ଭୁବନେଶ୍ୱର ହେବ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ନିର୍ମାଣ ହେବ ନୂଆ ଷ୍ଟାଡିୟମ
ଭୁବନେଶ୍ୱର: ରାଜ୍ୟ ବଜେଟ୍ ୨୦୨୪-୨୫ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍ରେ କ୍ରୀଡାକୁ ଗୁରୁତ୍ୱ ଦିଆଯାଇଛି। କ୍ରୀଡା ଓ ଯୁବ ସେବା ପାଇଁ ୧୩୧୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦିଆଯାଇଛି। କାର୍ଯ୍ୟକ୍ରମ ବଜେଟ୍ ଅଧିନରେ ୧୨୧୦ କୋଟି ଟଙ୍କା ରହିଛି। କ୍ରୀଡାର ପ୍ରୋତ୍ସାହନ ପାଇଁ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କ୍ରୀଡା ନୀତି ଆରମ୍ଭ କରିବେ। ସାରା ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ କରିବେ।ଏଥିପାଇଁ ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ଓ ମିନି ଷ୍ଟାଡିୟମକୁ ସକ୍ରିୟ କରିବା ରାଜ୍ୟର ୪ଟି ଜୋନ୍ରେ ଅତ୍ୟାଧୁନିକ ଏକାଡେମୀ ପ୍ରତିଷ୍ଠା, ପ୍ରତ୍ୟେକ ଜିଲ୍ଲାର ଲୋକପ୍ରିୟ କ୍ରୀଡାକୁ ପ୍ରୋତ୍ସାହିତ କରିବା, ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ସହ ଏକ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ୯୫୨ କୋଟିର ବ୍ୟୟବରାଦ କରାଯାଇଛି।ଯୁବବର୍ଗର ସମନ୍ୱିତ ବିକାଶ ପାଇଁ ଏକ ନୂତନ ଯୋଜନା ଯୁବ ଶକ୍ତି ଅଧୀନରେ ୧ ଶହ କୋଟି ଟଙ୍କା ବ୍ୟବରାଦ କରାଯାଇଛି। ସମଗ୍ର ରାଜ୍ୟରେ ବ୍ୟାପକ ପ୍ରତିଭା ଚିହ୍ନଟ ଓ ଯୁବ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖେଳ ରତ୍ନ ଖୋଜା ଅଭିଯାନ କାର୍ଯ୍ୟକାରୀ କରାଯିବ।
ଭୁବନେଶ୍ୱର: ରାଜ୍ୟ ବଜେଟ୍ ୨୦୨୪-୨୫ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍ରେ କ୍ରୀଡାକୁ ଗୁରୁତ୍ୱ ଦିଆଯାଇଛି। କ୍ରୀଡା ଓ ଯୁବ ସେବା ପାଇଁ ୧୩୧୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦିଆଯାଇଛି। କାର୍ଯ୍ୟକ୍ରମ ବଜେଟ୍ ଅଧିନରେ ୧୨୧୦ କୋଟି ଟଙ୍କା ରହିଛି। କ୍ରୀଡାର ପ୍ରୋତ୍ସାହନ ପାଇଁ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କ୍ରୀଡା ନୀତି ଆରମ୍ଭ କରିବେ। ସାରା ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ କରିବେ।
ଏଥିପାଇଁ ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ଓ ମିନି ଷ୍ଟାଡିୟମକୁ ସକ୍ରିୟ କରିବା ରାଜ୍ୟର ୪ଟି ଜୋନ୍ରେ ଅତ୍ୟାଧୁନିକ ଏକାଡେମୀ ପ୍ରତିଷ୍ଠା, ପ୍ରତ୍ୟେକ ଜିଲ୍ଲାର ଲୋକପ୍ରିୟ କ୍ରୀଡାକୁ ପ୍ରୋତ୍ସାହିତ କରିବା, ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ସହ ଏକ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ୯୫୨ କୋଟିର ବ୍ୟୟବରାଦ କରାଯାଇଛି।
ଯୁବବର୍ଗର ସମନ୍ୱିତ ବିକାଶ ପାଇଁ ଏକ ନୂତନ ଯୋଜନା ଯୁବ ଶକ୍ତି ଅଧୀନରେ ୧ ଶହ କୋଟି ଟଙ୍କା ବ୍ୟବରାଦ କରାଯାଇଛି। ସମଗ୍ର ରାଜ୍ୟରେ ବ୍ୟାପକ ପ୍ରତିଭା ଚିହ୍ନଟ ଓ ଯୁବ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖେଳ ରତ୍ନ ଖୋଜା ଅଭିଯାନ କାର୍ଯ୍ୟକାରୀ କରାଯିବ।