ହଠାତ୍ ବିଗିଡିଲା ଲାଲୁଙ୍କ ଯାଦବଙ୍କ ସ୍ଵାସ୍ଥ୍ୟବସ୍ଥା, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ ୨୪।୦୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ତାଙ୍କୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରାଯାଇଛି। ଡାକ୍ତରଖାନା ଶଯ୍ୟାରେ ପଡ଼ିଥିବା ତାଙ୍କର ଅନେକ ଫଟୋ ତାଙ୍କ ଦଳର ନେତାମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ସେମାନେ ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି। ଲାଲୁ ଯାଦବଙ୍କ ସ୍ଵାସ୍ଥ୍ୟ ବର୍ତ୍ତମାନ ଭଲ ଅଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଘରକୁ ପଠାଯାଇଛି।गरीबों के मसीहा राष्ट्रीय अध्यक्ष आदरणीय श्री लालू प्रसाद यादव जी को अस्वस्थ होने के चलते दिल्ली एम्स में भर्ती कराया गया है।सभी बिहारवासियों की ईश्वर से प्रार्थना है कि लालू जी शीघ्र स्वस्थ्य हों।#LaluPrasadYadav #RJD pic.twitter.com/xUdmHX13iE— Prince Yadav (@PrinceeRJD) July 23, 2024ଅସୁସ୍ଥତା କାରଣରୁ ଲାଲୁ ପ୍ରସାଦ ଯାଦବଙ୍କୁ ସୋମବାର ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଘନିଷ୍ଠ ବ୍ୟକ୍ତିମାନେ କହିଛନ୍ତି ଯେ ଯେତେବେଳେ ଲାଲୁଙ୍କ ସ୍ୱାସ୍ଥ୍ୟ ଟିକିଏ ଅସୁସ୍ଥ ମନେହୁଏ, ସେତେବେଳେ ତାଙ୍କୁ ଚେକଅ

ହଠାତ୍ ବିଗିଡିଲା ଲାଲୁଙ୍କ ଯାଦବଙ୍କ ସ୍ଵାସ୍ଥ୍ୟବସ୍ଥା, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ ୨୪।୦୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ତାଙ୍କୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରାଯାଇଛି। ଡାକ୍ତରଖାନା ଶଯ୍ୟାରେ ପଡ଼ିଥିବା ତାଙ୍କର ଅନେକ ଫଟୋ ତାଙ୍କ ଦଳର ନେତାମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ସେମାନେ ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି। ଲାଲୁ ଯାଦବଙ୍କ ସ୍ଵାସ୍ଥ୍ୟ ବର୍ତ୍ତମାନ ଭଲ ଅଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଘରକୁ ପଠାଯାଇଛି।


ଅସୁସ୍ଥତା କାରଣରୁ ଲାଲୁ ପ୍ରସାଦ ଯାଦବଙ୍କୁ ସୋମବାର ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଘନିଷ୍ଠ ବ୍ୟକ୍ତିମାନେ କହିଛନ୍ତି ଯେ ଯେତେବେଳେ ଲାଲୁଙ୍କ ସ୍ୱାସ୍ଥ୍ୟ ଟିକିଏ ଅସୁସ୍ଥ ମନେହୁଏ, ସେତେବେଳେ ତାଙ୍କୁ ଚେକଅପ୍ ପାଇଁ ଏମ୍ସକୁ ଅଣାଯାଇ ସେଠାରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଏକ ଦିନ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କରିବା ପରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୨.୩୦ ସମୟରେ ଲାଲୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାରୁ ଡିସଚାର୍ଜ ହୋଇଥିଲେ। ତେବେ ଲାଲୁଙ୍କୁ କେଉଁ ପ୍ରକାର ସମସ୍ୟା ଏମ୍ସରେ ଭର୍ତ୍ତି କରାଯାଇଥିଲା ସେ ବିଷୟରେ ଜଣାପଡିନାହିଁ।

ଗତ କିଛି ବର୍ଷ ହେବ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲରେ ରହିବା ସମୟରେ ତାଙ୍କ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଏହି କାରଣରୁ ତାଙ୍କୁ ପ୍ରଥମେ ରାଞ୍ଚିରେ, ପରେ ପାଟନା ଏବଂ ପରେ ଦିଲ୍ଲୀ AIIMS ରେ ଆଡମିଶନ କରିବାକୁ ପଡିଲା।ଏହା ପରେ କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ପଠାଯାଇଥିଲା। ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ସାନ ଝିଅ ରୋହିଣୀ ଏକ କିଡନୀ ଦାନ କରିଛନ୍ତି। ଏହି କିଡନୀ ତାଙ୍କୁ ସିଙ୍ଗାପୁରରେ ପ୍ରତିରୋପଣ କରାଯାଇଥିଲା। ଏହା ପରେ ଲାଲୁଙ୍କ ସ୍ୱାସ୍ଥ୍ୟ ନିରନ୍ତର ଉନ୍ନତି କରୁଥିବା ଜଣାପଡିଛି। ବର୍ତ୍ତମାନ ସେ ପୁଣିଥରେ ତାଙ୍କ ପୁରୁଣା ଶୈଳୀରେ ରାଜନୀତିରେ ସକ୍ରିୟ ଥିବା ଦେଖିବାକୁ ମିଳିଛି ।