ହୋମିଓପାଥିକ ଚିକିତ୍ସାଳୟ ଅଧିକାଂଶ ଦିନ ବନ୍ଦ

ମହାକାଳପଡ଼ା,୨୭ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତ ଜଗରିଜୋର ହାଟ ଶ୍ୟାମାକାଳୀ ମନ୍ଦିର ସଂଲଗ୍ନ ହୋମିଓପାଥିକ ଚିକିତ୍ସାଳୟ ବନ୍ଦ ପଡିଛି। ସ୍ଥାନୀୟ ଲୋକମାନଙ୍କୁ ହୋମିଓପାଥିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୭୦ଦଶକରେ ଏହି ଚିକିତ୍ସାଳୟ ଖୋଲାଯାଇଥିଲା। ରାଜ୍ୟ ସରକାର ଜଣେ ହୋମିଓପାଥିକ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ସମ୍ପୃକ୍ତ ଡାକ୍ତର ମାସକରେ ଦିନେ ଦୁଇ ଦିନ ଆସୁଛନ୍ତି। ଦିନକୁ ଘଣ୍ଟାଏ ଖୋଲି ଡାକ୍ତରଖାନା ବନ୍ଦ କରି ଚାଲି ଯାଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। […] The post ହୋମିଓପାଥିକ ଚିକିତ୍ସାଳୟ ଅଧିକାଂଶ ଦିନ ବନ୍ଦ appeared first on Dharitri Odia News.

ହୋମିଓପାଥିକ ଚିକିତ୍ସାଳୟ ଅଧିକାଂଶ ଦିନ ବନ୍ଦ

ମହାକାଳପଡ଼ା,୨୭ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତ ଜଗରିଜୋର ହାଟ ଶ୍ୟାମାକାଳୀ ମନ୍ଦିର ସଂଲଗ୍ନ ହୋମିଓପାଥିକ ଚିକିତ୍ସାଳୟ ବନ୍ଦ ପଡିଛି। ସ୍ଥାନୀୟ ଲୋକମାନଙ୍କୁ ହୋମିଓପାଥିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୭୦ଦଶକରେ ଏହି ଚିକିତ୍ସାଳୟ ଖୋଲାଯାଇଥିଲା। ରାଜ୍ୟ ସରକାର ଜଣେ ହୋମିଓପାଥିକ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ସମ୍ପୃକ୍ତ ଡାକ୍ତର ମାସକରେ ଦିନେ ଦୁଇ ଦିନ ଆସୁଛନ୍ତି। ଦିନକୁ ଘଣ୍ଟାଏ ଖୋଲି ଡାକ୍ତରଖାନା ବନ୍ଦ କରି ଚାଲି ଯାଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ରୋଗୀମାନେ ଘରୋଇ ଡାକ୍ତର , ଗାଁ କ୍ୱାକ ଓ ବୈଦଙ୍କ ପାଖରେ ଚିକିତ୍ସିତ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ହାଟ କମିଟି କର୍ମକର୍ତ୍ତା।
ଅପରପକ୍ଷେ ଏହି ହାଟଠାରେ କିଛି ବର୍ଷ ତଳେ ନୂଆ ମେଡିକାଲ ପାଇଁ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ତାହା ଅର୍ଦ୍ଧନିର୍ମିତ ଅବସ୍ଥାରେ ଗଛଲତା ମାଡ଼ି ପଡ଼ି ରହିଛି। ଦାୟିତ୍ୱରେ ଥିବା ମହିଳା ଡାକ୍ତର ରାଜନଗରରେ ରହୁଛନ୍ତି। ସେ ମାସକରେ ଥରେ ଦୁଇଥର ଆସି ଡାକ୍ତରଖାନା ଖୋଲୁଛନ୍ତି। ଡାକ୍ତରଖାନାରେ କିଛି ଘଣ୍ଟା ରହି ଚାବି ପକାଇ ଚାଲି ଯାଉଛନ୍ତି ବୋଲି ସୁନିତି ଓ ବେଣାକନ୍ଧା ଅଞ୍ଚଳ ସୁଲୋଚନା ମଣ୍ଡଳ, ସୀତାରାଣୀ ଗିରି , ଦେବକୀ ମଣ୍ଡଳ , କାଜଲ ମଣ୍ଡଳ , ମିନତୀ ପ୍ରଧାନ , ଯଶୋଦା ମଣ୍ଡଳ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ.ନିରଞ୍ଜନ କର କହିଛନ୍ତି, ଜଗରିଜୋର ହାଟରେ ଥିବା ହୋମିଓପାଥିକ ମେଡ଼ିକାଲ କେନ୍ଦ୍ରାପଡ଼ା ଜିଲା ନିୟନ୍ତ୍ରଣରେ ନାହିଁ। ଏହି ମେଡ଼ିକାଲ ଯାଜପୁର ଜିଲା ଅଧୀନରେ ଅଛି । ସେଥିପାଇଁ ଆମେ ସେ ସମ୍ପର୍କରେ ମତମତା ଦେବା ଠିକ୍‌ ହେବ ନାହିଁ।

The post ହୋମିଓପାଥିକ ଚିକିତ୍ସାଳୟ ଅଧିକାଂଶ ଦିନ ବନ୍ଦ appeared first on Dharitri Odia News.