ଗଣତନ୍ତ୍ର ଦିବସରେ ‘ରବୋଟ ଆର୍ମି’ର ସଲାମୀ ନେଲେ ମମତା ବାନାର୍ଜୀ, ଦେଖନ୍ତୁ Video

କୋଲକାତା ୨୬।୧: ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଭବ୍ୟ ପରେଡ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ମଧ୍ୟ ଗଣତନ୍ତ୍ର ଦିବସ ପରେଡ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରବୋଟିକ ଆର୍ମି ପରେଡ ଲୋକଙ୍କୁ ଚକିତ କରିଛି। ପଶ୍ଚିମବଙ୍ଗ ଗଣତନ୍ତ୍ର ଦିବସ ପରେଡ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଏହା ଏବେ ଭାଇରାଲ ହୋଇଯାଇଛି। ଭିଡିଓରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସହ ମଞ୍ଚରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଦେଖାଯାଉଛି। ଏଥିରେ ଜବାନଙ୍କ ଏକ ପ୍ଲାଟୁନ ରବୋଟ ଆର୍ମି ସହିତ ମଞ୍ଚ ସମ୍ମୁଖକୁ ପହଞ୍ଚିବା ସହ ମୁଖ୍ୟ ଅତିଥିଙ୍କୁ ସଲାମୀ ଦେବା ସମସ୍ତଙ୍କୁ ଚମତ୍କୃତ କରିଛି। କୁହାଯାଉଛି ଏହା ଏପରି ରବୋଟ ଯାହା ସବୁ ଋତୁରେ କାମ କରିପାରିବେ। ଏପରିକି ବିଯୁକ୍ତ ୪୦ ଡିଗ୍ରିରୁ ଆରମ୍ଭ କରି ୫୦ ଡିଗ୍ରି ସେଲସିୟସ୍ ଗରମରେ ବି ସଠିକ କାମ କରିପାରିବ। ଏହି ରବୋଟ ସାଙ୍ଗରେ ୧୫ କେଜି ଓଜନ ବୋହି ମଧ୍ୟ ଚାଲି ପାରିବେ। #WATCH | West Bengal CM Mamata Banerjee takes part in #RepublicDay2025 celebrations at Kolkata.(Source: Mamata Banerjee Social Media) pic.twitter.com/1KUWOvFFvL— ANI (@ANI) January 26, 2025ଭାରତୀୟ ସେନା ଜମ୍ମୁରେ ଅନୁଷ୍ଠିତ ନର୍ଥ ଟେକ୍ ସିମ୍ପୋସିୟମ-୨୦୨୩ରେ ମଲ୍ଟି ୟୁଟିଲିଟି ଲେଗଡ୍ ଇକ୍ୱିପମେଣ୍ଟ (ଏମୟୁଏଲଇ) ଉଦଘାଟନ କରିଥିଲା

ଗଣତନ୍ତ୍ର ଦିବସରେ ‘ରବୋଟ ଆର୍ମି’ର ସଲାମୀ ନେଲେ ମମତା ବାନାର୍ଜୀ, ଦେଖନ୍ତୁ Video

କୋଲକାତା ୨୬।୧: ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଭବ୍ୟ ପରେଡ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ମଧ୍ୟ ଗଣତନ୍ତ୍ର ଦିବସ ପରେଡ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରବୋଟିକ ଆର୍ମି ପରେଡ ଲୋକଙ୍କୁ ଚକିତ କରିଛି। ପଶ୍ଚିମବଙ୍ଗ ଗଣତନ୍ତ୍ର ଦିବସ ପରେଡ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଏହା ଏବେ ଭାଇରାଲ ହୋଇଯାଇଛି। 

ଭିଡିଓରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସହ ମଞ୍ଚରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଦେଖାଯାଉଛି। ଏଥିରେ ଜବାନଙ୍କ ଏକ ପ୍ଲାଟୁନ ରବୋଟ ଆର୍ମି ସହିତ ମଞ୍ଚ ସମ୍ମୁଖକୁ ପହଞ୍ଚିବା ସହ ମୁଖ୍ୟ ଅତିଥିଙ୍କୁ ସଲାମୀ ଦେବା ସମସ୍ତଙ୍କୁ ଚମତ୍କୃତ କରିଛି। କୁହାଯାଉଛି ଏହା ଏପରି ରବୋଟ ଯାହା ସବୁ ଋତୁରେ କାମ କରିପାରିବେ। ଏପରିକି ବିଯୁକ୍ତ ୪୦ ଡିଗ୍ରିରୁ ଆରମ୍ଭ କରି ୫୦ ଡିଗ୍ରି ସେଲସିୟସ୍ ଗରମରେ ବି ସଠିକ କାମ କରିପାରିବ। ଏହି ରବୋଟ ସାଙ୍ଗରେ ୧୫ କେଜି ଓଜନ ବୋହି ମଧ୍ୟ ଚାଲି ପାରିବେ। 


ଭାରତୀୟ ସେନା ଜମ୍ମୁରେ ଅନୁଷ୍ଠିତ ନର୍ଥ ଟେକ୍ ସିମ୍ପୋସିୟମ-୨୦୨୩ରେ ମଲ୍ଟି ୟୁଟିଲିଟି ଲେଗଡ୍ ଇକ୍ୱିପମେଣ୍ଟ (ଏମୟୁଏଲଇ) ଉଦଘାଟନ କରିଥିଲା। ଏଥିରେ ୩୬୦ ଡିଗ୍ରି କ୍ୟାମେରା ଓ ରାଡାର ଲାଗିଛି, ଯାହା ଅପରେଟରକୁ ଯେ କୌଣସି ପ୍ରକାରର ବିପଦର ସୂଚନା ଦେବା ସହିତ ଏହାକୁ ନଷ୍ଟ କରିବାରେ ମଧ୍ୟ ସହାୟତା କରୁଛି। ଉଲ୍ଲେଖଯୋଗ୍ୟ ଯେ ଏହା ଏକ ଆନାଲଗ ମେସିନ, ଯେଉଁଥିରେ ୪ଟି ଗୋଡ ରହିଛି।