ଆନ୍ଧ୍ରପ୍ରଦେଶ ଫାର୍ମା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ, ୧୫ ମୃତ, ୪୦ରୁ ଅଧିକ ଆହତ

ଅଚୁତାପୁରମ :  ଆନ୍ଧ୍ରପ୍ରଦେଶ ଅଚୁତାପୁରମ ଏସଇଜେଡସ୍ଥିତ ଏସିଏଣ୍ଟିୟା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ ହେବା ଯୋଗୁ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା କାରଖାନାରେ ମଧ୍ୟାହ୍ନ ଭୋଜନ କାଳରେ ହୋଇଛି। ତେବେ ପୋଲିସ ଓ ଅଗ୍ନିସମନ ଦଳ ସମେତ ଜରୁରିକାଳୀନ ସେବା ଘଟଣାସ୍ଥଳରେ ମହଜୁଦ ଅଛନ୍ତି। ବିସ୍ଫୋରଣରେ ଆହତ କର୍ମଚାରୀଙ୍କୁ ଅନକାପଲ୍ଲୀ ଏନଟିଆର ହସ୍ପିଟାଲ ଓ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିସମନ ଅଧିକାରୀଙ୍କ ଅନୁସାରେ  ଲୋକଙ୍କ ଉଦ୍ଧାର  ଜାରି ରହିଛି। ଉଦ୍ଧର ହୋଇଥିବା ସମସ୍ତ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିସମନ ଅଭିଯାନ ଜାରି ଥିବା ବେଳେ ଭିତରେ ଅଟକି ରହିଥିବା ଲୋକଙ୍କ ଉଦ୍ଧାର ନିମନ୍ତେ ମଧ୍ୟ ଉଦ୍ୟମ କରାଯାଉଛି। ପରିସ୍ଥିତିକୁ ସମ୍ଭାଳିବା ଓ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି। ଦୁର୍ଘଟଣା ସମ୍ପର୍କରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି। ତେବେ ରିଆକ୍ଟରରେ ବିସ୍ପୋରଣର କାରଣ ଜଣାପଡି ନାହିଁ। ଅଧିକାରୀମାନଙ୍କ ତତ୍କାଳ ଉଦ୍ଧାର ଅଭିଯାନ ଶେଷ ହେବା ପରେ ସଘନ ଯାଞ୍ଚ ହୋଇପାରେ ବୋଲି କୁହାଯାଉଛି। ଜରୁରିକାଳୀନ ଟିମ୍ ଗୁରୁତର ପରିସ୍ଥିତିକୁ ପ୍ରଭାବୀ ଢଙ୍ଗରେ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ତେବେ କାରଖାନା ଭିତରେ ଫଶି ରହିଥିବା ଲୋକଙ୍କ ଉଦ୍ଧାରକୁ ଏବେ ପ୍ରାଥମିକତ

ଆନ୍ଧ୍ରପ୍ରଦେଶ ଫାର୍ମା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ, ୧୫ ମୃତ, ୪୦ରୁ ଅଧିକ ଆହତ

ଅଚୁତାପୁରମ :  ଆନ୍ଧ୍ରପ୍ରଦେଶ ଅଚୁତାପୁରମ ଏସଇଜେଡସ୍ଥିତ ଏସିଏଣ୍ଟିୟା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ ହେବା ଯୋଗୁ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା କାରଖାନାରେ ମଧ୍ୟାହ୍ନ ଭୋଜନ କାଳରେ ହୋଇଛି। ତେବେ ପୋଲିସ ଓ ଅଗ୍ନିସମନ ଦଳ ସମେତ ଜରୁରିକାଳୀନ ସେବା ଘଟଣାସ୍ଥଳରେ ମହଜୁଦ ଅଛନ୍ତି। ବିସ୍ଫୋରଣରେ ଆହତ କର୍ମଚାରୀଙ୍କୁ ଅନକାପଲ୍ଲୀ ଏନଟିଆର ହସ୍ପିଟାଲ ଓ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଅଗ୍ନିସମନ ଅଧିକାରୀଙ୍କ ଅନୁସାରେ  ଲୋକଙ୍କ ଉଦ୍ଧାର  ଜାରି ରହିଛି। ଉଦ୍ଧର ହୋଇଥିବା ସମସ୍ତ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିସମନ ଅଭିଯାନ ଜାରି ଥିବା ବେଳେ ଭିତରେ ଅଟକି ରହିଥିବା ଲୋକଙ୍କ ଉଦ୍ଧାର ନିମନ୍ତେ ମଧ୍ୟ ଉଦ୍ୟମ କରାଯାଉଛି। ପରିସ୍ଥିତିକୁ ସମ୍ଭାଳିବା ଓ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି। ଦୁର୍ଘଟଣା ସମ୍ପର୍କରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି। 

ତେବେ ରିଆକ୍ଟରରେ ବିସ୍ପୋରଣର କାରଣ ଜଣାପଡି ନାହିଁ। ଅଧିକାରୀମାନଙ୍କ ତତ୍କାଳ ଉଦ୍ଧାର ଅଭିଯାନ ଶେଷ ହେବା ପରେ ସଘନ ଯାଞ୍ଚ ହୋଇପାରେ ବୋଲି କୁହାଯାଉଛି। ଜରୁରିକାଳୀନ ଟିମ୍ ଗୁରୁତର ପରିସ୍ଥିତିକୁ ପ୍ରଭାବୀ ଢଙ୍ଗରେ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ତେବେ କାରଖାନା ଭିତରେ ଫଶି ରହିଥିବା ଲୋକଙ୍କ ଉଦ୍ଧାରକୁ ଏବେ ପ୍ରାଥମିକତା ଦିଆଯାଉଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସକୀୟ ସେବା ଯୋଗାଇ ଦେବାକୁ ଚେଷ୍ଟା କରାଯାଉଛି। ଦୁର୍ଘଟଣାସ୍ଥଳରୁ ଲୋକଙ୍କୁ ଦୂରେଇ ରଖିବାକୁ ଅଧିକାରୀ ଉଦ୍ୟମ କରୁଛନ୍ତି।