ଫ୍ଲାଟ୍‌ ଫୁଟ୍‌

ଏଭଳି ଅନେକ ରୋଗ ରହିଛି ଯାହା ବିଷୟରେ ଆଜି ବି ଲୋକ ଜାଣି ନାହାନ୍ତି । ସେହିଭଳି ଏକ ରୋଗ ହେଲା ଫ୍ଲାଟ୍‌ ଫୁଟ୍‌ । ଏହା ସମ୍ବନ୍ଧରେ ଆଜି ବି କିଛି ଲୋକ ଅନଭିଜ୍ଞ ଅଛନ୍ତି । ଆସନ୍ତୁ ଜାଣିବା ଏହାର କାରଣ ଓ ଲକ୍ଷଣ ସମ୍ପର୍କରେ । ସାଧାରଣତଃ ଆମେ ପାଦକୁ ମାଟିରେ ସମତଳ କରି ପକାଇବା ସମୟରେ ମାଟି ଓ ପାଦ ମଧ୍ୟରେ ଏକ ଖାଲି ସ୍ଥାନ ରହିଥାଏ । ତେବେ ଯେଉଁ […]

ଫ୍ଲାଟ୍‌ ଫୁଟ୍‌
ଫ୍ଲାଟ୍‌ ଫୁଟ୍‌

ଏଭଳି ଅନେକ ରୋଗ ରହିଛି ଯାହା ବିଷୟରେ ଆଜି ବି ଲୋକ ଜାଣି ନାହାନ୍ତି । ସେହିଭଳି ଏକ ରୋଗ ହେଲା ଫ୍ଲାଟ୍‌ ଫୁଟ୍‌ । ଏହା ସମ୍ବନ୍ଧରେ ଆଜି ବି କିଛି ଲୋକ ଅନଭିଜ୍ଞ ଅଛନ୍ତି । ଆସନ୍ତୁ ଜାଣିବା ଏହାର କାରଣ ଓ ଲକ୍ଷଣ ସମ୍ପର୍କରେ । ସାଧାରଣତଃ ଆମେ ପାଦକୁ ମାଟିରେ ସମତଳ କରି ପକାଇବା ସମୟରେ ମାଟି ଓ ପାଦ ମଧ୍ୟରେ ଏକ ଖାଲି ସ୍ଥାନ ରହିଥାଏ । ତେବେ ଯେଉଁ ବ୍ୟକ୍ତି ଫ୍ଲାଟ୍‌ ଫୁଟ୍‌ ରୋଗରେ ପିଡୀତ ସେମାନଙ୍କର ଏହି ଖାଲି ସ୍ଥାନ ଖୁବ କମ ରହିଥାଏ । ଯାହାଫଳରେ ସେମାନଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ଭୋଗିବାକୁ ହୋଇଥାଏ । ଏହା ବେଳେବେଳେ ପିଲାଦିନୁ ଦେଖିବାକୁ ମିଳିଥାଏ, ସେହଭଳି ବଡ ହେବା ପରେ ମଧ୍ୟ ଏହା ହେବାର ସମ୍ଭାବନା ରହିଛି । ବେଳେବେଳେ ପିଲା ଦିନେ ପାଦର ଏହି ଆର୍କ ବିକଶିତ ହୋଇନଥାଏ, ଯାହା ଫ୍ଲାଟ୍‌ ଫୁଟ୍‌ର ରୂପ ନେଇଥାଏ ।
ଲକ୍ଷଣ
ପ୍ରାୟତଃ ଲୋକଙ୍କର ଫ୍ଲାଟ୍‌ ଫୁଟ୍‌ର ଲକ୍ଷଣ ଦେଖିବାକୁ ମିଳିନଥାଏ । ସେମାନଙ୍କର ଏହି ରୋଗ ହୋଇଛି ବୋଲି ସେମାନେ ଜାଣି ମଧ୍ୟ ପାରନ୍ତି ନାହିଁ । ହେଲେ କେତେକଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ । ଏହାର ଲକ୍ଷଣରେ ପାଦରେ ଯନ୍ତ୍ରଣା ପ୍ରାଥମିକ । ଫ୍ଲାଟ୍‌ ଫୁଟ୍‌ ହେଲେ ପାଦର ମଝି ଅଂଶ ଏବଂ ଗୋଇଠିର ପାଖ ଅଞ୍ଚଳରେ ବିନ୍ଧା ହୋଇଥାଏ । ଯାହା ବେଳେବେଳେ ଖୁବ ଅଧିକ ମଧ୍ୟ ହୋଇଥାଏ । କେତେବେଳେ ଗୋଇଠିର ପାଖ ଅଂଶ ଫୁଲିବାର ମଧ୍ୟ ଲକ୍ଷ କରାଯାଇଥାଏ । ପାଦ ଉପରେ ଅଧିକ ଚାପ ଯେପରି ଅଧିକ ସମୟ ଠିଆ ହୋଇ ରହିବା କିମ୍ବା ଅଧିକ ଚାଲିବା ଆଦି ସମୟରେ ଏହି ଯନ୍ତ୍ରଣା ବଢିଥାଏ । ବେଳେବେଳେ ଏହା ଅସହ୍ୟ ମଧ୍ୟ ହୋଇଥାଏ । ତେଣୁ ଯଦି ଏଭଳି ଯନ୍ତ୍ରଣା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।