କିଙ୍ଗ୍ କୋହଲି ନୁହଁନ୍ତି, ସଚିନଙ୍କ ରେକର୍ଡ ଭାଙ୍ଗିବେ ୩୩ ବର୍ଷୀୟ ପ୍ଲେୟର
ନୂଆଦିଲ୍ଲୀ ୧୬।୦୮ : କ୍ରିକେଟର ଗଡଫାଦରଙ୍କ ରେକର୍ଡ ଭାଙ୍ଗିବେ ଇଂଲଣ୍ଡର ଷ୍ଟାର ବ୍ୟାଟର । ଟେଷ୍ଟ କ୍ରିକେଟର ହେବେ କିଙ୍ଗ୍ । ଭାଙ୍ଗିବେ ସଚିନ ତେନ୍ଦୁଲକରଙ୍କ ରେକର୍ଡ । ଏକଥା ଆମେ କହୁନୁ । ଏପରି କିଛି ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ । ଇଂଲଣ୍ଡର ୩୩ ବର୍ଷୀୟ ଷ୍ଟାର ବ୍ୟାଟରଙ୍କୁ ନେଇ କରିଛନ୍ତି ଭବିଷ୍ୟବାଣୀ ।ସେ କହିଛନ୍ତି ପ୍ଲେୟର ଯଦି ନିଜ ଫର୍ମରେ ରୁହନ୍ତି ତେବେ ସଚିନ ତେନ୍ଦୁଲକରଙ୍କୁ ଟପିବେ । ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ । ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟକୁ ନେଇ କରିଛନ୍ତି ଭବିଷ୍ୟବାଣୀ । ପଣ୍ଟିଂ କହିଛନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟର ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରି ଭାଙ୍ଗି ପାରନ୍ତି ସଚିନ୍ଙ୍କ ରେକର୍ଡ । ଜୋ ରୁଟ୍ ବର୍ତ୍ତମାନର ଫର୍ମ ଜାରି ରଖିଲେ ଖୁବଶୀଘ୍ର ସଚିନ୍ଙ୍କୁ ଟପିବେ । ସେ ୧୫ ହଜାର ୯୨୧ ରନ୍ କରି ସଚିନ୍କୁ ପକାଇପାରନ୍ତି ପଛରେ । ନିକଟରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଏଜବେଷ୍ଟନ ଟେଷ୍ଟରେ ୧୨ ହଜାର ରନ୍ ପାର୍ କରିଛନ୍ତି ଜୋ ରୁଟ୍ । ରୁଟ୍ ବର୍ତ୍ତମାନ ଟେଷ୍ଟ କ୍ରିକେଟର ସବୁଠାରୁ ଅଧିକ ରନ୍ କରିଥିବା ପ୍ଲେୟରଙ୍କ ଲିଷ୍ଟର ୭ମ ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ଯାଏଁ ସେ ୧୪୩ ଟେଷ୍ଟ ମ୍ୟାଚରେ ୫୦.୧୧ ଆଭରେଜ୍ରେ ୧୨ ହଜାର ୨୭ ରନ୍ କରିଛନ୍ତି । ଯେଉଁଥିରେ ୩୨ଟି ଶତକ ଏବଂ ୬୩ଟି ଅର୍ଦ୍ଧଶତକ ସାମିଲ ରହିଛି । ପଣ୍ଟ
ନୂଆଦିଲ୍ଲୀ ୧୬।୦୮ : କ୍ରିକେଟର ଗଡଫାଦରଙ୍କ ରେକର୍ଡ ଭାଙ୍ଗିବେ ଇଂଲଣ୍ଡର ଷ୍ଟାର ବ୍ୟାଟର । ଟେଷ୍ଟ କ୍ରିକେଟର ହେବେ କିଙ୍ଗ୍ । ଭାଙ୍ଗିବେ ସଚିନ ତେନ୍ଦୁଲକରଙ୍କ ରେକର୍ଡ । ଏକଥା ଆମେ କହୁନୁ । ଏପରି କିଛି ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ । ଇଂଲଣ୍ଡର ୩୩ ବର୍ଷୀୟ ଷ୍ଟାର ବ୍ୟାଟରଙ୍କୁ ନେଇ କରିଛନ୍ତି ଭବିଷ୍ୟବାଣୀ ।
ସେ କହିଛନ୍ତି ପ୍ଲେୟର ଯଦି ନିଜ ଫର୍ମରେ ରୁହନ୍ତି ତେବେ ସଚିନ ତେନ୍ଦୁଲକରଙ୍କୁ ଟପିବେ । ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ । ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟକୁ ନେଇ କରିଛନ୍ତି ଭବିଷ୍ୟବାଣୀ । ପଣ୍ଟିଂ କହିଛନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟର ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରି ଭାଙ୍ଗି ପାରନ୍ତି ସଚିନ୍ଙ୍କ ରେକର୍ଡ । ଜୋ ରୁଟ୍ ବର୍ତ୍ତମାନର ଫର୍ମ ଜାରି ରଖିଲେ ଖୁବଶୀଘ୍ର ସଚିନ୍ଙ୍କୁ ଟପିବେ । ସେ ୧୫ ହଜାର ୯୨୧ ରନ୍ କରି ସଚିନ୍କୁ ପକାଇପାରନ୍ତି ପଛରେ ।
ନିକଟରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଏଜବେଷ୍ଟନ ଟେଷ୍ଟରେ ୧୨ ହଜାର ରନ୍ ପାର୍ କରିଛନ୍ତି ଜୋ ରୁଟ୍ । ରୁଟ୍ ବର୍ତ୍ତମାନ ଟେଷ୍ଟ କ୍ରିକେଟର ସବୁଠାରୁ ଅଧିକ ରନ୍ କରିଥିବା ପ୍ଲେୟରଙ୍କ ଲିଷ୍ଟର ୭ମ ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ଯାଏଁ ସେ ୧୪୩ ଟେଷ୍ଟ ମ୍ୟାଚରେ ୫୦.୧୧ ଆଭରେଜ୍ରେ ୧୨ ହଜାର ୨୭ ରନ୍ କରିଛନ୍ତି ।
ଯେଉଁଥିରେ ୩୨ଟି ଶତକ ଏବଂ ୬୩ଟି ଅର୍ଦ୍ଧଶତକ ସାମିଲ ରହିଛି । ପଣ୍ଟିଂଙ୍କ ଅନୁଯାୟୀ, ରୁଟ୍ ଖୁବଶୀଘ୍ର ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗାକାରଙ୍କ ୧୨ ହଜାର ୪୦୦ ରନ୍ ଏବଂ ତାଙ୍କ ପୂର୍ବ ସାଥି ଖେଳାଳୀ ଏଲିଷ୍ଟର କୁକଙ୍କ ୧୨ ହଜାର ୪୭୨ ରନ୍କୁ ପଛରେ ପକାଇ ପାରିବେ । ପଣ୍ଟିଂ କହିଛନ୍ତି କି ରୁଟ୍ଙ୍କ ସେତିକି କ୍ଷମତା ଅଛି କି ସେ ତେନ୍ଦୁଲକରଙ୍କ ରେକର୍ଡ ପାଖରେ ପହଞ୍ଚିପାରିବେ ।
ଜୋ ରୁଟ୍ ବିଗତ କିଛି ବର୍ଷରେ ନିଜର ଖେଳକୁ ସୁଧାରିଛନ୍ତି । ଯେଉଁଥିରେ ସେ ନିଜର ସ୍ଥିରତା ବଜାୟ ରଖିଛନ୍ତି । ପଣ୍ଟିଂ କହିଛନ୍ତି ୪-୫ ବର୍ଷ ପୂର୍ବେ ରୁଟ୍ ଅର୍ଦ୍ଧଶତକ ଲଗାଇବା ପରେ ଶତକ କରି ପାରୁନଥିଲେ ।
କିନ୍ତୁ ସେ ବର୍ତ୍ତମାନ ୫୦ ରନ୍ କରିବା ପରେ ବଡ ବଡ ଶତକ ଲଗାଉଛନ୍ତି । ଏହା ତାଙ୍କର ସବୁଠାରୁ ବଡ ପରିବର୍ତ୍ତନ । ଯଦି ଆମେ କ୍ରିକେଟର ଭଗବାନ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ କଥା କହିବା ତେବେ ତେନ୍ଦୁଲକରଙ୍କ ନାଁରେ ୨୦୦ଟି ଟେଷ୍ଟ ମ୍ୟାଚ୍ରେ ୧୫ ହଜାର ୯୨୧ ରନ୍ ରହିଛି । ଯେତେବେଳେ କି ପଣ୍ଟିଂ ୧୬୮ଟି ଟେଷ୍ଟ ମ୍ୟାଚ୍ ଖେଳି ୧୩ ହଜାର ୩୭୮ ରନ୍ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
ପଣ୍ଟିଂ ଆଇସିସି ରିଭ୍ୟୁରେ କହିଛନ୍ତି କି ରୁଟ ଏପରି କରିବାର କ୍ଷମତା ରଖିଛନ୍ତି । ସେ ୩୩ ବର୍ଷୀୟ । କିନ୍ତୁ ଏହି ରେକର୍ଡରୁ ରୁଟ ମାତ୍ର ୩ହଜାର ରନ୍ ପଛରେ ରହିଛନ୍ତି । ଯଦି ସେ ପ୍ରତିବର୍ଷ ୧୦ରୁ ୧୪ଟି ଟେଷ୍ଟ ମ୍ୟାଚ୍ ଖେଳି ବାର୍ଷିକ ଯଦି ୮୦୦ରୁ ହଜାରେ ରନ୍ କରନ୍ତି ତେବେ ସେ ୩ରୁ ୪ ବର୍ଷରେ ଅର୍ଥାତ୍ ୩୭ ବର୍ଷ ବୟସ ବେଳକୁ ଏହି ରେକର୍ଡ ହାସଲ କରିପାରିବେ ।