ଇଂଲଣ୍ଡକୁ ୨ ୱିକେଟ୍‌ରେ ହରାଇଲା ଭାରତ: ତିଲକଙ୍କ ଅର୍ଦ୍ଧଶତକ

ଚେନ୍ନାଇ: ଟିମ୍ ଇଣ୍ଡିଆ ମଥାରେ ବିଜୟ ତିଳକ ଲଗାଇଲେ ତିଲକ ବର୍ମା। ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜିତିଲା ଭାରତ। ଶେଷରେ ଚୌକା ଲଗାଇ ମ୍ୟାଚ୍‌କୁ ବିଜୟ କରାଇଲେ ତିଲକ ବର୍ମା। ଚେନ୍ନାଇର ଏମ୍‌ଏ ଚିଦାମ୍ବର ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୨ ୱିକେଟ୍‌ରେ ବିଜୟୀ ହୋଇଛି। ଭାରତର ନିମନ୍ତ୍ରଣରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଜବାବରେ ଭାରତ ୮ ୱିକେଟ୍ ହରାଇ ୧୯.୨ ଓଭରରେ ୧୬୬ ରନ୍ କରି ବିଜୟୀ ହୋଇଛି। ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୭୨ ରନ୍ କରିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳଯାଉଥିବା ଅନ୍ତର୍ଜାତୀୟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଇଡେନ ଗାର୍ଡେନରେ ଜିତିବା ପରେ ଦୃଡ଼ ମନବଳ ନେଇ ଚେପକ ଷ୍ଟାଡିୟମ୍‌କୁ ଓହ୍ଲାଇଥିଲା ଭାରତ। ଶନିବାର ଖେଳା ଯାଉଥିବା ମ୍ୟାଚ୍‌ରେ ଭାରତ ପ୍ରଥମ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ପୂର୍ବ ପରି ଏଥର ବି ପ୍ରଥମ ଓଭରରେ ୱିକେଟ୍ ହରାଇଥିଲା। ପ୍ରଥମ ଓଭର ଚତୁର୍ଥ ବଲରେ ସଲ୍ଟଙ୍କ ୱିକେଟ୍ ଯାଇଥିଲା। ଏହାପରେ ବେନ୍ ଡୁକେଟ(୩),ହ୍ୟାରୀ ବ୍ରୁକ ଓ ଲିଭିଂଷ୍ଟୋନ ୧୩ ରନ୍ ଲେଖାଏ କରିଥିବା ବେଳେ ଜସ ବଟଲର ସର୍ବାଧିକ ୪୫ ରନ୍ କରିଥିଲେ। ତାଙ୍କ ପଛକୁ ବ୍ରାଡନ କାର୍ସେ ୩୧ ରନ୍ କରିଥିବା ବେଳେ ଜେମିଆ ସ୍ମିଥ୍ ୨୨ ରନ୍ କରିଥିଲେ।

ଇଂଲଣ୍ଡକୁ ୨ ୱିକେଟ୍‌ରେ ହରାଇଲା ଭାରତ: ତିଲକଙ୍କ ଅର୍ଦ୍ଧଶତକ

ଚେନ୍ନାଇ: ଟିମ୍ ଇଣ୍ଡିଆ ମଥାରେ ବିଜୟ ତିଳକ ଲଗାଇଲେ ତିଲକ ବର୍ମା। ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜିତିଲା ଭାରତ। ଶେଷରେ ଚୌକା ଲଗାଇ ମ୍ୟାଚ୍‌କୁ ବିଜୟ କରାଇଲେ ତିଲକ ବର୍ମା। ଚେନ୍ନାଇର ଏମ୍‌ଏ ଚିଦାମ୍ବର ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୨ ୱିକେଟ୍‌ରେ ବିଜୟୀ ହୋଇଛି। ଭାରତର ନିମନ୍ତ୍ରଣରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଜବାବରେ ଭାରତ ୮ ୱିକେଟ୍ ହରାଇ ୧୯.୨ ଓଭରରେ ୧୬୬ ରନ୍ କରି ବିଜୟୀ ହୋଇଛି। ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୭୨ ରନ୍ କରିଛନ୍ତି। 

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳଯାଉଥିବା ଅନ୍ତର୍ଜାତୀୟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଇଡେନ ଗାର୍ଡେନରେ ଜିତିବା ପରେ ଦୃଡ଼ ମନବଳ ନେଇ ଚେପକ ଷ୍ଟାଡିୟମ୍‌କୁ ଓହ୍ଲାଇଥିଲା ଭାରତ। ଶନିବାର ଖେଳା ଯାଉଥିବା ମ୍ୟାଚ୍‌ରେ ଭାରତ ପ୍ରଥମ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। 
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ପୂର୍ବ ପରି ଏଥର ବି ପ୍ରଥମ ଓଭରରେ ୱିକେଟ୍ ହରାଇଥିଲା। ପ୍ରଥମ ଓଭର ଚତୁର୍ଥ ବଲରେ ସଲ୍ଟଙ୍କ ୱିକେଟ୍ ଯାଇଥିଲା। ଏହାପରେ ବେନ୍ ଡୁକେଟ(୩),ହ୍ୟାରୀ ବ୍ରୁକ ଓ ଲିଭିଂଷ୍ଟୋନ ୧୩ ରନ୍ ଲେଖାଏ କରିଥିବା ବେଳେ ଜସ ବଟଲର ସର୍ବାଧିକ ୪୫ ରନ୍ କରିଥିଲେ। ତାଙ୍କ ପଛକୁ ବ୍ରାଡନ କାର୍ସେ ୩୧ ରନ୍ କରିଥିବା ବେଳେ ଜେମିଆ ସ୍ମିଥ୍ ୨୨ ରନ୍ କରିଥିଲେ। ଏହାପରେ ଅନ୍ୟ କୌଣସି ବ୍ୟାଟର ୨୦ ଅଙ୍କ ଛୁଇଁ ପାରି ନଥିଲେ। ଫଳରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନ୍ କରିଥିଲା। 

ଭାରତ ପକ୍ଷରୁ ଏଥର ବି ବରୁଣ ଚକ୍ରବର୍ତ୍ତୀ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ବରୁଣ ଚକ୍ରବର୍ତ୍ତୀ ଓ ଅକ୍ସର ପଟେଲ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ପୂର୍ବ ଥର ଭଳି ଏଥର ବି ରବି ବିଷ୍ଣୋଇଙ୍କୁ ଗୋଟିଏ ବି ୱିକେଟ୍ ମିଳି ନାହିଁ। 

୧୬୬ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତର ବ୍ୟାଟିଂ ପ୍ରଦର୍ଶନ ଏଥର ଦୁର୍ବଳ ରହିଥିଲା। ଗତ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଭିଷେକ ଶର୍ମା ଏଥର ମାତ୍ର ୬ ବଲ୍‌ରେ ୧୨ ରନ୍ କରି ଆଉଟ ହୋଇ ଯାଇଥିଲେ। ୧.୩ ଓଭର ବେଳକୁ ଭାରତ ତା’ର ପ୍ରଥମ ୱିକେଟ୍ ହରାଇଥିଲା। ସଞ୍ଜୁ ସାମସନ ମଧ୍ୟ ୫ ରନ୍ କରି ଆଉଟ୍ ହୋଇଥିଲେ। କ୍ୟାପ୍ଟେନ ସୂର୍ଯ୍ୟ କୁମାର ଯାଦବ ଆଜି ମଧ୍ୟ ଖରାପ ଖେଳିଥିଲେ। ସେ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ। 

ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୭୨ ରନ୍ କରିଥିଲେ। ତାଙ୍କ ପରେ ୱାସିଂଟନ ସୁନ୍ଦର ୨୬ ରନ୍ କରି ମ୍ୟାଚ୍ ଜିତାଇବାରେ ଭୂମିକା ନିର୍ବାହ କରିଥିଲେ। ଭାରତର ଧୁରନ୍ଦର ବ୍ୟାଟରମାନେ ଆଉଟ ହୋଇଯିବା ପରେ ଭାରତ ତିଲକ ବର୍ମା ସ୍ଥିତି ସମ୍ଭାଳିଥିଲେ। ସେ ୫

୫ ବଲ୍‌ରେ ୭୨ ରନ୍‌ ବିସ୍ଫୋରକ ଇନିଂସ ଖେଳିଥିଲେ। ଶେଷ ପର୍ଯ୍ୟନ୍ତ ରହି ଚୌକା ମାରି ମ୍ୟାଚ୍ ଜିତାଇଥିଲେ ତିଲକ ବର୍ମା।

ତେବେ ଇଂଲଣ୍ଡ ପକ୍ଷରୁ ଯଦିଓ ଶନିବାର ବୋଲିଂ ଦୃଢ଼ ଥିଲା, ତେବେ ତିଲକ ବର୍ମାଙ୍କୁ ରୋକିବାରେ ଅସଫଳ ଥିଲେ ଇଂଲଣ୍ଡ ବୋଲର। ଦଳ ପକ୍ଷରୁ ବ୍ରାଡନ କାର୍ସେ ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ଅନ୍ୟ ସମସ୍ତେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।