କଂଗ୍ରେସ ଛାଡ଼ିବା ପରେ ଏମିତି କହିଲେ ଖଗେଶ୍ୱର

ଭୁବନେଶ୍ୱର,୨।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମଙ୍ଗଳାବର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି। ଇସ୍ତଫା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସ ଦଳ ବିଧାୟକ ତଥା ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ହେଲେ ବର୍ତ୍ତମାନ […] The post କଂଗ୍ରେସ ଛାଡ଼ିବା ପରେ ଏମିତି କହିଲେ ଖଗେଶ୍ୱର appeared first on Dharitri Odia News.

କଂଗ୍ରେସ ଛାଡ଼ିବା ପରେ ଏମିତି କହିଲେ ଖଗେଶ୍ୱର

ଭୁବନେଶ୍ୱର,୨।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମଙ୍ଗଳାବର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି। ଇସ୍ତଫା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସ ଦଳ ବିଧାୟକ ତଥା ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ହେଲେ ବର୍ତ୍ତମାନ କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ଲାଗୁନାହିଁ। ଏପରିକି ଚଳିତ ନିର୍ବାଚନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନରେ ହାରିବାକୁ ଚାହୁଁନି। ଏଣୁ କଂଗ୍ରେସ ଛାଡିଥିବା ଖଗେଶ୍ୱର କହିଛନ୍ତି। ଏପରିକି କେଉଁ ଦଳକୁ ଯିବେ ପ୍ରଶ୍ନର ଉତ୍ତରରେ ସମୟ କହିବ ବୋଲି ଖଗେଶ୍ୱର କହିଛନ୍ତି

ସୂଚନା ଯୋଗ୍ୟ, ଗଣେଶ୍ୱର ବେହେରା ପିସିସି ମିଡିଆ ସେଲ ଅଧ୍ୟକ୍ଷ ଥିଲେ। ଗତ ଜାନୁଆରୀରେ ତାଙ୍କୁ ଏହି ପଦରୁ ହଟାଯାଇ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଡିଆ ସେଲ ଅଧ୍ୟକ୍ଷ କରାଯାଇଥିଲା। ଏହାପରେ ଦଳ ପ୍ରତି ତାଙ୍କର ଅସନ୍ତୋଷ ଦେଖାେ ଗଣେଶ୍ୱର ବେହେରା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ର୍ନିବାଚିତ ହୋଇଥିଲେ।

The post କଂଗ୍ରେସ ଛାଡ଼ିବା ପରେ ଏମିତି କହିଲେ ଖଗେଶ୍ୱର appeared first on Dharitri Odia News.