ଏନକାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ପିଲଭିତ୍ରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଟଳିଲେ ୩ ଖଲିସ୍ତାନୀ ଆତଙ୍କବାଦୀ । ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ବନ୍ଧୁକ ଜବତ କରିଛି ପୋଲିସ । ଏନକାଉଣ୍ଟରରେ ୨ ପୋଲିସ କନଷ୍ଟେବଳ ଆହତ ହୋଇଛନ୍ତି । ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ପୁଲିସ୍ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୩ ଖାଲିସ୍ତାନୀ ଅଭିଯୁକ୍ତଙ୍କୁ ଧରିବା ପାଇଁ ୟୁପି ଓ ପଞ୍ଜାବ ପୁଲିସର ମିଳିତ ଅପରେସନ ହୋଇଥିଲା । ନିହତ ହୋଇଥିବା ତିନି ଆତଙ୍କବାଦୀ ହେଲେ ଗୁରବିନ୍ଦର […]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ପିଲଭିତ୍ରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଟଳିଲେ ୩ ଖଲିସ୍ତାନୀ ଆତଙ୍କବାଦୀ । ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ବନ୍ଧୁକ ଜବତ କରିଛି ପୋଲିସ । ଏନକାଉଣ୍ଟରରେ ୨ ପୋଲିସ କନଷ୍ଟେବଳ ଆହତ ହୋଇଛନ୍ତି । ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ପୁଲିସ୍ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୩ ଖାଲିସ୍ତାନୀ ଅଭିଯୁକ୍ତଙ୍କୁ ଧରିବା ପାଇଁ ୟୁପି ଓ ପଞ୍ଜାବ ପୁଲିସର ମିଳିତ ଅପରେସନ ହୋଇଥିଲା । ନିହତ ହୋଇଥିବା ତିନି ଆତଙ୍କବାଦୀ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସପ୍ରିତ ସିଂହ। ସେମାନେ ସମସ୍ତେ ଖଲିସ୍ତାନ କମାଣ୍ଡୋ ଫୋର୍ସ ନାମକ ସଂଗଠନର ସଦସ୍ୟ ଥିଲେ।
ପୁଲିସ ସୂଚନା ମୁତାବକ, ଆଜି ସକାଳୁ ପଞ୍ଜାବର ଗୁରୁଦାସପୁର ପୁଲିସ ଷ୍ଟେସନ ଉପରେ ଗ୍ରେନେଡ ଓ ବୋମାମାଡ କରିଥିଲେ ୩ ଆତଙ୍କବାଦୀ । ପିଲିଭିତ ଥାନା ଅଞ୍ଚଳର କମରିୟା ପଏଣ୍ଟରେ ଗୋଟିଏ ବାଇକରେ ୩ ଜଣ ଯୁବକ କିଛି ସନ୍ଧିଗ୍ଧ ଜିନିଷ ଧରି ଆସୁଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ପଞ୍ଜାବ ପୋଲିସ ଟିମ୍ ସେମାନଙ୍କ ପିଛା କରିଥିଲା । ପୋଲିସକୁ ଦେଖି ସେମାନେ ଗାଡି ସ୍ପିଡ କରିବା ସହ ଗୁଳି ଚଳାଇଥିଲେ । ପୋଲିସ ପାଲଟା ଜବାବ ଦେଇ ଏନକାଉଣ୍ଟର କରିଥିଲା । ଏହାପରେ ପୂରା ଅଞ୍ଚଳକୁ ଅବରୋଧ କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ପୁରାଣପୁରରେ ତିନି ଜଣଙ୍କ ଉପସ୍ଥିତି ସହ ସନ୍ଦେହଜନକ ସାମଗ୍ରୀ ଥିବା ସମ୍ପର୍କରେ ପୁଲିସ ଏକ ସୂଚନା ମଧ୍ୟ ପାଇଥିଲା।
ଏହାପରେ ତୁରନ୍ତ ପଞ୍ଜାବ ପୁଲିସ ଟିମ୍ ସେମାନଙ୍କ ପିଛା କରିଥିଲା। ପୁଲିସକୁ ଦେଖି ତିନି ଖଲିସ୍ତାନୀ ଆତଙ୍କୀ ଗୁଳିମାଡ଼ କରିଥିଲେ। ପୁଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ତିନି ଜଣ ଆତଙ୍କୀ ଗୁରୁତର ହୋଇଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି।