ଜିରୋ ନାଇଟ୍ ଆଳରେ ଚୋରା ମଦ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ : ଆଇନ ମନ୍ତ୍ରୀ
ଭୁବନେଶ୍ବର ୨୭।୧୨: ଆସୁଛି ନୂଆବର୍ଷ । ସେଥିଲାଗି ସବୁଠି ଜୋରଦାର ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ମଧ୍ୟ ଚାହିଁ ବସିଛନ୍ତି ଲୋକ । ଏମିତିରେ ହୋଟେଲ ହେଉ ଅବା କୌଣସି ସଂସ୍ଥା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ତେବେ ଜିରୋ ନାଇଟ୍କୁ ନେଇ ମଧ୍ୟ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି । ତେବେ ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଥିବା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଜିରୋ ନାଇଟ୍ ପାଇଁ ଦିଆଯିବନାହିଁ କୌଣସି ଅସ୍ଥାୟୀ ଲାଇସେନ୍ସ । ତେବେ ଚୋରା ମଦ ବିକ୍ରି କଲେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ । ଜିରୋ ନାଇଟ୍ର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଆଗାମୀ ଜାନୁଆରୀ ଶେଷ ପର୍ଯ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କଡ଼ା ଚେକିଂ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ଜଣାଇ ଦିଆଯାଇଛି ।You Can Read:ଭୁବନେଶ୍ବର 'ପଥ ଉତ୍ସବ' ବାତିଲ୍, ସୂଚନା ଦେଲେ ମେୟର
ଭୁବନେଶ୍ବର ୨୭।୧୨: ଆସୁଛି ନୂଆବର୍ଷ । ସେଥିଲାଗି ସବୁଠି ଜୋରଦାର ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ମଧ୍ୟ ଚାହିଁ ବସିଛନ୍ତି ଲୋକ । ଏମିତିରେ ହୋଟେଲ ହେଉ ଅବା କୌଣସି ସଂସ୍ଥା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ତେବେ ଜିରୋ ନାଇଟ୍କୁ ନେଇ ମଧ୍ୟ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି ।
ତେବେ ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଥିବା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଜିରୋ ନାଇଟ୍ ପାଇଁ ଦିଆଯିବନାହିଁ କୌଣସି ଅସ୍ଥାୟୀ ଲାଇସେନ୍ସ । ତେବେ ଚୋରା ମଦ ବିକ୍ରି କଲେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ । ଜିରୋ ନାଇଟ୍ର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଆଗାମୀ ଜାନୁଆରୀ ଶେଷ ପର୍ଯ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କଡ଼ା ଚେକିଂ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ଜଣାଇ ଦିଆଯାଇଛି ।
You Can Read: