ସଂଯମତା ଅବଲମ୍ବନ ପାଇଁ ଭାରତ-ପାକିସ୍ତାନକୁ ଜାତିସଂଘର ମହାସଚିବଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏକ ବଡ଼ ବୟାନ ଦେଇଛନ୍ତି। ସେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି। ଗୁଟେରେସ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ସେନା ମୁହାଁମୁହିଁ ହେବାଠାରୁ ଦୂରେଇ ରହିବା ଉଚିତ। କାରଣ ଏହାଦ୍ୱାରା କୌଣସି ସମାଧାନର ରାସ୍ତା ବାହାରିବ ନାହିଁ। ମୁଁ ପୁଣି ଥରେ ପହଲଗାମ ଆକ୍ରମଣକୁ ନିନ୍ଦା କରୁଛି। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ। ଆକ୍ରମଣର ଦୋଷୀମାନଙ୍କୁ କଠୋର […]

ସଂଯମତା ଅବଲମ୍ବନ ପାଇଁ ଭାରତ-ପାକିସ୍ତାନକୁ ଜାତିସଂଘର ମହାସଚିବଙ୍କ ପରାମର୍ଶ
ସଂଯମତା ଅବଲମ୍ବନ ପାଇଁ ଭାରତ-ପାକିସ୍ତାନକୁ ଜାତିସଂଘର ମହାସଚିବଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏକ ବଡ଼ ବୟାନ ଦେଇଛନ୍ତି। ସେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି। ଗୁଟେରେସ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ସେନା ମୁହାଁମୁହିଁ ହେବାଠାରୁ ଦୂରେଇ ରହିବା ଉଚିତ। କାରଣ ଏହାଦ୍ୱାରା କୌଣସି ସମାଧାନର ରାସ୍ତା ବାହାରିବ ନାହିଁ। ମୁଁ ପୁଣି ଥରେ ପହଲଗାମ ଆକ୍ରମଣକୁ ନିନ୍ଦା କରୁଛି। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ। ଆକ୍ରମଣର ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ବୋଲି ସେ କହିଛନ୍ତି। ତେବେ ଉତ୍ତେଜନା ହ୍ରାସ କରିବା ଏବଂ କୂଟନୀତି ଏବଂ ଶାନ୍ତି ପାଇଁ କାମ କରୁଥିବା ଯେକୌଣସି ପଦକ୍ଷେପକୁ ସମର୍ଥନ କରିବାକୁ ଜାତିସଂଘ ପ୍ରସ୍ତୁତ। ଏହାଦ୍ୱାରା ଭାରତ ଏବଂ ପାକିସ୍ତାନ ଉଭୟ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ସେ ଆହ୍ବାନ କରିଛନ୍ତି ।

ପୂର୍ବରୁ ଗୁଟେରେସ ପହଲଗାମ ଆକ୍ରମଣ ଉପରେ ମଧ୍ୟ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ସେ ପୀଡିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଆକ୍ରମଣର ନିରପେକ୍ଷ ତଦନ୍ତ ହେବା ଉଚିତ। ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ, ଯେଉଁଥିରେ ଭାରତ-ପାକିସ୍ତାନ ଉତ୍ତେଜନା ହ୍ରାସ ଏବଂ ନ୍ୟାୟିକ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ଜବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ, ଯେଉଁଥିରେ ଭାରତ-ପାକିସ୍ତାନ ଉତ୍ତେଜନା ହ୍ରାସ ଏବଂ ନ୍ୟାୟିକ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଗୁଟେରସଙ୍କ ନିନ୍ଦାକୁ ପ୍ରଶଂସା କରିଥିଲେ।