ଚଳିତ ବର୍ଷର ଦ୍ୱିତୀୟ ବଡ଼ ଛଟେଇ: ୯ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ଖର୍ଚ୍ଚ କାଟ୍ କରିବା ପାଇଁ ପୁଣି ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ କରିବ ମାଇକ୍ରୋସଫ୍ଟ। ଏଥର ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି କମ୍ପାନୀ। ଚଳିତ ବର୍ଷର ଏହା ଦ୍ୱିତୀୟ ସର୍ବାଧିକ ଛଟେଇ। କମ୍ପାନୀର ବିଶ୍ୱସ୍ତରୀୟ କର୍ମଚାରୀଙ୍କର ଏହା ୪% ।ଏନେଇ ମାଇକ୍ରୋସଫ୍ଟ ମୁଖପାତ୍ର କହିଛନ୍ତି "ଆମେ ଏକ ଗତିଶୀଳ ବଜାରରେ ସଫଳତା ପାଇଁ କମ୍ପାନୀ ଏବଂ ଟିମ୍‌କୁ ସର୍ବୋତ୍ତମ ସ୍ଥିତିରେ ରଖିବା ପାଇଁ ଆବଶ୍ୟକୀୟ ସଂଗଠନାତ୍ମକ ପରିବର୍ତ୍ତନଗୁଡ଼ିକୁ କାର୍ଯ୍ୟକାରୀ କରିଚାଲିଛୁ।" କମ୍ପାନୀର କାର୍ଯ୍ୟକୁ ସୁଗମ କରିବା, ପରିଚାଳନା ସ୍ତରକୁ ହ୍ରାସ କରିବା ଏବଂ ସାମଗ୍ରିକ ଦକ୍ଷତାକୁ ଉନ୍ନତ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ମାଇକ୍ରୋସଫ୍ଟ କହିଛି। ଏହା ପୂର୍ବରୁ ମାଇକ୍ରୋସଫ୍ଟ  ମେ ମାସରେ ୬ ହଜାର କର୍ମଚାରୀ ଛଟେଇ କରିଥିଲା। ଏଥିରେ ମୁଖ୍ୟତଃ ପ୍ରଡକ୍ଟ ଏବଂ ଇଞ୍ଜିନିୟରିଂ ପଦବୀରୁ ଛଟେଇ କରାଯାଇଥିଲା। ଏଥର ଛଟେଇ  ସେଲ୍ସ ଟିମ୍‌ ବିଶେଷ ଭାବରେ ପ୍ରଭାବିତ ହେବ। ଏବଂ Xbox ସମେତ ଅନ୍ୟ ବିଭାଗରେ ମଧ୍ୟ ଛଟେଇ ହେବ ବୋଲି ବ୍ଲୁମବର୍ଗରୁ ତଥ୍ୟ ନେଇ ଫାଇନାନ୍ସିଆଲ୍ ଏକ୍ସପ୍ରେସ୍‌ ଖବର ପ୍ରକାଶ କରିଛି। ଜୁନ୍ ୨୦୨୪ ସୁଦ୍ଧା ମାଇକ୍ରୋସଫ୍ଟରେ ପ୍ରାୟ ୨୨୮,୦୦୦ କର୍ମଚାରୀ ରହିଛନ୍ତି। ଏଥିରେ ୪୫,୦୦୦ ସେଲ୍ସ ଏବଂ ମାର୍କେଟିଂରେ ରହିଛନ୍ତି। 

ଚଳିତ ବର୍ଷର ଦ୍ୱିତୀୟ ବଡ଼ ଛଟେଇ: ୯ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀଖର୍ଚ୍ଚ କାଟ୍ କରିବା ପାଇଁ ପୁଣି ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ କରିବ ମାଇକ୍ରୋସଫ୍ଟ। ଏଥର ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି କମ୍ପାନୀ। ଚଳିତ ବର୍ଷର ଏହା ଦ୍ୱିତୀୟ ସର୍ବାଧିକ ଛଟେଇ। କମ୍ପାନୀର ବିଶ୍ୱସ୍ତରୀୟ କର୍ମଚାରୀଙ୍କର ଏହା ୪% ।

ଏନେଇ ମାଇକ୍ରୋସଫ୍ଟ ମୁଖପାତ୍ର କହିଛନ୍ତି "ଆମେ ଏକ ଗତିଶୀଳ ବଜାରରେ ସଫଳତା ପାଇଁ କମ୍ପାନୀ ଏବଂ ଟିମ୍‌କୁ ସର୍ବୋତ୍ତମ ସ୍ଥିତିରେ ରଖିବା ପାଇଁ ଆବଶ୍ୟକୀୟ ସଂଗଠନାତ୍ମକ ପରିବର୍ତ୍ତନଗୁଡ଼ିକୁ କାର୍ଯ୍ୟକାରୀ କରିଚାଲିଛୁ।" କମ୍ପାନୀର କାର୍ଯ୍ୟକୁ ସୁଗମ କରିବା, ପରିଚାଳନା ସ୍ତରକୁ ହ୍ରାସ କରିବା ଏବଂ ସାମଗ୍ରିକ ଦକ୍ଷତାକୁ ଉନ୍ନତ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ମାଇକ୍ରୋସଫ୍ଟ କହିଛି। 

ଏହା ପୂର୍ବରୁ ମାଇକ୍ରୋସଫ୍ଟ  ମେ ମାସରେ ୬ ହଜାର କର୍ମଚାରୀ ଛଟେଇ କରିଥିଲା। ଏଥିରେ ମୁଖ୍ୟତଃ ପ୍ରଡକ୍ଟ ଏବଂ ଇଞ୍ଜିନିୟରିଂ ପଦବୀରୁ ଛଟେଇ କରାଯାଇଥିଲା। ଏଥର ଛଟେଇ  ସେଲ୍ସ ଟିମ୍‌ ବିଶେଷ ଭାବରେ ପ୍ରଭାବିତ ହେବ। ଏବଂ Xbox ସମେତ ଅନ୍ୟ ବିଭାଗରେ ମଧ୍ୟ ଛଟେଇ ହେବ ବୋଲି ବ୍ଲୁମବର୍ଗରୁ ତଥ୍ୟ ନେଇ ଫାଇନାନ୍ସିଆଲ୍ ଏକ୍ସପ୍ରେସ୍‌ ଖବର ପ୍ରକାଶ କରିଛି। 

ଜୁନ୍ ୨୦୨୪ ସୁଦ୍ଧା ମାଇକ୍ରୋସଫ୍ଟରେ ପ୍ରାୟ ୨୨୮,୦୦୦ କର୍ମଚାରୀ ରହିଛନ୍ତି। ଏଥିରେ ୪୫,୦୦୦ ସେଲ୍ସ ଏବଂ ମାର୍କେଟିଂରେ ରହିଛନ୍ତି।