ଡର୍ବାନରେ ଭାରତର ଦମଦାର୍ ବିଜୟ; ସଞ୍ଜୁଙ୍କ ଶତକ ଏବଂ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ଘରୋଇ ଦଳ

ଡର୍ବାନ: ଡର୍ବାନରେ ସଞ୍ଜୁ ସାମସନଙ୍କ ଦୁର୍ଦ୍ଦଶ ବ୍ୟାଟିଂ । ସଞ୍ଜୁଙ୍କ ଶତକୀୟ ଇନିଂସ ପରେ ଭାରତୀୟ ବୋଲରଙ୍କ ଘାତକ ବୋଲଂରେ ଘରୋଇ ମାଟିରେ ଘାଇଲା ହୋଇଛି ଦକ୍ଷିଣ ଆଫ୍ରିକା । ୨୦୩ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ମାତ୍ର ୧୪୧ ରନ କରିବାରେ ସକ୍ଷମ ହୋଇଥିଲା । ୧୭.୫ ଓଭରରେ ଅଲଆଉଟ୍ ହୋଇଥିବା ଦଳ । ଫଳରେ ଟିମ୍ ଇଣ୍ଡିଆ ୬୧ରନରେ ପ୍ରଥମ ଟି-୨୦ ମ୍ୟାଚ୍ ଜିତି ନେଇଛି । ସଞ୍ଜୁ ସାମସନ ମ୍ୟାନ୍ ଅଫ୍ ଦି ପ୍ଲେୟାର ହୋଇଛନ୍ତି ।   ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ  ଆମନ୍ତ୍ରଣ କରିଥିଲା । ଦୁଇ ନୂଆ ଓପନିଂ ଯୋଡି ଅଭିଷେକ ଶର୍ମା ଓ ସଞ୍ଜୁ  ସାମସନ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ । ଅଭିଷେକ୍ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଥିଲେ ହେଁ ଦଳ ପ୍ରଭାବିତ ହୋଇନଥିଲା । ଅନ୍ୟପଟେ ସଞ୍ଜୁ ସାମସନ ବିଧ୍ୱଂସୀ ବ୍ୟାଟିଂ  କରି ଘରୋଇ ଦଳର ବୋଲରଙ୍କ ହୋସ୍‌ ଉଡ଼ାଇ  ଦେଇଥିଲେ । ତାଙ୍କୁ ଅଟକାଇବା ସମ୍ଭବ ହୋଇ ନଥିଲା । ସୂର୍ଯ୍ୟକୁମାର ଯାଦବଙ୍କୁ ପାର୍ଟନରସିପରେ ସେ ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଉଭୟ ମାତ୍ର ୩୫ଟି ବଲ୍‌ରୁ  ୬୬ ରନ୍‌ର ଭାଗିଦାରୀ ଗଢିଥିଲେ ।  କ୍ଷଣକ ମଧ୍ୟରେ ଦଳୀୟ ସ୍କୋର ୯୦ରେ  ପହଞ୍ଚି ଯାଇଥିଲା । ନବମ ଓଭରରେ ସୂର୍ଯ୍ୟକୁମାର ବ୍ୟକ୍ତିଗତ ୨୧ ରନ୍ କରି ଆଉଟ୍‌ ହୋଇଥିଲେ ହେଁ ସାମସନଙ୍କ   ବିସ୍ଫୋରଣ ଜାରି ରହିଥିଲା । ଦକ୍ଷିଣ   ଆଫ୍ରିକା ୭ଜଣ ବୋଲରଙ୍କୁ ବ୍ୟବହାର କରିଥି

ଡର୍ବାନରେ ଭାରତର ଦମଦାର୍ ବିଜୟ; ସଞ୍ଜୁଙ୍କ ଶତକ ଏବଂ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ଘରୋଇ ଦଳ

ଡର୍ବାନ: ଡର୍ବାନରେ ସଞ୍ଜୁ ସାମସନଙ୍କ ଦୁର୍ଦ୍ଦଶ ବ୍ୟାଟିଂ । ସଞ୍ଜୁଙ୍କ ଶତକୀୟ ଇନିଂସ ପରେ ଭାରତୀୟ ବୋଲରଙ୍କ ଘାତକ ବୋଲଂରେ ଘରୋଇ ମାଟିରେ ଘାଇଲା ହୋଇଛି ଦକ୍ଷିଣ ଆଫ୍ରିକା । ୨୦୩ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ମାତ୍ର ୧୪୧ ରନ କରିବାରେ ସକ୍ଷମ ହୋଇଥିଲା । ୧୭.୫ ଓଭରରେ ଅଲଆଉଟ୍ ହୋଇଥିବା ଦଳ । ଫଳରେ ଟିମ୍ ଇଣ୍ଡିଆ ୬୧ରନରେ ପ୍ରଥମ ଟି-୨୦ ମ୍ୟାଚ୍ ଜିତି ନେଇଛି । ସଞ୍ଜୁ ସାମସନ ମ୍ୟାନ୍ ଅଫ୍ ଦି ପ୍ଲେୟାର ହୋଇଛନ୍ତି ।   

ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ  ଆମନ୍ତ୍ରଣ କରିଥିଲା । ଦୁଇ ନୂଆ ଓପନିଂ ଯୋଡି ଅଭିଷେକ ଶର୍ମା ଓ ସଞ୍ଜୁ  ସାମସନ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ । ଅଭିଷେକ୍ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଥିଲେ ହେଁ ଦଳ ପ୍ରଭାବିତ ହୋଇନଥିଲା । ଅନ୍ୟପଟେ ସଞ୍ଜୁ ସାମସନ ବିଧ୍ୱଂସୀ ବ୍ୟାଟିଂ  କରି ଘରୋଇ ଦଳର ବୋଲରଙ୍କ ହୋସ୍‌ ଉଡ଼ାଇ  ଦେଇଥିଲେ । ତାଙ୍କୁ ଅଟକାଇବା ସମ୍ଭବ ହୋଇ ନଥିଲା । ସୂର୍ଯ୍ୟକୁମାର ଯାଦବଙ୍କୁ ପାର୍ଟନରସିପରେ ସେ ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଉଭୟ ମାତ୍ର ୩୫ଟି ବଲ୍‌ରୁ  ୬୬ ରନ୍‌ର ଭାଗିଦାରୀ ଗଢିଥିଲେ ।  କ୍ଷଣକ ମଧ୍ୟରେ ଦଳୀୟ ସ୍କୋର ୯୦ରେ  ପହଞ୍ଚି ଯାଇଥିଲା । ନବମ ଓଭରରେ ସୂର୍ଯ୍ୟକୁମାର ବ୍ୟକ୍ତିଗତ ୨୧ ରନ୍ କରି ଆଉଟ୍‌ ହୋଇଥିଲେ ହେଁ ସାମସନଙ୍କ   ବିସ୍ଫୋରଣ ଜାରି ରହିଥିଲା । ଦକ୍ଷିଣ   ଆଫ୍ରିକା ୭ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସୂର୍ଯ୍ୟକୁମାରଙ୍କ ୱିକେଟ୍‌ ପରେ ସଞ୍ଜୁଙ୍କୁ   ସାଥ୍ ଦେଇଥିଲେ ତିଳକ ବର୍ମା । ସେ କିଛି ଦର୍ଶନୀୟ ସଟ୍‌ ଖେଳି ଉଭୟ ତୃତୀୟ ୱିକେଟ୍‌ରେ  ୭୭ ରନ୍‌ ଯୋଗ କରିଥିଲେ । 

ସାମସନ ଚତୁର୍ଥ ବ୍ୟାଟର ଭାବେ କ୍ରମାଗତ ଦ୍ୱିତୀୟ ଟି-ଟ୍ୱେଣ୍ଟି ଶତକ ଅର୍ଜନ କରିଛନ୍ତି ।   ସାମସନଙ୍କ ପୂର୍ବରୁ ୨୦୨୨ରେ କେବଳ ଗୁସ୍ତାଭ ମ୍ୟାକ୍‌କିୟନ ଓ ରାଇଲି ରସୋ,  ୨୦୨୩ରେ ଫିଲ ସଲ୍ଟ ଲଗାତାର ୨ଟି ଲେଖାଏଁ ଟି-ଟ୍ୱେଣ୍ଟି ଶତକ ଅର୍ଜନ କରିଥିଲେ ।  ଦଳୀୟ ସ୍କୋର  ୧୬୭ ବେଳେ   ତିଳକ ୧୮ଟି ବଲ୍‌ରୁ  ୩୩(୨ଚୌକା, ୨ଛକା) ରନ୍‌  କରି ଆଉଟ୍‌ ହୋଇଥିଲେ । ପରେ  ସାମସନଙ୍କ ୱିକେଟ୍‌ର ପତନ  ଘଟିଥିଲା । ସେ ୫୦ଟି ବଲ୍‌ର ସାମ୍ନା  କରି ୭ଚୌକା ଓ ୧୦ଛକା ବଳରେ ୧୦୭ ରନ୍‌ କରିଥିଲେ । ହେଲେ ନିମ୍ନ ଭାଗ ବ୍ୟାଟରମାନେ ଦ୍ରୁତ ରନ୍‌ ସଂଗ୍ରହ   କରିବାକୁ ଯାଇ ବିଫଳ ହୋଇଥିଲେ । ଶେଷରେ ଭାରତ ୮ ୱିକେଟ ହରାଇ ୨୦୨ ରନ୍ କରିଥିଲା । ଦକ୍ଷିଣ  ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଏଜି ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ ।  ୧୨୦ ବଲ୍‌ରେ ୨୦୩ ରନ୍‌ର ଲକ୍ଷ୍ୟ ଘରୋଇ ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟକର ଥିଲା । ଭାରତୀୟ ଦଳର ଶୃଙ୍ଖଳିତ ବୋଲିଂଙ୍କ ମୁକାବିଲା କରିପାରି ନଥିଲା ଦକ୍ଷିଣ   ଆଫ୍ରିକା । ଓପନର ଆଡେନ୍ ମାରକ୍ରମ ୮   ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ ।  ପରେ ଷ୍ଟବ୍ସ ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । ସ୍ପିନର ବୋଲିଂ ଭାର ସମ୍ଭାଳିବା ପରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିଭାଗ  ଟଳମଳ ହୋଇଥିଲା । ୧୧ଟି ବଲ୍‌ରୁ ୨୧ ରନ୍‌ କରିଥିବା ରିକେଲଟନଙ୍କୁ ଷଷ୍ଠ ଓଭରରେ ଆଉଟ୍‌ କରିଥିଲେ ବରୁଣ ଚକ୍ରବର୍ତ୍ତୀ । ଦକ୍ଷିଣ ଆଫ୍ରିକାର ଦୁଇ ଅଭିଜ୍ଞ ବ୍ୟାଟର ଡେଭିଡ୍‌ ମିଲର ଓ ହେନରିକ କ୍ଲାସେନ କିଛି ଦର୍ଶନୀୟ ସଟ୍‌ ଖେଳି ୪୨ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ୧୨ତମ ଓଭରରେ  ବରୁଣ ଉଭୟଙ୍କୁ ଆଉଟ୍‌ କରି ଟିମ୍ ଇଣ୍ଡିଆର ବିଜୟ ପାଇଁ ପଥ ପରିଷ୍କାର କରିଥିଲେ । ପରେ ରବି ବିଷ୍ଣୋଇ ପ୍ୟାଟ୍ରିକ କ୍ରୁଗର, ଆଣ୍ଡିଲ ସିମେଲିନ ଓ ମାର୍କୋ ଜାନସେନଙ୍କୁ ପାଭିଲିୟନ ପଠାଇଥିଲେ । ୧୧୪ ରନ୍‌ରେ ଦଳ ୮ଟି  ୱିକେଟ୍‌ ହରାଇଥିଲା । ଶେଷରେ ଦକ୍ଷିଣ  ଆଫ୍ରିକା ୧୩ଟି ବଲ୍‌ ବାକି ଥାଇ ୧୪୧  ରନ୍‌ କରି ଅଲ୍‌ ଆଉଟ୍‌ ହୋଇଥିଲା ।