦବଙ୍କୁ ୪.୭ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ହରାଇଥିଲେ ।

ଗତ ଅନେକ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ଭୋଟ ସେୟାରରେ ବ୍ୟବଧାନ ଉପର-ତଳ ହୋଇଥିବା ଦେଖିବାକୁ ମିଳିଛି । ୧୯୯୯ରେ ବିଜେପି ୩୩.୪ ପ୍ରତିଶତ ଭୋଟ୍ ସେୟାର ସହ ବିଜୟୀ ହୋଇଥିଲା । ୨୦୦୪ରେ କଂଗ୍ରେସ ୩୨.୬ ପ୍ରତିଶତ ଭୋଟ ସେୟାର ସହ ବିଜୟୀ ହୋଇଥିଲା । ୨୦୦୯ରେ ମୁରଲି ମନୋହର ଯୋଶୀ ୩୦.୫ ପ୍ରତିଶତ ଭୋଟ ସେୟାର ସହ ବିଜୟୀ ହୋଇଥିଲେ । ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ପାଇଁ ୫୬.୪ ପ୍ରତିଶତ ଏବଂ ୨୦୧୯ରେ ୬୩.୬ ପ୍ରତିଶତ ଭୋଟ ମିଳିଥିଲା ।