ଗର୍ଜିଲା ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍, ଶ୍ରୀଲଙ୍କା ସମ୍ମୁଖରେ ବିଶାଳ ବିଜୟ ଲକ୍ଷ୍ୟ
ପାଲ୍ଲିକଲ: ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାରଙ୍କ ନେତୃତ୍ଵାଧୀନ ଭାରତୀୟ ଟି-୨୦ ଦଳ ଆଜି ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଶନିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତୀୟ ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୨୧୩ ରନର ବିଶାଳ ସ୍କୋର କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୬ ବଲରୁ ୫୮ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଋଷଭ ପନ୍ତ ୪୯ ରନ ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ୪୦ ଓ ଶୁଭମନଗିଲ୍ ୩୪ ରନ କରିଛନ୍ତି। ଘରୋଇ ମାଟିରେ ସିରିଜ୍ର ପ୍ରଥମ ମ୍ୟାଚ୍ ଜିତିବା ପାଇଁ ଶ୍ରୀଲଙ୍କା ସମ୍ମୁଖରେ ୨୧୪ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ମଥିସା ପାଥିରାନା ୪୦ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।