ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ଗଲା
ତିଗିରିଆ, ୩।୪(ଜାଫର ଖାଁ ): ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ବାଲିପୁଟ ଗ୍ରାମର ବସନ୍ତ ଦେହୁରୀ(୬୨)। ସୂଚନାନୁଯାୟୀ, ବସନ୍ତ କାଳୀଚିଆବଲ୍ଲଭ ଜଙ୍ଗଲ ସଂଲଗ୍ନ ଆମ୍ବ ତୋଟାକୁ ବୁଧବାର ପୂର୍ବାହ୍ନରେ ଯାଇଥିଲେ। ଏହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ […] The post ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ଗଲା appeared first on Dharitri Odia News.
ତିଗିରିଆ, ୩।୪(ଜାଫର ଖାଁ ): ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ବାଲିପୁଟ ଗ୍ରାମର ବସନ୍ତ ଦେହୁରୀ(୬୨)।
ସୂଚନାନୁଯାୟୀ, ବସନ୍ତ କାଳୀଚିଆବଲ୍ଲଭ ଜଙ୍ଗଲ ସଂଲଗ୍ନ ଆମ୍ବ ତୋଟାକୁ ବୁଧବାର ପୂର୍ବାହ୍ନରେ ଯାଇଥିଲେ। ଏହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତିଗିରିଆ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି l
The post ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ଗଲା appeared first on Dharitri Odia News.