ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
କଟକ ୨୪।୧୨: ଉନ୍ମୋଚିତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି । କଟକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି । କଟକ ବେଲଭ୍ୟୁ ଛକରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଏମ୍ପି ଭର୍ତ୍ତୃହରି ମହତାବ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ।କଟକର ବେଲିଭ୍ୟୁ ଛକରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ଶିଳ୍ପୀ ସଞ୍ଜିବ ବିଶ୍ୱାଳଙ୍କ ତତ୍ତ୍ୱାବଧନାରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ କାରଖାନାରେ ତିଆରି କରିଥିଲେ । ଏଥିରେ ପ୍ରାୟ ୧୧ କିଲୋ ବ୍ରୋଞ୍ଜ୍ ବ୍ୟବହାର କରାଯାଇ ୧୦ ଫୁଟ୍ର ସ୍ୱତନ୍ତ୍ର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । କାରଖାନାରେ ପୁଅ ଶ୍ରୀକାନ୍ତ ରଣାଙ୍କ ସମେତ ସମୁଦାୟ ୨୨ ଜଣ କାରିଗର ମୂର୍ତ୍ତି ନିର୍ମାଣରେ ସାମିଲ ହୋଇଥିଲେ । କଟକ ସହରରେ ପ୍ରଥମ ଥର ପାଇଁ ଶୋଭାପାଇବ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏହି ପ୍ରତିମୂର୍ତ୍ତି ।You Can Read:ଜାନୁଆରୀରୁ ବିକ୍ରି ହୋଇପାରିବ ପାର୍ଟ ପ୍ଲଟ୍, ଡିସେମ୍ବର ୩୧ ବୈଠକରେ ବାହାରିବ ସମାଧାନ ବାଟ
କଟକ ୨୪।୧୨: ଉନ୍ମୋଚିତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି । କଟକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି । କଟକ ବେଲଭ୍ୟୁ ଛକରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଏମ୍ପି ଭର୍ତ୍ତୃହରି ମହତାବ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ।
କଟକର ବେଲିଭ୍ୟୁ ଛକରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି । ଶିଳ୍ପୀ ସଞ୍ଜିବ ବିଶ୍ୱାଳଙ୍କ ତତ୍ତ୍ୱାବଧନାରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ କାରଖାନାରେ ତିଆରି କରିଥିଲେ । ଏଥିରେ ପ୍ରାୟ ୧୧ କିଲୋ ବ୍ରୋଞ୍ଜ୍ ବ୍ୟବହାର କରାଯାଇ ୧୦ ଫୁଟ୍ର ସ୍ୱତନ୍ତ୍ର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । କାରଖାନାରେ ପୁଅ ଶ୍ରୀକାନ୍ତ ରଣାଙ୍କ ସମେତ ସମୁଦାୟ ୨୨ ଜଣ କାରିଗର ମୂର୍ତ୍ତି ନିର୍ମାଣରେ ସାମିଲ ହୋଇଥିଲେ । କଟକ ସହରରେ ପ୍ରଥମ ଥର ପାଇଁ ଶୋଭାପାଇବ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏହି ପ୍ରତିମୂର୍ତ୍ତି ।
You Can Read:
ଜାନୁଆରୀରୁ ବିକ୍ରି ହୋଇପାରିବ ପାର୍ଟ ପ୍ଲଟ୍, ଡିସେମ୍ବର ୩୧ ବୈଠକରେ ବାହାରିବ ସମାଧାନ ବାଟ