ଅଭିଯୋଗ ନେଇ ଆସିଥିଲେ, ବ୍ଲକ୍ ଭିତରେ ଧସେଇ ପଶିଲେ ଗ୍ରାମବାସୀ

ଭଦ୍ରକ: ବିଭିନ୍ନ ଅଭିଯୋଗ ନେଇ ଆସିଥିଲେ, ହେଲେ ବ୍ଲକ୍ କାର୍ଯ୍ୟାଳୟକୁ ଧସେଇ ପଶିଲେ ହିତାଧିକାରୀଙ୍କ ସହ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କେଦାରପୁର ପଞ୍ଚାୟତରେ।ସୂଚନା ଅନୁଯାୟୀ, ରାସନ କାର୍ଡରେ ନାଁ କଟିବା , ଭତ୍ତା ପାଇଁ ବେଆଇନ ଟଙ୍କା ଆଦାୟ ଭଳି ଅଭିଯୋଗ ଆଣି ହିତାଧିକାରୀ ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଅଭିଯୋଗ ଆଣିଛନ୍ତି ଯେ, କେତେକ ଲୋକପ୍ରତିନିଧି ସରକାରୀ ସେବାରେ ସାମିଲ୍‌ କରାଇବା ପାଇଁ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ହେଲେବି ହିତାଧିକାରୀମାନେ ଉପକୃତ ହୋଇପାରୁନାହାଁନ୍ତି । ଏହି ସମୟରେ‌ ଗ୍ରାମବାସୀମାନେ ମଧ୍ୟ ଚଞ୍ଚକତା ଅଭିଯୋଗ ବ୍ଲକ୍ ପରିସରରେ ହୋହାଲ୍ଲା କରିବା ସହ ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ତେବେ ଅଭିଯୋଗର ୭ ଦିନରେ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଅଭିଯୋଗ ନେଇ ଆସିଥିଲେ, ବ୍ଲକ୍ ଭିତରେ ଧସେଇ ପଶିଲେ ଗ୍ରାମବାସୀ

ଭଦ୍ରକ: ବିଭିନ୍ନ ଅଭିଯୋଗ ନେଇ ଆସିଥିଲେ, ହେଲେ ବ୍ଲକ୍ କାର୍ଯ୍ୟାଳୟକୁ ଧସେଇ ପଶିଲେ ହିତାଧିକାରୀଙ୍କ ସହ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କେଦାରପୁର ପଞ୍ଚାୟତରେ।

ସୂଚନା ଅନୁଯାୟୀ, ରାସନ କାର୍ଡରେ ନାଁ କଟିବା , ଭତ୍ତା ପାଇଁ ବେଆଇନ ଟଙ୍କା ଆଦାୟ ଭଳି ଅଭିଯୋଗ ଆଣି ହିତାଧିକାରୀ ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଅଭିଯୋଗ ଆଣିଛନ୍ତି ଯେ, କେତେକ ଲୋକପ୍ରତିନିଧି ସରକାରୀ ସେବାରେ ସାମିଲ୍‌ କରାଇବା ପାଇଁ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ହେଲେବି ହିତାଧିକାରୀମାନେ ଉପକୃତ ହୋଇପାରୁନାହାଁନ୍ତି । 

ଏହି ସମୟରେ‌ ଗ୍ରାମବାସୀମାନେ ମଧ୍ୟ ଚଞ୍ଚକତା ଅଭିଯୋଗ ବ୍ଲକ୍ ପରିସରରେ ହୋହାଲ୍ଲା କରିବା ସହ ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ତେବେ ଅଭିଯୋଗର ୭ ଦିନରେ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।